Home >>Top 10 News

Top 10 News: ରେଭେନ୍ସାରେ ରାଷ୍ଟ୍ରପତି, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ରେଭେନ୍ସାରେ ରାଷ୍ଟ୍ରପତି, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ଖବର
Soubhagya Ranjan Mishra|Updated: Jul 15, 2025, 03:56 PM IST
Share

Top 10 News Today

Headlines 01- ମୃତ୍ୟୁ ସହିତ ଦୁଇ ଦିନ ଲଢେଇ କରିବା ପରେ ସୋମବାର ବିଳମ୍ବିତ ରାତିରେ ଜୀବନ ବାଲେଶ୍ୱର ପୀଡିତା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବତ ରାତି ପ୍ରାୟ ୧୧.୪୬ ମିନିଟରେ ପୀଡିତାଙ୍କୁ ଏମସ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ରାଜ୍ୟପାଳଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ କଡା ସୁରକ୍ଷା ମଧ୍ୟରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।

Headlines 02- ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି । ଏହା କେବଳ ଇଟା ସିମେଣ୍ଟରେ ଗଢ଼ା ନୁହେଁ ବରଂ ଏକ ଶାଳଗ୍ରାମ । ଏହା ଭାରତ ଇତିହାସ ସହ ଯୋଡ଼ି ହୋଇ ରହିଛି । ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ ରହୁଛନ୍ତି । ଚାକିରି କରିବା ପାଇଁ ନୁହେଁ ବରଂ ଚାକିରି ଦେବାକୁ ଉଦ୍ୟମ କରନ୍ତୁ । ମଧୁ ବାବୁଙ୍କ ଦ୍ବାରା ନିର୍ମିତ ଜୋତା କାରଖାନାର ଉଦାହରଣ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି ।

Headlines 03- ୟେମେନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ସ୍ଥାନୀୟ ପ୍ରଶାସନ ତାଙ୍କ ଫାଶୀ ଦଣ୍ଡକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି। ନିମିଷା ପ୍ରିୟାଙ୍କ ଓକିଲ ଏବଂ ପରିବାରକୁ ମୃତ ତଲାଲ ଆବଦୋ ମେହଦିଙ୍କ ପରିବାର ସହିତ ଆଲୋଚନା କରିବା ପାଇଁ ସମୟ ଦିଆଯାଇଛି। ନିମିଷା ପ୍ରିୟାଙ୍କ ଦଣ୍ଡ କ୍ଷମା କରିବା ପାଇଁ ସେମାନଙ୍କୁ ବ୍ଲଡ୍ ମନି ନେବାକୁ ରାଜି କରାଯାଇପାରେ। ଆଜି ସକାଳ ୧୦:୩୦ ରେ ଏକ ବୈଠକ ହୋଇଥିଲା। ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Headlines 04- ବାଲେଶ୍ୱର ଫକିର ମୋହନ କଲେଜରେ ଆତ୍ମାହୁତି ଘଟଣାରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ରହିବ ଗାଡ଼ି ମୋଟର ଚଳାଚଳ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ୭ଟି ରାଜନୈତିକ ଦଳ।  ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ସୌମ୍ୟଶ୍ରୀଙ୍କ ଘଟଣାକୁ ନିନ୍ଦା କରିଛନ୍ତି। ସୌମ୍ୟାଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ସେ କହିଛନ୍ତି। ଟ୍ୱିଟ କରି କହିଛନ୍ତି କି ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା । ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ । କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା ।

Headlines 05- ସୌମ୍ୟାଶ୍ରୀ ବିଶିଙ୍କ ପରିବାର ପ୍ରତି ଅନୁକମ୍ପା ପ୍ରଦର୍ଶନ ସହ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏହାସହ ଏ ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ବିଷୟରେ ସୂଚନା ଜାରି କରାଯାଇଛି।

Headlines 06- ୩ ମାସ ମଧ୍ୟରେ  e KYC ନ କଲେ କଟିଯିବ ରାସନ କାର୍ଡ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡ ବାବଦରେ ସୂଚନା ଦେଇ କହିଛନ୍ତି । ରାଜ୍ୟରେ ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ e-KYC କରିନାହାନ୍ତି । e-KYC କରିନଥିବା ଲୋକଙ୍କୁ ଚାଉଳ ଦେବା ବନ୍ଦ କରାଯାଇଛି । ଯଦି ଚାଉଳ ଯାଉନି ସେମାନେ e-KYC କରିବା ପରେ ସରକାର ଚାଉଳ ଦେବେ । e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବେ ସରକାର । ସେହି ସମୟରେ ରାସନ କାର୍ଡ ଗୁଡ଼ିକ ସସପେଣ୍ଡ୍ ଅବସ୍ଥାରେ ରହିବ । ୩ ମାସ ମଧ୍ୟରେ ଯଦି e-KYC ନକରାଯାଏ ତେବେ କାର୍ଡ ଗୁଡ଼ିକୁ କାଟିଦେବେ ସରକାର ।

Headlines 07- ୩ ମହକାଶଚାରୀଙ୍କ ସହ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା । ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ କରିବା ପରେ ଟେଲିଭିଜନ୍‌ ପରଦାରେ ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଛନ୍ତି ପରିବାର ସଦସ୍ୟ । ଶୁଭାଂଶୁ ଶୁକ୍ଲାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଲକ୍ଷ୍ନୌ ଗର୍ବିତ । ଦେଶର ହୀରା, ଲକ୍ଷ୍ନୌର କୋହେନୂର ବୋଲି ଶୁଭେଚ୍ଛୁ କହିଛନ୍ତି । ସୁପୁତ୍ରର ପ୍ରତ୍ୟାବର୍ତ୍ତନ ବୋଲି କହିଛନ୍ତି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ । ଯାହା ପୂର୍ବରୁ କେବେ ସମ୍ଭବ ହୋଇ ନ ଥିଲା ଆଜି ତାହା ହୋଇଛି ବୋଲି ମତ ପ୍ରକାଶ ପାଇଛି ।

Headlines 08- ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତ୍ତି ଗ୍ରହଣ କରାଯିବ । ଆଜି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ନିଷ୍ପତ୍ତି ଗ୍ରହଣ କରାଯିବ । ଘଟଣା ପଛରେ ଯିଏ ବି ଥିବେ କାର୍ଯ୍ୟାନୁଷ୍ଠାନ ହେବ । କେବଳ ପ୍ରିନ୍ସିପାଲ, HOD ନୁହଁନ୍ତି ଅନ୍ୟମାନେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Headlines 09- ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ FM କଲେଜ୍‌ କମିଟିକୁ ଦାୟୀ କରିଛନ୍ତି ସୌମ୍ୟାଶ୍ରୀଙ୍କ ମା । କମିଟି ଠିକ୍‌ ରିପୋର୍ଟ ଦେଲାନି, ସେମାନେ ସମସ୍ତେ ମିଶିକି ମାରିଦେଲେ । ପ୍ରିନ୍ସିପାଲ କିମ୍ବା HOD ରୁମ୍‌ ଭିତରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବୋଲି ସେ ଅଭିଯୋଗ ଆଣଇଛନ୍ତି । ମୋ ଛୁଆ ସେପରି କେବେ କରିବନି, ସେ ପୂରା ବିଶ୍ବାସୀ ବୋଲି କହିଛନ୍ତି । ଯେଉଁମାନେ କମିଟିରେ ଥିଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଆଉ ଗୋଟିଏ ବର୍ଷ ପଢ଼ିଥିଲେ ଝିଅ କ୍ୟାରିୟର କରିଥାନ୍ତା । ସରକାରଙ୍କ ଉପରେ ପୂରା ଭରସା ଅଛି କାର୍ଯ୍ୟାନୁଷ୍ଠାନ ହେବା ନେଇ ଆଶା ରଖିଛୁ । ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି ଯେ, କମିଟି ଯଦି ଠିକ୍ ରିପାର୍ଟ ଦେଇଥାନ୍ତେ, ମୋ ଝିଅ କାହିଁକି ଆତ୍ମହତ୍ୟା କରିଥାନ୍ତା ? ଯେଉଁମାନେ କମିଟିରେ ଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ।

Headlines 10- ଓଡ଼ିଶାର ପ୍ରାୟ ୮ ଜିଲ୍ଲାରେ ସୋମବାର ରାତିରେ ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାୟଗଡ଼ା, ଗଜପତି, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି ହୋଇଛି। ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

Read More
{}{}