Home >>Top 10 News

Top 10 News: ବର୍ଷା ନେଇ SRCଙ୍କ ଚିଠି, ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ବର୍ଷା ନେଇ SRCଙ୍କ ଚିଠି, ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଖବର
Soubhagya Ranjan Mishra|Updated: Jul 25, 2025, 03:57 PM IST
Share

Top 10 News Today

Headlines 01- ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ସଂପତ୍ତି ଠାବ କରାଯାଇଛି । ଦେଢ଼ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍‌ର ରୁପା ମଧ୍ୟ ଜବତ ହୋଇଛି । ଏଥିସହ ଡେପୁଟି ରେଞ୍ଜରଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍‌ ଥିବା ସୂଚନା ମିଳିଛି । ଭୁବନେଶ୍ବରରେ ଗୋଟିଏ ଓ ଜୟପୁରରେ ୨ଟି ଫ୍ଲାଟ୍‌ ରହିଛି ।

Headlines 02- ମାଳଦ୍ବୀପରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଐତିହାସିକ ବ୍ରିଟେନ୍ ଗସ୍ତ ସାରି ମାଳଦ୍ବୀପରେ ପହଞ୍ଚିବା ପରେ ବିମାନ ବନ୍ଦରରେ ପାରମ୍ପାରିକ ନୃତ୍ୟଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଛି । ମାଳଦ୍ବୀପର ୬୦ତମ ସ୍ବାଧୀନତା ଦିବସ ସମାରୋହରେ ସାମିଲ୍‌ ହେବାକୁ ମୋଦୀ ସେଠାରେ ପହଞ୍ଚିଛନ୍ତି ।

Headlines 03- ଅବପାତ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି SRC । ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି SRC । ମୟୂରଭଞ୍ଜ, କେନ୍ଦୁଝରରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Headlines 04- ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ ହୋଇଛନ୍ତି । କେଦାରପଲ୍ଲୀ ବସ୍ତିରୁ ଅବକାରୀ ବିଭାଗ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି । ୧୪୦ ଗ୍ରାମ୍‌  ବ୍ରାଉନ ସୁଗାର ବ୍ୟବସାୟୀଙ୍କ ନିକଟରୁ ଜବତ କରାଯାଇଛି ।

Headlines 05- ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ କରାଯିବ e-KYC । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ୩ ମାସ ଭିତରେ ଜବ୍‌ କାର୍ଡ e-KYC ନକଲେ ଜବ୍‌ କାର୍ଡ କଟିଯିବ । ସରକାର ବାହାର କରିଛନ୍ତି ଫେକ୍‌ ଜବ୍‌ କାର୍ଡ ଏହାର ଅଧିକାରୀ କିଏ ଥିଲେ, ଯିଏ ଶାସନ କରୁଥିଲେ ଉତ୍ତର ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ମନ୍ତ୍ରୀ ଏକଥା କହିଛନ୍ତି ଯେ, ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍‌ କାର୍ଡ ଦେଇଛନ୍ତି ।

Headlines 06- ଲୋକସେବା ଭବନରେ ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମରେ ଟେକ୍ସଟାଇଲ୍ ପାର୍କ ଉଦଘାଟନ ହୋଇଛି । ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି । ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହଛି । ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 07- ଜିଲ୍ଲାପାଳ ଓ ବରିଷ୍ଠ ସଚିବ ସ୍ତରରେ ଅଦଳବଦଳ ପରେ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ଶୁକ୍ରବାର ଓଡ଼ିଶା ସରକାରଙ୍କ ସାଧାରଣ ପରିଚାଳନା ଓ ଜନଶକ୍ତି ଅଭିଯୋଗ ବିଭାଗ (GA & PG) ଦ୍ୱାରା ରାଜ୍ୟରେ OAS ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ବହୁସଂଖ୍ୟକ ବଦଳି ଓ ନୂତନ ନିଯୁକ୍ତି ଅନ୍ତର୍ଭୁକ୍ତ ଅଛି। 

Headlines 08- ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି ପାଇଥିବା ସମୟରେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି ପାଇଛି । ଭତ୍ତା ବଢିବା ପରେ ଖୁସି ପ୍ରକାଶ କରିଛନ୍ତି ବୁଣାକାର ।

Headlines 09- ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି ଏବଂ ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହୋଇଛି । ଏବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୭ହଜାର ୫୭୦ ନଳକୂପ ଖୋଳାଯାଇଛି । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ ମନ୍ତ୍ରୀ କହିଛନ୍ତି । ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ ହେଲେ ନୋଟିସ ହେଉଛି । କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 10- ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାକୁ ଯାଉଛି ଅବପାତ । ଫଳରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି । ଅନ୍ୟପଟେ, ଗତ ୨୪ ଘଣ୍ଟାରେ କୋରାପୁଟ କୋଟପାଡରେ ୧୨୯.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Read More
{}{}