Home >>Top 10 News

Top 10 News Today: ବନ୍ଧା ହେଲେ ବୋର୍ଡ ଉପସଭାପତି, ବୋଲେରୋ ଓଲଟି ୧୧ ମୃତ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ବନ୍ଧା ହେଲେ ବୋର୍ଡ ଉପସଭାପତି, ବୋଲେରୋ ଓଲଟି ୧୧ ମୃତ ଓ ୧୦ ବଡ଼ ଖବର
Prabhudatta Moharana|Updated: Aug 03, 2025, 03:59 PM IST
Share

ରାତିରେ ପହଞ୍ଚିବ ବଳଙ୍ଗା ପୀଡିତାଙ୍କ ମରଶରୀର
ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ସରିଛି   । ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବ ।  ଏହାପରେ ଦିଲ୍ଲୀରୁ ରାତି ୯ଟାରେ ପାର୍ଥିବ ଶରୀରକୁ ନେଇ ଓଡ଼ିଶା ବାହାରିବେ ପରିବାର ଲୋକ ।  ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ମରଶରୀରକୁ  ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ ।  ସେଠାରେ ପୀଡିତଙ୍କୁ କବର ଦିଆଯିବ ବୋଲି ସୂଚନା ମିଳିଛି ।  

ବଳଙ୍ଗା ଘଟଣାରେ ଘେରିଲା ବିଜେଡି
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏହି ଘଟଣାକୁ ଏବେ ସରକାରକୁ ଘେରିବା ଆରମ୍ଭ କରିଛି ବିଜେଡି । ବିଜେଡିର ନେତା ନେତ୍ରୀ ଆଜି ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାରକୁ ଘେରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏହି ଘଟଣାରେ ସିଧା ସିଧା ସରକାରକୁ ତୀର ମାରିବା ସହିତ କହିଛନ୍ତି, ବଳଙ୍ଗା ଘଟଣାକୁ ୧୫ ଦିନ ହେଲାଣି ହେଲେ ସରକାର କି ପ୍ରଶାସନ ଦୋଷୀକୁ ଧରି ପାରିନାହାନ୍ତି ।

ବଦଳିଲା ବଳଙ୍ଗା ମାମଲାର ମୋଡ଼ : ଆସିଲା ପୀଡ଼ିତାଙ୍କ ବାପା 
ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ପୀଡିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏହି ସମୟରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି । ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।

ଡିଜି କାର୍ଯ୍ୟାଳୟ ଘେରାଉ: ଭକ୍ତ
ବଳଙ୍ଗା ପୋଡ଼ି ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେଦିନ ଭିତରେ ଆମ ଶାସନ ବ୍ୟବସ୍ଥା ଦୋଷୀଙ୍କୁ ଗିରଫ କରିପାରିଲା ନାହିଁ। ଏଥିରୁ ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସ୍ପଷ୍ଟ ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ କେବଳ ଶୋକବାର୍ତ୍ତା ଦେଇଦେଲେ ହେବ ନାହିଁ, କେତେଦିନ ଭିତରେ ଅପରାଧୀଙ୍କୁ ଗିରଫ କରାଯିବ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ସେ ସଂପର୍କରେ ମତ ରଖନ୍ତୁ। ଆସନ୍ତା ୭ଦିନ ଭିତରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଡିଜିପି କାର୍ଯ୍ୟାଳୟ ଘେରାଉ ‌କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

ବନ୍ଧା ହେଲେ ବୋର୍ଡ ଉପସଭାପତି
ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଂଚ ଜାଲରେ ପଡ଼ିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ କ୍ରାଇମବ୍ରାଞ୍ଚ ସ୍କାନରରେ ଥିବା ବେଳେ ଆଜି ତାଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହେଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରିଥିଲା। ଏହି ସମୟରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚରାଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୬ଜଣଙ୍କୁ ଗିରଫ କରି ସାରିଛି ।

ବଳଙ୍ଗା ପୀଡିତା ପରିବାର ସଦସ୍ୟଙ୍କ ମିଳୁନି ପତ୍ତା
ଆଜକୁ ଠିକ୍ ୧୫ ଦିନ ପୂର୍ବେ ଅର୍ଥାତ୍ ଶନିବାର ପୂର୍ବାହ୍ଣରେ ବଳଙ୍ଗା ବାୟାବର ଗାଁର ନାବାଳିକାଙ୍କୁ କିରୋସିନି ଢାଳି ହତ୍ୟା ଉଦ୍ୟମ ଘଟଣା ଘଟିଥିବା ବେଳେ ଗତକାଲି ଠିକ୍ ଶନିବାର ସନ୍ଧ୍ୟାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଗତକାଲି ବାୟାବର ଗାଁରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ହଠାତ୍ ଏହି ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଥିଲା। ପୀଡ଼ିତାଙ୍କ ପରିବାର ଲୋକେ ସାଙ୍ଗେ ସାଙ୍ଗେ ତାଙ୍କ ଘରେ ତାଲା ପକାଇ ଅନ୍ୟତ୍ର କୁଆଡେ ଚାଲିଯାଇଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ପୀଡ଼ିତାଙ୍କ ଘର ସମ୍ମୁଖରେ ପହଞ୍ଚିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ।

ରେଳଧାରଣା ଉଡାଇଲେ ମାଓବାଦୀ
ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ । ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି ।ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଛି ଓ ଟ୍ରାକରେ ଖାତ ସୃଷ୍ଟି ହୋଇଛି । ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। 

ଭିଜିଲାନ୍ସ ଜାଲରେ ଏମଭିଆଇ
ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ। ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି ।ଶ୍ରୀ ହାଁସଦାଙ୍କର ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସ୍‌, ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘର ଓ ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍‌ରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ ।

ବୋଲେରୋ ଓଲଟି ୧୧ ମୃତ
ରବିବାର ସକାଳେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ପୃଥ୍ୱୀନାଥ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ, ଯେତେବେଳେ ହଠାତ୍ ଇଟିଆଥୋକ୍ ଥାନା ଅଞ୍ଚଳରେ କାରଟି କେନାଲରେ ଖସି ପଡ଼ିଲା। କାରରେ ୧୫ ଜଣ ଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ଶୀଘ୍ର ରିଲିଫ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିଖୋଜ ମତ୍ସ୍ୟଜୀବୀ
ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ । ବସ୍ତା ନିକଟ କଙ୍କଡ଼ାପାଳ ମୁହାଣକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ମିଳୁନି ପତ୍ତା 

Read More
{}{}