Home >>Top 10 News

Top 10 News Today: ୧୨ ଘଣ୍ଟିଆ ରାଇଘର ବନ୍ଦ, ଭାରତକୁ ଧମକ ଦେଲେ ପାକ ସେନାମୁଖ୍ୟ ଓ ୧୦ ବଡ଼ ଖବର

1.

Advertisement
Top 10 News Today: ୧୨ ଘଣ୍ଟିଆ ରାଇଘର ବନ୍ଦ, ଭାରତକୁ ଧମକ ଦେଲେ ପାକ ସେନାମୁଖ୍ୟ ଓ ୧୦ ବଡ଼ ଖବର
Prabhudatta Moharana|Updated: Aug 11, 2025, 07:30 AM IST
Share
1. ୧୨ ଘଣ୍ଟିଆ ରାଇଘର ବନ୍ଦ
ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ। ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ନେଇ ବିଜେଡି ଏହି ଆନ୍ଦୋଳନ ଡାକରା ଦେଇଛି। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କାର ସହାୟତା ଦାବି କରିଛି ଦଳ। ନବରଙ୍ଗପୁରର ରାଇଘର ବ୍ଲକରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ମହିଳାଙ୍କ ସୁରକ୍ଷା ରକ୍ଷା କରିବାରେ ବିଫଳ ହେଉଥିବାରୁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। 
 
2. ଆନ୍ତର୍ଜାତିକ କାରବାରକୁ ଭାରତୀୟ ମୁଦ୍ରାରେ ସମାପନ RBIର ନିର୍ଦ୍ଦେଶ
ଆନ୍ତର୍ଜାତିକ କାରବାରକୁ ଭାରତୀୟ ମୁଦ୍ରାରେ ସମାପନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏହା ସମସ୍ତ ପ୍ରାଧୀକୃତ ଡିଲର ବ୍ୟାଙ୍କମାନଙ୍କୁ ଏ ବିଷୟରେ ଜଣାଇ ଦେଇଛି। ସୀମାପାରର ବ୍ୟାଙ୍କଗୁଡ଼ିକ ସହ  ଭାରତୀୟ ମୁଦ୍ରା କାରବାର ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲିବା ପାଇଁ ଏଣିକି ଆଉଥରେ ରିଜର୍ଭ ବ୍ୟାଙ୍କର ଅନୁମତି ଆବଶ୍ୟକ ନାହିଁ ବୋଲି ଏଥିରେ ଦର୍ଶାଇ ଦିଆଯାଇଛି। ଆମେରିକାର ଟାରିଫ୍‍ ବୃଦ୍ଧି ପରେ ଭାରତର ଏହା ଏକ ରଣନୀତିକ ପଦକ୍ଷେପ ବୋଲି ବିଚାର କରାଯାଉଛି। 
 
3.  ପରିବର୍ତ୍ତିତ ରଣନୀତି ଉପରେ ସୂଚନା ଦେବେ ଶଶି ଥରୁର
କଂଗ୍ରେସ ସାଂସଦ ତଥା ବୈଦେଶିକ ବ୍ୟାପାର ଷ୍ଟାଣ୍ଡିଂ କମିଟି ମୁଖ୍ୟ ଶଶି ଥରୁରଙ୍କୁ ଆଜି ସରକାରୀ ଅଧିକାରୀ ବଦଳୁଥିବା ବୈଦେଶିକ ରଣନୀତି ବାବଦରେ ସୂଚୀତ କରିବେ। ବିଶେଷକରି ଆମେରିକା ଓ ଭାରତ ଭିତରେ ଆସିଥିବା ବାଣିଜ୍ୟ ନିୟମରେ  ଅଦଳବଦଳକୁ ଏଥିରେ ଆଲୋଚନା କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଅବସରରେ ଯୋଗ ଦେବେ। 
 
4. ସଂଶୋଧନ ଆୟକର ବିଧେୟକ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଆଜି ଲୋକସଭାରେ ସଂଶୋଧିନ ଆୟକର ବିଧେୟକ-୨୦୨୫କୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର କମିଟି ଉପସ୍ଥାପିତ ଆୟକର ବିକ୍ଧେୟକ ବାବଦରେ ଆଲୋଚନା କରି ଦେଇଥିବା ଟିପ୍ପଣୀ ଆଧାରରେ ଏହି ସଂଶୋଧିତ ବିଧେୟକ  ପ୍ରସ୍ତୁତ କରାଯାଇଚି। ଏହା ଆୟକ ଆଇନକୁ ସରଳ କରିଛି। ଯାହାଫଳରେ ସାଧାରଣ ବ୍ୟକ୍ତି ଏଥିରେ ବ୍ୟବହୃତ ପ୍ରତିଟି ଶବ୍ଦକୁ ବୁଝିବା ସହଜ ହୋଇପାରିବ। ଶୁକ୍ରବାର ଦିନ ଗୃହରେ ଉପସ୍ଥାପିତ ହୋଇଥିବା ବିଧେୟକକୁ ପ୍ରତ୍ୟାହାର କରାଯାଇଥିଲା। 
 
5.ସ୍ମାର୍ଟଫୋନରେ ଉପଲବ୍ଧ ହେବ ବ୍ରଡ଼ବ୍ୟାଣ୍ଡ
ସାଟେଲାଇଟ୍‍ ମାଧ୍ୟମରେ ସିଧାସଳଖ ସ୍ମାର୍ଟଫୋନରେ ଉପଲବ୍ଧ ହୋଇପାରିବା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ୍‍ ସେବା। ଏଥିଲାଗି ଏକ ସ୍ୱତନ୍ତ୍ର ଉପଗ୍ରହକୁ ଇସ୍ରୋ ପ୍ରକ୍ଷେପଣ କରିବ। ଏହାର ଓଜନ ପ୍ରୟ ୬୫୦୦ କିଲୋଗ୍ରାମ। ଏହାକୁ ନାସା ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହା ଆମେରିକାର ଯୋଗାଯୋଗ କ୍ଷେତ୍ରରେ ବିପଳ୍ବ ଆଣିବ ବୋଲି ଆାଶା କରାଯାଇଛି। ନିସାର କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକ୍ଷେପଣ କରିବ ଇସ୍ରୋ।
 
6. ଭାରତକୁ ଧମକ ଦେଲେ ପାକ ସେନାମୁଖ୍ୟ
ଆମେରିକା ମାଟିରୁ ପରମାଣୁ ଧମକ ଦେଇଛନ୍ତି ପାକ ସେନାମୁଖ୍ୟ ଅସୀମ ମୁନୀର। ସେ କହିଛନ୍ତି ଆମ ଉପରେ ବିପଦ ଆସିଲେ ଆମେ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବୁ। ଖାଲି ସୋତିକି ନୁହେଁ ଅଧି ଦୁନିଆକୁ ଆମ ସହିତ ଧ୍ୱଂସ କରିଦେବୁ ବୋଲି କହିଛନ୍ତି ମୁନୀର। ଭାରତ ବିପକ୍ଷରେ ଏହା ମୁନୀରଙ୍କ ପରମାଣୁ ଧମକ େବାଲି କୁହାଯାଉଛି। 
 
7. ୧୩ରୁ ଲଘୁଚାପ
ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା- କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଓ ମାଲକାନଗିରି ଜିଲ୍ଲାକୁ ସତର୍କ କରାଯାଇଛି। 
 
8. ଭୁବନେଶ୍ୱରରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ
କ୍ରୀଡ଼ାର ବିକାଶ ପାଇଁ ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ଶ୍ରଷ୍ଠ କ୍ରୀଡ଼ାବିତ୍‍ ସୃଷ୍ଟି ଲକ୍ଷ୍ୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। 
 
9. ୬ ଲେନ ହେବ ରାସ୍ତା
କୋରାପୁଟର ଜୟପୁରକୁ ଭୁବନେଶ୍ୱର ସହ ସଂଯୋଗ କରୁଥିବା ରାସ୍ତାକୁ ୬ ଲେନ୍‍ ବିଶିଷ୍ଟ କରାଯିବ। କୋରାପୁଟ ସହ ଯୋଗାଯୋଗକୁ ଉନ୍ନତ କରିବା ଏବଂ ବିକଶିତ କରିବା ଲାଗି ଏହି ପଦକ୍ଷେପ ସରକାର ନେବେ। କୋରାପୁଟଠାରେ ସହିଦ ଲକ୍ଷ୍ମଣ ନାଏକ ହସ୍‍ପିଟାଲ୍‍ର ୬୫୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦ୍‍ଘାଟନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। 
 
10. ରାହୁଲ ଗାନ୍ଧୀ-ନିର୍ବାଚନ କମିଶନ ମୁହାଁମୁହିଁ
ଭୋଟ ଚୋରି ଅଭିଯୋଗକୁ କେନ୍ଦ୍ର କରି ବିରୋଧୀ ଦଳ ନେତା  ରାହୁଲ ଗାନ୍ଧି ଓ ନିର୍ବାଚନ କମିଶନ ମୁହାଁମୁହିଁ ହୋଇଛନ୍ତି। ନିର୍ବାଚନ କମିଶନ ଆଇନ ଅନୁସାରେ ଅଭିଯୋଗ ସତ୍ୟପାଠ ଦାଖଲ କରିବାକୁ ନୋଟିସ ଦେଇଥିବା ବେଳେ ରାହୁଲ ଭୋଟର ତାଲିକାର ଡିଜିଟାଲ୍‍ କପି ପ୍ରଦାନ ଦାବି କରିଛନ୍ତି।
Read More
{}{}