Home >>Top 10 News

Top 10 News Today: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: May 11, 2025, 08:50 AM IST
Share

ବନ୍ଦ ହେଲା ଯୁଦ୍ଧ
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି କରାଯାଇଥିବା କୁହାଯାଇଛି । ଉଭୟ 'ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି । ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ବୋଲି କୁହାଯାଇଛି । 

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
ପାକିସ୍ତାନ ସେନା ଘୋର୍ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ଏହାକୁ ମାତ୍ର କେଇ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀର ସୀମାରେ ବର୍ଷିଲା ଗୁଳିଗୋଳା । ଏଲଓସି ନିକଟବର୍ତ୍ତୀ ଏକାଧିକ ସ୍ଥାନରେ ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳିବର୍ଷଣ ହୋଇଛି । ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍‌ ସେନା । ଶ୍ରୀନଗରରେ ଶୁଭିଛି ବଡ଼ ବଡ଼ ବିସ୍ଫୋରଣ ଶବ୍ଦ । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଉଛି । ପ୍ରେସମିଟରେ ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି। ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ଏଭଳି ଅତିକ୍ରମଣ ଅତ୍ୟନ୍ତ ନିନ୍ଦନୀୟ, ପାକିସ୍ତାନ ଏଥିପାଇଁ ଦାୟୀ। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ।

ସୁଧୁରୁଛି ସ୍ଥିତି
ଅସ୍ତ୍ର ବିରତି ଘୋଷଣା ପରେ କିଛି ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହେଉଥିବା ପରି ମନେ ହେଉଛି। ଆଜି ସକାଳର ଚିତ୍ର ଅନୁସାରେ ପଠାନକୋଟର ପରିସ୍ଥିତି ସ୍ୱାଭାବିକ ଥିବା ଜଣାପଡୁଛି। ରାତିରେ କୌଣସି ଡ୍ରୋନ୍, ଗୁଳିଚାଳନା କିମ୍ବା ଗୁଳିବର୍ଷାର କୌଣସି ରିପୋର୍ଟ ନାହିଁ। ରାଜୌରୀରେ ପରିସ୍ଥିତି ସ୍ୱାଭାବିକ ରହିଛି। ଏଠାରେ ମଧ୍ୟ ରାତିରେ ପାକିସ୍ତାନ ପକ୍ଷରୁ କୌଣସି ଡ୍ରୋନ୍ ଆକ୍ରମଣ, ଗୁଳିବର୍ଷା କିମ୍ବା ଗୁଳିବର୍ଷା ହୋଇନାହିଁ। ସେହିପରି, ଫିରୋଜପୁରର ପରିସ୍ଥିତି ମଧ୍ୟ ସ୍ୱାଭାବିକ ରହିଛି କାରଣ ଏଠାରେ ମଧ୍ୟ କୌଣସି ଆକ୍ରମଣ ହୋଇନାହିଁ। ଅଖନୁରର ସଦ୍ୟତମ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପରିସ୍ଥିତି ସ୍ୱାଭାବିକ ଥିବା ପରି ମନେ ହେଉଛି।

ଜାମ୍ମୁକାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
ଜାମ୍ମୁ କାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଛି । ଯୁଦ୍ଧ ଆଶଙ୍କା କରି ଜାମ୍ମୁ କାଶ୍ମୀରରେ ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାମ୍ମୁ କାଶ୍ମୀରରୁ ଫେରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ସହାୟତା ବ୍ୟବସ୍ଥା କରାଯାଇଛି । ଜାମ୍ମୁକାଶ୍ମୀରରୁ ଫେରିଥିବା ଓଡ଼ିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲେଶ୍ବରର ୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଟ୍ରେନ୍‌ରେ ସେମାନେ ବାଲେଶ୍ବର ଫେରିଛନ୍ତି ।ବାଲେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା । ଷ୍ଟେସନରୁ ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ଛାଡିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।  ବାଲେଶ୍ବରର ଆଉ କିଛି ଛାତ୍ରଛାତ୍ରୀ ରାତି ସମୟରେ ଫେରିବେ ବୋଲି ଜଣାପଡ଼ିଛି ।

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର ରାତିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଡୋଭାଲ କହିଛନ୍ତି ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଏନଏସଏ ଡୋଭାଲ କହିଛନ୍ତି, ଯୁଦ୍ଧ ଭାରତର ପସନ୍ଦ ନୁହେଁ। କିନ୍ତୁ ଆତଙ୍କବାଦ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିଲା। ଯୁଦ୍ଧ କୌଣସି ପକ୍ଷରେ ସ୍ୱାର୍ଥ ପାଇଁ ନୁହେଁ। ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରତିବଦ୍ଧ ହେବେ ଏବଂ ଯଥାଶୀଘ୍ର ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଫେରି ଆସିବ ବୋଲି ଆଶା କରୁଛି।

ଡ୍ରୋନ ମାଡରେ ଯବାନ ଶହୀଦ
ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଥିବା ଏକ ବାୟୁସେନା ଘାଟିରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଛନ୍ତି। ଶନିବାର ରାତିରେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଏୟାରବେସ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଥିଲା। ତେବେ ନିକଟରେ ଡ୍ୟୁଟି କରୁଥିବା ରାଜସ୍ଥାନର ସୁରେନ୍ଦ୍ର ସିଂହ ମୋଗାଙ୍କ ଦେହରେ ଡ୍ରୋନର ଖଣ୍ଡ ବିଖଣ୍ଡିତ ଅଂଶ ବାଜିଥିଲା। ଡ୍ରୋନର ଭଗ୍ନାବଶେଷ ଦେହରେ ବାଜିବା ପରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା

ସଅଳ ଆସିବ ମୌସୂମୀ
ଏଥର ସଅଳ  ଆସିପାରେ ମୌସୁମୀ । ଜୁନ୍‌ ୧ ତାରିଖ ବେଳକୁ ଦକ୍ଷିଣ  ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ କେରଳ  ଛୁଇଁଥାଏ । କିନ୍ତୁ ଏଥର ମେ ୨୭ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ (ଆଇଏମ୍‌ଡି) ତାଜା ଆକଳନ କରିଛି । ଆଇଏମ୍‌ଡି ପୂର୍ବାନୁମାନ କରି କହିଛି, ୨୭ ତାରିଖ  ବେଳକୁ ମୌସୁମୀ କେରଳ ସ୍ପର୍ଶ କରିବ । ମଡେଲ୍‌  ଅନୁସାରେ ୪ ଦିନ ଆଗୁଆ ବା ୪ ଦିନ ପରେ କେରଳ  ଛୁଇଁପାରେ । ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଏଥର ଶୀଘ୍ର ଆସିବ। ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ । ୨୭ ତାରିଖରେ କେରଳ ଛୁଇଁଲେ ଏହା ଓଡ଼ିଶାରେ ୬  ବା ୭ ତାରିଖ ସୁଦ୍ଧା ପହଞ୍ଚିଯିବ । ୪ ଦିନ ଆଗୁଆ ବା  ବିଳମ୍ବରେ ପହଞ୍ଚିଲେ ବି ଏହାକୁ ସ୍ୱାଭାବିକ ଧରାଯିବ ।  

ଆଜି ଅନ୍ତର୍ଜାତୀୟ ମାତୃ ଦିବସ
ଆଜି, ୧୧ ମଇ ୨୦୨୫ରେ, 'ମାତୃ ଦିବସ' ପାଳନ କରାଯାଉଛି।ମା’ର ଅବଦାନ ପ୍ରତ୍ୟେକ ସନ୍ତାନର ଜୀବନରେ ଏକ ଅବର୍ଣ୍ଣନୀୟ କାହାଣୀ। ସେହି ମା’କୁ ସମ୍ମାନ ଦେବା ଲାଗି ପତିବର୍ଷ ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ମାତୃ ଦିବସ ହେଉଛି ଆମ ଜୀବନରେ ମା’ ଏବଂ ମା’ଙ୍କ ପରି ବ୍ୟକ୍ତିତ୍ୱଙ୍କ ପ୍ରତି ଭଲପାଇବା ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ସାରା ବିଶ୍ୱରେ ପାଳିତ ଏକ ବିଶେଷ ଦିବସ। ପ୍ରାରମ୍ଭିକ ଖ୍ରୀଷ୍ଟିଆନ ପରମ୍ପରାରେ ଏହାକୁ ମଦରିଂ ସନଡେ’ ବା ମାତୃତ୍ୱ ରବିବାର ବୋଲି କୁହାଯାଉଥିଲା। ଏବେ ଏହା ମେ ମାସର ଦ୍ୱିତୀୟ ରବିବାରରେ ପାଳିତ ହେଉଛି। ୨୦୨୫ ବା ଚଳିତ ବର୍ଷ ଏହା ମେ’ ମାସର ୧୧ ତାରିଖ ରବିବାର ଦିନ ପାଳିତ ହେଉଛି।

ରାଜ୍ୟରେ ବଢୁଛି ତାତି
ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ 40ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀ ଭୁବନେଶ୍ୱରର ତାତି । ଆଜି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତବର୍ଷ ଅପ୍ରେଲ ୫ ରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଥବା ବେଳେ ଏଥର ଏପ୍ରିଲ ୧୬ ରୁ ୧ମଇ ମଧ୍ୟରେ ୪୦ ଡ଼ିଗ୍ରୀରୁ ଅଧିକ ତାତି ରେକର୍ଡ ହୋଇଥିଲା ।

ସିଙ୍ଗାପୁରରେ ୫ ଷ୍ଟାର ଫିଲ୍ପ ଆୱାର୍ଡ
୫ ଷ୍ଟାର ଫିଲ୍ମ ଆୱାର୍ଡ ୨୦୨୫ ପାଇଁ ଓଲିଉଡର ଅନେକ କଳାକାର ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଅବସରରେ କଳାକାରମାନେ ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି । ସିନେମା 'ଟିକେ ଟିକେ ଅଚିହ୍ନା ତୁ' ପାଇଁ ସ୍ୱରାଜ ଏବଂ ଭୂମିକାଙ୍କୁ ଶ୍ରେଷ୍ଠ ଯୋଡି ଭାବେ ପୁରସ୍କାର ମିଳିଛି । ସ୍ୱରାଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

Read More
{}{}