Hindi News >>Home >>Top 10 News

Top 10 News Today:ତିନି ଦଶନ୍ଧିର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା, ଆତ୍ମସମର୍ପଣ କଲେ ଜିଲ୍ଲାପାଳ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ତିନି ଦଶନ୍ଧିର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା, ଆତ୍ମସମର୍ପଣ କଲେ ଜିଲ୍ଲାପାଳ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Jun 13, 2025, 07:28 AM IST
Share
1. ତିନି ଦଶନ୍ଧିରେ ବଡ଼ ବିମାନ ଦୁର୍ଘଟଣା
ଗତ ତିନି ଦଶନ୍ଧିର ସବୁଠାରୁ ବଡ଼ ଭାରତୀୟ ବିମାନ ଦୁର୍ଘଟଣା ଗୁଜରାଟର ଅହମ୍ମଦାବାଦରେ ଘଟିଛି। ଏୟାର ଇଣ୍ଡିଆର ଡ୍ରିମଲାଇନର କୁହାଯାଉଥିବା ବୋଇଙ୍ଗ ୭୮୭-୮ ଉଡ଼ାଣର ୩୩ ସେକେଣ୍ଡ ପରେ ଭାରସାମ୍ୟ ହରାଇ ତଳେ ଖସିପଡ଼ିଥିଲା ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମାତ୍ର ଜଣେ ଯାତ୍ରୀ ଡେଇଁ ପଡ଼ିବାରୁ ବଞ୍ଚିଯାଇଛନ୍ତି। ଏହି ଘଟଣାରେ ଅତିକମ୍ରରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସରକାରଙ୍କ ପକ୍ଷରୁ ମୃତକଙ୍କ ତାଲିକା ଘୋଷଣା କରାଯାଇନାହିଁ। 
 
2. ଦୁର୍ଘଟଣାରେ ୫୦ରୁ ଅଧିକ ହଷ୍ଟେଲବାସୀଙ୍କର ମୃତ୍ୟୁ ଆଶଙ୍କା
ବିମାନବନ୍ଦରରୁ ଉଡ଼ାଣ ଆର୍ମଭ କରିବାର ୩ କିଲୋମିଟର ପରେ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନଟି ଏକ ମେଡିକାଲ୍‍ କଲେଜର ଷ୍ଟାଫ ହଷ୍ଟେଲ୍‍ ଉପରେ ଖସିପଡ଼ିଥିଲା। ଏହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ଅର୍ଥାତ୍‍ ଏକ ଅଗ୍ନି ପିଣ୍ଡିଲା ହୋଇ ଏହି ବିମାନ ଖସିବାରୁ ହଷ୍ଟେଲବାସୀ ବା ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୫୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। 
 
3. ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ବିମାନଟି ଆକାଶମାର୍ଗରେ ସର୍ବାଧିକ ସମୟ ଉଡ଼ାଣ ଲାଗି ପୂରା ଇନ୍ଧନ ଭର୍ତ୍ତି କରାଯାଇଥିଲା। ଅର୍ଥାତ୍‍ ଦୁର୍ଘଟଣା ସମୟରେ ବିମାନରେ ୧୨୫ ହଜାର ଲିଟର ଇନ୍ଧନ ରହିଥିଲା। ଏଥିରେ ସମୁଦାୟ ୨୩୦ ଜଣ ଯାତ୍ରୀ ୧୨ ଜଣ କ୍ରିୟୁ ସଦସ୍ୟ ଥିଲେ। ପୁଲିସ କମିଶନର ବିଧି ଚୌଧୁରୀଙ୍କ ତଥ୍ୟ ଅନୁସାରେ ସମୁଦାୟ ୨୬୦ ଲୋକଙ୍କ ମୃତ୍ୟୁ ଘଟିଛି। ମୃତଯାତ୍ରୀଙ୍କ ଭିତରେ ରହିଛନ୍ତି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ସେ ନିଜ ପରିବାରବର୍ଗଙ୍କ ସହ ଦେଖା କରିବାକୁ ଲଣ୍ଡନ ଯାଉଥିଲେ। 
 
4. ୧୯୯୬ରେ ବିଶ୍ୱ ଦେଖିଥିଲା ସର୍ବବୃହତ ବିମାନ ଦୁର୍ଘଟଣା
ଭାରତୀୟ ବିମାନ ଦୁର୍ଘଟଣା ଇତିହାସରେ ଏହା ତୃତୀୟ ସର୍ବବୃହତ‍ ବିମାନ ଦୁର୍ଘଟଣା। ପ୍ରଥମ ଦୁର୍ଘଟଣା ୧୯୯୬ ମସିହାରେ ଘଟିଥିଲା। ଯେତେବେଳେ ଭାରତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଏକ ସାଉଦି ବୋଇଙ୍ଗ ୭୪୭ ଆକାଶରେ କାଜକସ୍ତାନ ଏୟାରଲାଇନ୍ର  ଏକ ବିମାନ ସହ ଧକ୍କା ହୋଇଥିଲା। ଏଥିରେ ଦୁଇ ବିମାନରେ ଥିବା ୩୪୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୨୦୨୦ରେ ଏୟାର ଇଣ୍ଡିଆର ବିମାନ ବୋଇଂ ୭୩୭ କୋଝିକୋଡ୍‍ ବିମାନ ବନ୍ଦରର ରନ୍ଓ୍ୱେ ରୁ ଖସି ଏକ ଉପତ୍ୟକାରେ ଖସିପଡ଼ିଥିଲା। 
 
5. ଥମୁନି ଡାଇରିଆ
ଯାଜପୁରରେ ଡାଇରିଆ ଥମିବାର ନାଁ ଥରୁନି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏ ଭିତରେ ୧୧ ଜଣଙ୍କ ଜୀବନ ଯାଇଥିବା ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ରହିଛି। ଧର୍ମଶାଳା, ଯାଜପୁର ରୋଡ, ଦାନଗଦୀ, ସୁକିନ୍ଦା କୋରେଇ ଏବଂ ରସୁଲପୁରକୁ ବ୍ୟାପିଛି ଏହି ଡାଇରିଆ। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସଂକ୍ରମଣ ଆୟତ୍ତ ପାଇଁ ଅନେ ପଦକ୍ଷେପ ନିଆଯାଇଛି। 
 
6. ଆତ୍ମସମର୍ପଣ କଲେ ଜିଲ୍ଲାପାଳ
ନିଜ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଶ ଅଗ୍ରଓ୍ୱାଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଆଇଏଏସ୍‍ ଅଧିକାରୀ ଆତ୍ମ ସମର୍ପଣ କରିଥିଲେ। ଏହାପରେ ସେ ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କ ଜାମିନ ମଞ୍ଜର କରିବା ସହ ତାଙ୍କୁ ଆବଶ୍ୟକ ପଡ଼ିଲେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ମେ୨୭ ତାରିଖରେ ଦେବନାରାୟଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କ ମୃତ ଦେହକୁ ମାଲକାନଗିରିର ସତୀଗୁଡ଼ା ଡ୍ୟାମ ନିକଟରୁ ଉଦ୍ଧାର କରାଯାଇଥିଲା ସେତେବେଳେ ଦେବନାରାୟଣ ମନୀଷଙ୍କ ଷ୍ଟେନୋ ଭାବେ ନିଯୁକ୍ତ ଥିଲେ। 
 
7. ଅଣସର ନୀତିର ଦ୍ୱିତୀୟ ଦିନ
ପୁରୀ ଶ୍ରୀମନ୍ଦିରରେ ଅନବସର ନୀତିର ଆଜି ଦ୍ୱିତୀୟ ଦିନ। ଏହିସମୟରେ ଶ୍ରୀଜିଉଙ୍କ ମୂର୍ତ୍ତିକୁ ଅଣସର ପିଣ୍ଡିରେ ପୂଜା କରାଯାଇଥାଏ। ତୁଳସୀ ଲାଗି ହୁଏ ନାହିଁ। ସେମାନଙ୍କୁ ଶୁଭ୍ର ବସ୍ତ୍ର ଓ ପୁଷ୍ପ ଅର୍ପଣ କରାଯାଇଥାଏ। ସୁଆର ଓ ଦଇତା-ପତିଙ୍କ ସେବା ଏହିସମୟରେ ରହେ। ସାଧାରଣଭକ୍ତଙ୍କ ଲାଗି ପଟିଦିଅଁଙ୍କୁ ପୂଜା କରିବା ଆରମ୍ଭ ହୋଇଛି। 
 
8. ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ବଡ଼ ମନ୍ତବ୍ୟ
ପତି-ପତ୍ନୀଙ୍କ ଭିତରେ ବିବାହ ବିଚ୍ଛେଦର ଆଧାରକୁ ନେଇ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଦି ପତ୍ନୀ ସ୍ୱାମୀଙ୍କ ଶାରିରୀକ ଦୁର୍ବଳତା ତଥା ଅକ୍ଷମତା ସମ୍ପର୍କରେ ଆକ୍ଷେପ କରି ମନ୍ତବ୍ୟ ଦିଏ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରେ ତେବେ ତାହା ବିଚ୍ଛେଦର କାରଣ ହୋଇପାରିବ। ଏହାକୁ ଏକ ମାନସିକ ନୃଶଂସତା ବୋଲି କହିଛନ୍ତି ହାଇକୋର୍ଟ। 
 
9. ରାତି ପାହିଲେ ରଜ
ଆସନ୍ତାକାଲି ରଜ ଉତ୍ସବର ପ୍ରଥମ ଦିନ। ମହିଳାତ୍ୱକୁ ନେଇ ଉତ୍ସବ ପାଳନ କରିବାରେ ଏହା ଏକ ଅନନ୍ୟ ଭୂମିକା ଗ୍ରହଣ କରେ। ଏହି ସମ୍ପୂର୍ଣ୍ଣ ଓଡ଼ିଆ ପର୍ବକୁ ଅଧିକ ଉତ୍ସବମୁଖରିତ କରିବା ପାଇଁ ସହର ଏବଂ ଗାଁର ବିଭିନ୍ନ ସ୍ଥାନରେ ଉତ୍ସବ, ମେଳା ଆୟୋଜନ କରାଯାଇଛି। ଏହି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଉତ୍ସବ ଆୟୋଜନ କରାଯାଇଛି। 
 
10. ଆଜି ବିଶ୍ୱ ଆଲବାନିଜିମ ଦିବସ। 
ଆଜି ବିଶ୍ୱ ଆଲବାନିଜିମ ଦିବସ। ଆମର ଆଖି ହେଉ କି ଚର୍ମ ଅବା ଚୂଟିର ରଙ୍ଗ ନିର୍ଦ୍ଧାରଣ କରୁଥିବା ମେଲାନିନ୍‍ ଉତ୍ପାଦନରେ ଏହି ଆଲବାନିଜିମ୍‍ ଅତ୍ୟନ୍ତ ସହାୟକ ହୋଇଥାଏ। ଏହା ଏକ ଜିନ୍‍ ଅବସ୍ଥା ବୋଲି ଡାକ୍ତରୀ ଭାଷାରେ ଗ୍ରହଣ କରାଯାଏ। ଏ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜିର ଦିନଟିକୁ ଉତ୍ସର୍ଗ କରାଯାଇଛି।
Read More
{}{}