1. ଅଦିନିଆ ବର୍ଷା ଏଣିକି ପ୍ରାକୃତିକ ବିପର୍ଯ୍ୟୟ
ରାଜ୍ୟରେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରାଯାଇଛି। ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ଏଣିକି ରାଜ୍ୟର ସ୍ଥାୟୀ ବିପତ୍ତି ଭାବେ ଏହାକୁ ଗ୍ରୟହଣ କରାଯିବ। ଏହି ଅନୁସାରରେ କ୍ଷୟକ୍ଷତି ସରକାର ଭରଣା କରିବେ। ଏ ପ୍ରକାର ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ପାଣ୍ଠିରୁ ୧୦ ପ୍ରତିଶତ ଖର୍ଚ୍ଚ କରିପାରିବେ।
2. ହଟିଲା ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଚୟନ ପ୍ରତିବନ୍ଧକ
ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଚୟନ ନେଇ ଲାଗିଥିବା ପ୍ରତିବନ୍ଧକ ହଟିଛି। ଏହାଦ୍ୱାରା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୫ଟି ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୨୦୨୪ ଅନୁସାରେ କୁଳପତି ଚୟନ ନେଇ ଆବଶ୍ୟକ ରୂପରେଖ ପ୍ରସ୍ତୁତି ହୋଇଛି।
3. ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ରାଜ୍ୟର ବିଡିଓମାନଙ୍କୁ ପରିବର୍ତ୍ତିତ ରାଜନୀତିକ ଅବସ୍ଥା ସହ ଖାପ ଖୁଆଇବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କିଛଇ ଅଞ୍ଚଳରେ ବିଡିଓମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ କିଛି ଲୋକ ଭିଡିଓ କନ୍ଫରେନ୍ସିଂରେ ବାଧା ଆଣୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏସବୁର କଡ଼ା ପରିଣତି ଆଗକୁ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ବିଡିଓ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
4. ମଦ ବେପାରୀଙ୍କ ଆକ୍ରମଣରେ ଅବକାରୀ କନେଷ୍ଟବଳ ଗୁରୁତର
ମଦ ବେପାରୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବରଗଡ଼ର ଅବକାରୀ କନଷ୍ଟେବଳ ବିନୋଦ ତିର୍କି ଆହତ ହୋଇଛନ୍ତି। ଦେଶୀ ମଦ କାରବାରରେ ଲିପ୍ତ ଥିବା ନେଇ ଆସିଥିବା ଖବରକୁ ଯାଞ୍ଚ କରିବା ବେଳେ ଅବକାରୀ ଟିମ୍ ପରେ ଆକ୍ରମଣ ହେତୁ ସେ ଆହତ ହୋଇଥିବା ଜଣାପଡ଼ିଛି। କଟାପାଲିଠାରେ ଏହି ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
5. ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉପ ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ ପଟୁ ଦକ୍ଷିଣପୂର୍ବ ମଧ୍ୟପ୍ରଦେଶଯାଏ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଏହି ପରିସ୍ଥିତି ଆସନ୍ତା ୩ ଦିନ ଯାଏ ଲାଗି ରହିବ। ଉତ୍ତରଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବିଜୁଳି, ଝଡ଼ପବନ ବହିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
6. ୧୮ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି
ଭାରତ—ପାକିସ୍ତାନ ମଧ୍ୟରେ ଚାଲିଥିବା ଅସ୍ତବିରତି ଆସନ୍ତା ୧୮ ତାରିଖ ଯାଏ ବଳବତ୍ତର ରହିବ। ଏହା କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବିଶ୍ୱସ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ବାଦ ସରବରାହ ସଂସ୍ଥା ଏଫ୍ପିକୁ ଶ୍ରୀ ଦାର ଏହି କଥା କହିଛନ୍ତି।
7. ତୁର୍କୀୟେଙ୍କୁ ବର୍ଜନ
ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ପ୍ରଦାନ କରିଥିବା ତୁର୍କୀୟେକୁ ବର୍ଜନ କରିବା ଆରମ୍ଭ କରିଛନ୍ତି ଭାରତୀୟ। ଏ ଭିତର ୯ ବିମାନ ବନ୍ଦରରେ କାର୍ଗୋ ସେବା ଯୋଗାଉଥିବା ତୁର୍କୀ କମ୍ପାନୀ ‘ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ’ଠାରୁ ମଞ୍ଜରୀ ପ୍ରତ୍ୟାହାର କରାଯାଇଛି। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ଏପରି ପଦକ୍ଷେପ ନେଇଛି। ଅପରପକ୍ଷେ ଏଠାରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ନିଯୁକ୍ତି ସୁରକ୍ଷିତ ରଖାଯାଇଛି।
8. ସିନ୍ଧୁ ନଦୀ ଚୁକ୍ତି ପ୍ରସଙ୍ଗରେ ଆଲୋଚନା କରିବନି ଭାରତ
ସୀମାପାର ଆତଙ୍କବାଦ ବନ୍ଦ ନ କରିବା ଯାଏ ଭାରତ ସିନ୍ଧୁ ନଦୀ ଚଳ ଚୁକ୍ତି ପ୍ରସଙ୍ଗରେ କୌଣସି ଆଲୋଚନା କରିବ ନାହିଁ। ପାକିସ୍ତାନର ଅନୁରୋଧ ପରେ ଭାରତ ଏହାକୁ ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏ ବିଷୟକୁ ସ୍ପଷ୍ଟ କରିବା ସହ କହିଛନ୍ତି ଯେ, ପାକ୍ ଅଧିକୃତ କଶ୍ମୀର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି।
9. ୨୦ ତାରିଖରେ ୱାକଫ ଆଇନ ୨୦୨୫ର ଶୁଣାଣୀ
ୱାକଫ୍ ଆଇନ୍ ୨୦୨୫କୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୨୦ ତାରିଖରେ ଶୁଣାଣି ହେବ। ଏନେଇ ସୀମିତ ସଂଖ୍ୟାର ଅଧିବକ୍ତାଙ୍କଠାରୁ କୋର୍ଟ ଶୁଣିବେ ବୋଲି କହିଛନ୍ତି। ୱାକଫ୍ ଆଇନ ୧୯୯୫କୁ ନେଇ ଉଠିଥିବା ଆପତ୍ତିକୁ କୋର୍ଟ ଶୁଣିବେ ନାହିୋ। କେବଳ ମନ୍ତରୀଣ ଆଦେଶକୁ ନେଇ ଉଠିଥିବା ଆପତ୍ତିକୁ କୋର୍ଟ ଶୁଣିବେ ବୋଲି କହିଛନ୍ତି।
10. ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହିତ ଜୟଶଙ୍କରଙ୍କ ଆଲୋଚନା
ଆଫଗାନିସ୍ତାନର ମଧ୍ୟବର୍ତ୍ତୀ ସରକାରରେ ଥିବା ବୈଦେଶିକ ମନ୍ତ୍ରୀ ଅମୀରଖାନ୍ ମୁତାକ୍ବୀଙ୍କ ସହ ଆଲୋଚନା କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ନିରୀହ ୨୬ଜଣଙ୍କ ହତ୍ୟା କରାଯିବା ପ୍ରସଙ୍ଗକୁ ତାଲିବାନ ନିନ୍ଦା କରିଥିବାରୁ ଜୟଶଙ୍କର ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହାସହ ଆଫଗାନିସ୍ତାନ ସହ ସମ୍ପର୍କ ମଜଭୁତ କରିବା ଦିଗରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଏହା ପ୍ରଥମ ଭାରତ-ଆଫଗାନିସ୍ତାନ ରାଜନୀତିକ ସ୍ତରୀୟ ଆଲୋଚନା।