1. ଆଜି ଓଷ ଲାଗି ନୀତି
ଆଜି ଅଣସର ଘରେ ମହାପ୍ରଭୁଙ୍କ ଓଷ ଲାଗି ନୀତି ଅନୁଷ୍ଠିତ ହେବ। ତିନିଦିନ ଧରି ଏହି ନୀତି ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଦିନରେ ଚକା ଲାଗି ଓ ତୃତୀୟ ଦିନରେ ମୋଦକ ଲାଗି ହୁଏ। ଏହାପରେ ଶ୍ରୀଜିଉ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଓଷ ହେଉଛି ରାଶି ତେଲ ଓ ଝୁଣାଦ୍ୱାରା ପ୍ରସ୍ତୁତ ଏକ ମଲମ। ଏହାକୁ ଶୁଦ୍ଧ ସୁଆରମାନେ ଯୋଗାଇ ଦେଇଥାଆନ୍ତି। ପୁଣି ମୋଦକ ହେଉଛି ଏକ ଆୟୁର୍ବେଦିକ ଜଡ଼ିବୁଡଟି ପ୍ରସ୍ତୁତି। ଏହାକୁ ବୈଦ୍ୟ ପ୍ରସ୍ତୁତ କରି ଠାକୁରଙ୍କୁ ଦେବାର ବିଧି ରହିଛି। ଗତକାଲି ଫୁଲୁରି ତେଲ ଲାଗି କରାଯାଇଥିଲା।
2. ଶୁକ୍ରବାର ଓଡ଼ିଶା ଆସିବେ ମୋଦୀ
ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ସରକାରଙ୍କ ଏକବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେବେ। ଏହା ପୂର୍ବରୁ ମୋଦୀଙ୍କର ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ବିମାନବନ୍ଦରରରୁ ସଭାସ୍ଥଳ ଜନତା ମୈଦାନ ଯାଏ ଚାଲିବ। ମିଳିଥିବା ସୂଚନା ଅନୁସାରେ ଶ୍ରୀ ମୋଦୀ ଅପରାହ୍ଣ ୩ଟା ୪୦ ମିନିଟ ସମୟରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବେ। ୫ଟା ୫୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
3. ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ
ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ସାନ ଭାଇ ତଥା ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ମୃତ୍ୟୁ ହୋଇଛି। ହେଲେ ଏହା ରଥଯାତ୍ରା ନୀତିକାନ୍ତିଙ୍କୁ ପ୍ରଭାବିତ କରିବ ନାହିଁ। ରଥଯାତ୍ରା ଦିନ ଗଜପତି ଚାହିଁଲେ ଛେରାପହଁରା କରିପାରିବେ। ରାଜ ପରିବାର ନୀତି ଅନୁସାରେ ଏହି ନିୟମକୁ ପାଳନ କରାଯାଇ ଆସୁଛି। ଏଣୁ ଗଜପତି ଅଶୌଚ ହେବେ ନାହିଁ ବୋଲି ଜଣାପଡ଼ିଛି।
4. ରାଜ୍ୟରେ ହଇଜା ବଢିବାରେ ଲାଗିବାରେ ଲାଗିଛି
ରାଜ୍ୟରେ ହଇଜା ସଂକ୍ରମଣ ଦିନକୁ ଦିନ ବ୍ୟାପ୍ତ ହେବାରେ ଲାଗିଛି। ୭ ଜିଲ୍ଲାକୁ ହଇଜା ବ୍ୟାପିଛି। ରାଜଧାନୀର କ୍ୟାପିଟାଲ୍ ହସ୍ପିଦଟାଲ୍ରେ୍ ରୋଗୀ ଚିକିତ୍ସା ଲାଗି ପହଞ୍ଚିଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଶ୍ୱସ୍ୱା୍ସ୍ଥ୍ୟ ସଂଗଠନ ଏବଂ ଆଇସିଏମ୍ଆହର୍ରପ ଟିମ୍ ଏ ବାବଦରେ ଯାଞ୍ଚ କରୁଥିଲେ ମଧ୍ୟ ସଂକ୍ରମଣର ଉତ୍ସ ଠାବ କରିବାରେ ବିଫଳ ହେଉଛନ୍ତି।
5. ଦୁଇଟି ପର୍ଯ୍ୟାୟରେ ଜନଗଣନା
ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା। ୨୦୧୧ ପରେ ହେବାକୁ ଥିବା ଏହି ଜନଗଣନାରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ। ଏଣୁ ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଜନ ସଂଖ୍ୟା ସୂଚୀ ପ୍ରସ୍ତୁତ କରାଯିବ। ଅକ୍ଟୋବାରରୁ ଏହି ଜନଗଣନା ୪ଟି ପାହାଡ଼ି ଅଞ୍ଚଳରେ ଆରମ୍ଭ ହେବ। ମାର୍ଚ୍ଚ ୧ ୨୦୨୭ରୁ ଆରମ୍ଭ ହେବ ଦେଶର ଅନ୍ୟ ଭାଗରେ ଜନଗଣନା। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତ ସରକାର।
6. ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସ ପକ୍ଷରୁ ସେ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ ମାକାରିଓସ୍-୩ ନାମରେ ଏହି ସମ୍ମାନ ନାମିତ। ଦୁଇ ଦେଶ ଭିତରେ ପାରସ୍ପରିକ ସହଯୋଗ ଓ ମଜଭୁତ ସମ୍ପର୍କର ଏହା ଏକ ଉଦାହରଣ। ଏ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୨୧ଟି ଦେଶରୁ ସେମାନଙ୍କ ସର୍ବୋଚ୍ଚ ସମ୍ମାନ ପ୍ରାପ୍ତ କରିଛନ୍ତି।
7. ଜି-୭ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାନାଡା ଗସ୍ତ
ସାଇପ୍ରସରୁ ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେବା ଲାଗି ଆଜି କାନାଡ଼ା ଗସ୍ତରେ ରହିବେ। ଏହି ସମୟରେ ସେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟଙ୍କୁ ଭେଟିବେ। କନାନାସ୍କିଠାରେ ଆୟୋଜିତ ହେଉଛି ଜି-୭ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମଥର ପାଇଁ ଯୋଗ ଦେଉଛନ୍ତି। ଅପରେସନ୍ ସିନ୍ଦୂର ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ବୈଠକ। ଏଥିରେ ଭାରତର ଆଭିମୁଖ୍ୟ, ବିଶ୍ୱ ପରିସ୍ଥିତି ସମ୍ପର୍କରେ ବିଶ୍ୱ ନେତାଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
8. କାନାଡାରେ ମୋଦୀଙ୍କୁ ହତ୍ୟା ଧମକ ଦେଲେ ଖଲିସ୍ତାନୀ ନେତା
କାନାଡ଼ା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସେଠାରେ ଥିବା କିଛି ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ ନେତା ମୁଖର ହୋଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
9. ଘନଉଛି ଇରାନ-ଇସ୍ରାଏଲ ଯୁଦ୍ଧ
ଇରାନ୍-ଇସ୍ରାଏଲ୍ ଭିତରେ ଯୁଦ୍ଧ ଭୀଷଣ ହେବାରେ ଲାଗିଛି। ଇରାନ୍ ସରକାରଙ୍କ ବ୍ରଡ୍କା।ଷ୍ଟ ହାଉସ୍ ତଥା ଟିଭି ଚ୍ୟାନେଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଇସ୍ରାଏଲ। ଖାଲି ସେତିକି ନୁହେଁ, ଏହାର ଆଣବିକ ଅସ୍ତ ଗବେଷଣା କେନ୍ଦ୍ରରେ ମଧ୍ୟ ଆକ୍ରମଣ ହୋଇଛି। ଏଣୁ କୌଣସି ମୁହୂର୍ତ୍ତରେ ଏହା ଅଧିକ ବିପଜ୍ଜନକ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏପରିକି ଯଥା ଶୀଘ୍ର ଇରାନ୍ ଖାଲି କରିବାକୁ ମଧ୍ୟ ସତର୍କ କରାଇଦେଇଛନ୍ତି।
10. ଇରାନରେ ଥିବା ଭାରତୀୟଙ୍କ ପାଇଁ ଭାରତର ଉଦବେଗ
ଏ ଭିତରେ ଭାରତ ଇରାନରେ ଥିବା ନାଗରିକଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ପ୍ରାୟ ୧୦ ହଜାର ଭାରତୀୟ ଇରାନ୍ରେଭ ରହୁଛନ୍ତି। ସେମାନଙ୍କ ଭିତରୁ ୬ ହଜାର ହେଉଛନ୍ତି ଛାତ୍ର। ତେହେରାନ୍ ଇସ୍ରାଏଲ୍ ଆକ୍ରମଣର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଭାରତୀୟ ଛାତ୍ରଙ୍କୁ ଇରାନ୍ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ୬୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ୧୧୦ ଛାତ୍ରଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।