Home >>Top 10 News

Top 10 News Today: ୨୦୨୬ ସୁଦ୍ଧା ସରିବ ମହାନଦୀ ଜଳି ବିବାଦ ଶୁଣାଣୀ, ଏଫଏମ କଲେଜରେ ତଦନ୍ତକାରୀ ଦଳ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ୨୦୨୬ ସୁଦ୍ଧା  ସରିବ ମହାନଦୀ ଜଳି ବିବାଦ ଶୁଣାଣୀ, ଏଫଏମ କଲେଜରେ ତଦନ୍ତକାରୀ ଦଳ  ଓ ୧୦ ବଡ଼ ଖବର
Prabhudatta Moharana|Updated: Jul 18, 2025, 06:55 AM IST
Share

1. ଏପ୍ରିଲ୍‍ ୨୦୨୬ ସୁଦ୍ଧା ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ୍‍ର ଶୁଣାଣି
ଏପ୍ରିଲ୍‍ ୨୦୨୬ ସୁଦ୍ଧା ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ୍‍ର ଶୁଣାଣି ଶେଷ ହେବ। ଗୁରୁବାରଦିନ ଏଥିନେଇ ପ୍ରାଧୀକରଣର ଅଧ୍ୟକ୍ଷ ବେଲା ଏମ୍‍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଉଭୟ ପକ୍ଷରୁ ସାକ୍ଷ ଗ୍ରହଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଅଧ୍ୟକ୍ଷ। ଅଗଷ୍ଟ ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଧ୍ୟକ୍ଷ କହିଛନ୍ତି। 

2. ଜିଏମୟୁରୁ ଆସିଲା ଆଉ ଏକ ଯୌନ ଶୋଷଣ ଅଭିଯୋଗ
ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପୁଣିଏକ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ ଆସିଛି। ଏହି ବିଶ୍ୱବିଦ୍ୟାଳୟର ବିଏଡ୍‍ ଛାତ୍ରୀଙ୍କୁ ଜଣେ ସହକାରୀ ଅଧ୍ୟାପକ ବିବାହ ପୟତିଶ୍ରୁତି ଦେଇ ଶୋଷଣ କରିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିବା ସହ ପୁଲିସ ତାଙ୍କୁ ଗିରଫ କରିଛି। ଏହି ସହକାରୀ ଅଧ୍ୟାପକଙ୍କ ନପାଁ ହେଉଛି ଗୋପାକାନ୍ତ ସୁନା। 

3. ୭ ଦିନରେ ରିପୋର୍ଟ ଦେଇପାରେ ତଦନ୍ତକାରୀ ଦଳ
ବାଲେଶ୍ୱର ଛାତ୍ରୀ ନିର୍ଯାତନା ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍‍ ଆସନ୍ତା ୭ ଦିନରେ ନିଜର ରିପୋର୍ଟ ପ୍ରଦାନ କରିପାରନ୍ତି। ୧୨ ତାରିଖରେ ଏହି ଟିମ୍‍ ଗଠନ କରାଯାଇଥିଲା। ଏ ଭିତରେ ଅଧ୍ୟକ୍ଷ ଓ ଅଭିଯୁକ୍ତ ସହକାରୀ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯାଇଛି। ଆସନ୍ତା ଦିନମାନଙ୍କରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଦୃଷ୍ଟାନ୍ତ ସୃଷ୍ଟି କରାଯାଇପାରେ ବୋଲି ସୂଚନା ମିଳିଛି।

4. ଯୌନ ନିର୍ଯାତନା ନିବାରଣ ଆଇନକୁ କଡ଼ାକଡ଼ି ପାଳନ ପାଇଁ ଆସିଲା ନିର୍ଦ୍ଦେଶ
ରାଜ୍ୟର ସ୍କୁଲ୍‍, କଲେଜ ଓ ପ୍ରତିଟି ଅନୁଷ୍ଠାନରେ ଯୌନ ନିର୍ଯାତନା ନିବାରଣ ଆଇନ-୨୦୧୩କୁ କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କୁ କର୍ମକ୍ଷେତ୍ରରେ ଏକ ସୁରକ୍ଷିତ, ସମ୍ମାନଜନକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରଦାନ ପାଇଁ କଡ଼ା ପଦକ୍ଷେପ ନେବାକୁ ମୁଖ୍ୟସଚିବ ସମସ୍ତ ସଚିବ, ଜିଲ୍ଲାପାଳ, ଆରଡିସିଙ୍କୁ ପତ୍ର ଲେଖି ଜଣାଇଛନ୍ତି। 
 
5. ପଞ୍ଚାୟତସ୍ତରୀୟ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ରାଶି
ରାଜ୍ୟର ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କୁ ଏଣିକି ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର କାର୍ଯ୍ୟରତ ଅବସ୍ଥାରେ ତାଙ୍କ ମୃତ୍ୟୁ ବା ଅକ୍ଷମତା ସୃଷ୍ଟି ହେଲେ ତାଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ଓ୍ୱାର୍ଡମେମ୍ବରଙ୍କଠାରୁ ଜିଲ୍ଲା ପରିଷଦ ସଭାପତିଙ୍କ ଯାଏ ସମସ୍ତେ ଏହି ସୁବିଧା ନେଇପାରିବେ। 

6. ରବର୍ଟ ଭଦ୍ରାଙ୍କ ପାଇଁ ଇଡିର ଅଭିଯୋଗ ଫର୍ଦ୍ଦ
ଗାନ୍ଧି ପରିବାରର ଜ୍ୱାଇଁ ତଥା ସାଂସଦ ପ୍ରିୟଙ୍କାଙ୍କ ପତି ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି କ୍ରମରେ ୩୬ କୋଟି ଟଙ୍କାର ୪୩ଟି ସମ୍ପତ୍ତିକୁ ଜବତ କରାଯାଇଛି। ହରିୟାଣାର ଶିଖେପୁରଗ୍ରାମରେ ହୋଇଥିବା ଜମିବାଡ଼ି କିଣାବିକାର ତଦନ୍ତ କରିବା ବେଳେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। 

7. ଆଜି ଆସିବ ଇନଷ୍ଟାଣ୍ଟ ପରୀକ୍ଷାଫଳ
ଆଜି ଯୁକ୍ତ ଦୁଇ ଇନ୍‍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶ ପାଇବ। କଳା, ବାଣିଜ୍ୟ, ବିଜ୍ଞାନ ଇଓ ଧନ୍ଦାମୂଳକ ପାଠ୍ୟକ୍ରମର ୧୦୦୦୮ ଜଣ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ କରାଯିବ ବୋଲି ଯୁକ୍ତ ଦୁଇ ପରିଷଦ ପକ୍ଷରୁ କୁହାଯାଇଛି। ଅପରାହ୍ଣ ୪ଟା ୩୦ ମିନିଟରେ ଏହି ପରୀକ୍ଷରାଫଳ ଘୋଷଣା ପରେ ୫ଟାରୁ ଅନ୍‍ ଲାଇନ୍‍ରେ ଏହି ଫଳ ଉପଲବ୍ଧ ହେବ।

8. ଅଗ୍ନୀ-1, ପୃଥ୍ୱୀ-2ର ସଫଳ ପରୀକ୍ଷଣ
ଡିଆର୍‍ଡିଓ ପକ୍ଷରୁ ଅଗ୍ନି୧, ପୃଥ୍ୱୀ ୨ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର ଆଇଟିଆର୍‍ ଏବଂ ହ୍ୱିଲର ଦ୍ୱୀପରୁ ଯଥାକ୍ରମେ ଏହି ପରୀକ୍ଷା କରାଯାଇଥିଲା। ଏହା ଭାରତର ପ୍ରତିରକ୍ଷା ଶକ୍ତିରେ ସ୍ୱଦେଶୀ ଜ୍ଞାନ କୌଶଳକୁ ଯୋଡ଼ିବା ଏବଂ ନୂଆ ଯୁଗର ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର ହେବ। 

9. ରାଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କଦାବୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
ପହଲଗାମ ଆକ୍ରମଣ କରିଥିବା ରାଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କବାଦୀ ଭାବେ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା। ଜାତିସଙ୍ଗ ଦ୍ୱାରା ପ୍ରତିବନ୍ଧିତ ଲସ୍କର ଇ ତୋଇବାର ଏହା ଏକ ଅଂଶ ବୋଲି   ସେକ୍ରେଟାରୀ ଅଫ୍‍ ଷ୍ଟେଟ୍‍ ମାର୍କୋ ରୁବିୟୋ ଘୋଷଣା କରିଛନ୍ତି। ବୈଦେଶିକ ଆତଙ୍କୀ ସଂଗଠନ ସହ ଏହାକୁ ସ୍ୱତନ୍ତ୍ର ଅଭିହିତ ବିଶ୍ୱ ଆତଙ୍କୀ ସଂଗଠନ ଭାବେ ଅଭିହିତ କରିଛନ୍ତି ରୁବିୟୋ। 

10. ନାଟୋକୁ କଡ଼ା ଜବାବ ଦେଲା ଭାରତ
ଦେଶର ନାଗରିକଙ୍କୁ ଶକ୍ତି ଆବଶ୍ୟକତାକୁ ସୁରକ୍ଷା ପ୍ରଦାନ କରିବା ଦେଶର ପ୍ରଥମ ଓ ମୌଳିକ କର୍ତ୍ତବ୍ୟ ବୋଲି ଭାରତ ପକ୍ଷରୁ ନାଟୋକୁ କଡ଼ା ଜବାବ ଦିଆଯାଇଛି। ଋଷ ସହ ତ୍ରଳ କାରବାର କରିଲେ କଟକଣାର ସମ୍ମୁଖୀନ ହେବ  ବୋଲି ନାଟୋ ମହାସଚିବଙ୍କ ଚେତାବନୀ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟଶ୍ୱାଲ ଏହା କହିଛନ୍ତି। 

Read More
{}{}