1. ଆଜି ଜାତୀୟ ପଠନ ଦିବସ
ଆଜି ଜାତୀୟ ପଠନ ଦିବସ। ଭାରତରେ ପାଠାଗାର ଆନ୍ଦୋଳନର ପୂରୋଧା ପିଏନ୍ ପାନିକରଙ୍କ ଶ୍ରାଦ୍ଧ ବାର୍ଷିକୀକୁ ସ୍ମରଣୀୟ କରିବା ଲାଗି ଏହି ଦିବସକୁ ପାଳନ କରାଯାଉଛି। ଶିକ୍ଷା ଓ ଜ୍ଞାନ ପ୍ରସାର ଲାଗି ଏହି ଦିବସ ଉଦ୍ଦିଷ୍ଟ। କେରଳରେ ଏହି କ୍ରମରେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି।
2. ଶ୍ରୀଜିଉଙ୍କ ଅଣସରର ସପ୍ତମ ଦିବସ
ଆଜି ପୁରୀରେ ଶ୍ରୀଜିଉଙ୍କ ଅଣସରର ସପ୍ତମ ଦିବସ। ଆଜି ମଧ୍ୟ ଓଷ ଲାଗି କରାଯିବ। ଶୁଦ୍ଧ ସୁଆର ମାନଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ଓଷ ପ୍ରସ୍ତୁତ କରାଯାଇଥାଏ, ଯାହାକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଙ୍ଗରେ ମାଲିସ କରାଯାଇଥାଏ। ଏହି ମାଲିସ ଦ୍ୱାରା ଶ୍ରୀଜିଉ ସୁସ୍ଥ ହେବା ମନେ ହୁଏ।
3. ଡାଇରିଆରେ ୨ ମୃତ
ରାଜ୍ୟରେ ଡାଇରିଆ ପ୍ରକୋପ କମିବାର ନାଁ ଧରୁନି। ପୁଣି ଦୁଇଜଣଙ୍କ ମୃତ୍ୟୁ ଯାଜପୁରରେ ହୋଇଛି। ଏହାଦ୍ୱାରା ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ରୋଗୀଙ୍କ ସଂଖ୍ୟା ୨ ହଜାରରୁ ଅଧିକ ହୋଇଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଏଥିପାଇଁ ଦୂଷିତ ଜଳ ଏବଂ ଖାଦ୍ୟକୁ ଦାୟୀ କରିଛନ୍ତି।
4. ଚିକିତ୍ସା ଲାଗି ମୁମ୍ବାଇ ଯିବେ ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ୍ ଆର୍ଥ୍ରାଇଟିସ୍ରେକ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଚିକିତ୍ସା ତଥା ସର୍ଜରୀ ଲାଗି ସେ ମୁମ୍ବାଇ କୋକିଳା ବେନ୍ ହସ୍ପି୍ଟାଲ୍କୁ ଗସ୍ତ କରିବେ। ସେଠାରେ ଡାକ୍ତର ରମାକାନ୍ତ ପଣ୍ଡା ତାଙ୍କ ଚିକିତ୍ସା କରିବେ ବୋଲି ସୂଚନା ମିଳିଛି। ଏହା ବେକରେ ହୋଇଥାଏ। ଯାହାକୁ ସ୍ପଣ୍ଡିଲାଇଟିସ୍ ବୋଲି ମଧ୍ୟ କୁହାଯାଏ।
5. ନବୀନଙ୍କ ବଦଳରେ ଦିଲ୍ଲୀକୁ ସମ୍ଭାଳିବ ପିଏସି
ନବୀନଙ୍କ ମୁମ୍ବାଇ ଗସ୍ତରେ ବିଜେଡିକୁ କିଏ ସମ୍ଭାଳିବ ସେ ନେଇ ଏକ ନୋଟିସ ଜାରି କରାଯାଇଛି। ନବୀନ ପଟ୍ଟନାୟକ ଜାରି କରିଥିବା ଏହି ନୋଟିସରେ କୁହାଯାଇଛି ଯେ ଦଳର ରାଜନୈତିକ ନିଷ୍ପତ୍ତି ରାଜନୀତିକ କମିଟି ବା ପିଏସି ନେବ। କିନ୍ତୁ ଦଳ ଭିତରେ ସମସ୍ତ ସଂଯୋଜନା ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ବହନ କରିବେ।
6. ରାଜ୍ୟରେ ବଢୁଛି ଅପରାଧ
ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଗୋପାଳପୁର ଗଣ ଦୁଷ୍କର୍ମ ପରେ ମ୍ରୁରଭଞ୍ଜରେ ଜଣେ ବିବାହିତ ମହିଳାଙ୍କୁ ଘରୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ସେହିପରି କଟକର ବକ୍ସିବଜାରଠାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା ଖବର ଏବେ ଆଲୋଡ଼ନ ସୃଷ୍ଟି କରିଛି। ଏହା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ବୟାନ କରୁଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି।
7. ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ସେ ସନ୍ଧ୍ୟା ବେଳେ ଜନତା ମୈଦାନଠାରେ ଆୟୋଜିତ ହେବାକୁ ଥିବା ସରକାରଙ୍କ ବର୍ଷପୂରାଣୀରେ ଯୋଗ ଦେବେ। ଏହାପୂର୍ବରୁ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ୱାଗତ କରାଯିବ । ସେ ଦୁଇଘଣ୍ଟା ଏଠାରେ ରହିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୧୦୦ ଇଭି ବସ୍ ଲୋକାର୍ପଣ ହେବା ସହ ବିକଶିତ ଓଡ଼ିଶାର ରୋଡମ୍ୟାପ୍ ଉନ୍ମୋଚନ ହେବ।
8. ରାଜ୍ୟରେ ସକ୍ରିୟ ରହିଛି ମୌସୂମୀ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାରା ରାଜ୍ୟରେ ମୌସୁମୀକୁ ସକ୍ରିୟ କରିଛି। ଗଲା ତିନିଦିନ ଭିତରେ ରାଜ୍ୟର ନିଅଣ୍ଟିଆ ବର୍ଷା ପୂରଣ ହୋଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ସ୍ୱଭାବିକ ସ୍ଥିତିକୁ ରାଜ୍ୟରେ ମୌସୁମୀ ଫେରିଛି। ଜୁନ୍ ୧୫ ବେଳକୁ ରାଜ୍ୟରେ ୪୨.୯ମିମି ବର୍ଷା ହୋଇଥିଲା। ଯାହା ୪୨ପ୍ରତିଶତ ନିଅଣ୍ଟ ଥିଲା। କିନ୍ତୁ ଗଲା ତିନିଦିନରେ ୨୯ ପ୍ରତିଶତ ଭରଣା ହୋଇଛି।
9. ଇରାନରୁ ଫେରିଲେ ଭାରତୀୟ ଛାତ୍ର
ଇରାନ୍- ଇସ୍ରାଏଲ୍ ଯୁଦ୍ଧ ଉତ୍କଟ ହେଉଥିବାରୁ ଭାରତ ସରକାର ଇରାନରେ ଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅପରେସନ ସିନ୍ଧୁ ନାମରେ ଏହାକୁ ନାମିତ କରାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ୧୧୦ ଛାତ୍ରଙ୍କୁ ଆରମେନିଆ ଦେଇ ଭାରତ ଅଣାଯାଇଛି। ଏହି ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି।
10. ଦେବାଳିଆ ହୋଇପାରେ ଆମେରିକା
ଆମେରିକା ଦେବାଳିଆ ହୋଇପାରେ। ଦେଶ କରିଥିବା ଋଣ ସୁଧ ପରିଶୋଧ ପାଇଁ ଏବେ ସବୁ ଆୟ ଚାଲି ଯାଉଛି। ଯଦି ଏମିତି ଚାଲେ ତେବେ ଆମେରିକାର ଅର୍ଥନୀତି ଦେବାଳିଆ ହୋଇଯିବ ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ ପୂର୍ବତନ ପରାମର୍ଶଦାତା ତଥା ଶିଳ୍ପପତି ଏଲନ୍ ମସ୍କ।