Home >>Top 10 News

Top 10 News Today: ଆଜି ଆସିବ ବଳଙ୍ଗା ପୀଡିତାଙ୍କ ଶରୀର, ଆସିଲା ପିଏମ କିସାନ ରାଶି ଓ ୧୦ ବଡ଼ ଖବର

ଆଜି ଓଡ଼ିଶାରେ ପହଞ୍ଚିବ ବଳଙ୍ଗା ଶରୀର ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ତେବେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ବିରୋଧି ଦଳଙ୍କ ପକ୍ଷରୁ ବି

Advertisement
Top 10 News Today: ଆଜି ଆସିବ ବଳଙ୍ଗା ପୀଡିତାଙ୍କ ଶରୀର, ଆସିଲା ପିଏମ କିସାନ ରାଶି ଓ ୧୦ ବଡ଼ ଖବର
Prabhudatta Moharana|Updated: Aug 03, 2025, 09:16 AM IST
Share

ଆଜି ଓଡ଼ିଶାରେ ପହଞ୍ଚିବ ବଳଙ୍ଗା ଶରୀର
ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ତେବେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ବିରୋଧି ଦଳଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଆଶଙ୍କା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଛି । ଏଜି ଛକରୁ ଗଭର୍ଣ୍ଣର ଛକ ଯାଏ ପୋଲିସ ବ୍ୟାରିକେଡ଼ କରିବା ସହ ସୁରକ୍ଷାକୁ କଡାକଡି କରିଛି ।

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ: ଓଡ଼ିଶା ପୋଲିସ
ଆଜି ବଳଙ୍ଗା ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବଳଙ୍ଗା ଘଟଣାରେ ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଚକିତ କଲାଭଳି ସୂଚନା ପ୍ରଦାନ କରାଯାଇଛି। ପୋଲିସ କହିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।

ବଦଳିଲା ବଳଙ୍ଗା ମାମଲାର ମୋଡ଼ : ଆସିଲା ପୀଡ଼ିତାଙ୍କ ବାପା 
ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ପୀଡିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏହି ସମୟରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି । ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।

ଡିଜି କାର୍ଯ୍ୟାଳୟ ଘେରାଉ: ଭକ୍ତ
ବଳଙ୍ଗା ପୋଡ଼ି ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେଦିନ ଭିତରେ ଆମ ଶାସନ ବ୍ୟବସ୍ଥା ଦୋଷୀଙ୍କୁ ଗିରଫ କରିପାରିଲା ନାହିଁ। ଏଥିରୁ ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସ୍ପଷ୍ଟ ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ କେବଳ ଶୋକବାର୍ତ୍ତା ଦେଇଦେଲେ ହେବ ନାହିଁ, କେତେଦିନ ଭିତରେ ଅପରାଧୀଙ୍କୁ ଗିରଫ କରାଯିବ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ସେ ସଂପର୍କରେ ମତ ରଖନ୍ତୁ। ଆସନ୍ତା ୭ଦିନ ଭିତରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଡିଜିପି କାର୍ଯ୍ୟାଳୟ ଘେରାଉ ‌କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

ଓଏଏସ ସାର୍ଥକ ସୌରଭଙ୍କ ନାଁରେ ନିର୍ଯାତନା ମାମଲା, ନୋଟିସ ଦେଇ ଛାଡ଼ିଲା ପୋଲିସ
ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ଓଏଏସ ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାର । ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଦେଇଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି । ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ବୋଲି କହିଛନ୍ତି ସାର୍ଥକ ସୌରଭ । ସପ୍ତାହ ପରେ ପୁଣି ତାଙ୍କୁ ଥାନାକୁ ଡାକି ପଚରା ଉଚରା କରିପାରେ ମହିଳା ଥାନା ପୋଲିସ । ନିର୍ଯାତନା ମାମଲାରେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଅର୍ଚ୍ଚନା ଦାଶ ।

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ପ୍ରଜ୍ୱଲଙ୍କୁ ଆଜୀବନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି ତଥା ହାସନର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଶନିବାର ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରେବନ୍ନାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ବି ଲଗାଯାଇଛି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୋର୍ଟ କହିଛନ୍ତି। ରେବନ୍ନା କୋର୍ଟରେ କାନ୍ଦି କାନ୍ଦି କମ୍ ଦଣ୍ଡ ପାଇଁ ନିବେଦନ କରିଥିଲେ।

ଆସିଲା ପିଏମ କିସାନ ରାଶି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି। 

୫ ଆଇଏଫଏସ ଅଫିସରଙ୍କ ବଦଳି
୫ IFS ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର । DFO ଆଠଗଡ ଡ ଜଜ୍ଞଦତ୍ତ ପତିଙ୍କୁ RCCF ଭାବେ କୋରାପୁଟକୁ ବଦଳି କରାଯାଇଛି । DFO ସମ୍ୱଲପୁର ଶ୍ରୀ କଟୁଙ୍ଗେ ଗୋରେଖ ୱମାନଙ୍କୁ ଓଡ଼ିଶା ହର୍ଟିକଲଚର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । DFO ରାଜନଗର WL ଡିଭିଜନ ଯାଦବ ସୁଦର୍ଶନ କୋପିନାଥଙ୍କୁ DFO ସମ୍ୱଲପୁରକୁ ବଦଳି କରାଯାଇଛି । ଟିଟିଲାଗଡ kl ଡିଭିଜନ ରଶ୍ମୀ ଜିଙ୍କୁ DFO ଦେଓଗଡ ଭାବେ ବଦଳି କରାଯାଇଛି । ଭରଦରାଜ ଗାଁଓକରଙ୍କୁ DFO WL ଡିଭିଜନକୁ ବଦଳି କରାଯାଇଛି ।

ମିଳିବ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି
ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି । ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।

ପ୍ରଶ୍ନପତ୍ର ଲିକ ମାମଲା: ଜେରକ୍ସ ଦୋକାନୀର ରେକର୍ଡ
OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେରକ୍ସ ଦୋକାନୀର ବୟାନ ରେକର୍ଡ କରାଇଲା କ୍ରାଇମବ୍ରାଞ୍ଚ୍‌ । ଜେରକ୍ସ ଦୋକାନୀକୁ ପ୍ରମୁଖ ସାକ୍ଷୀ ଭାବେ ନେଇ ବୟାନ ରେକର୍ଡ କରାଯାଇଛି । କୋରାପୁଟରୁ ସମ୍ପୃକ୍ତ ଜେରକ୍ସ ଦୋକାନ ମାଲିକଙ୍କୁ ଆଣିଛି କ୍ରାଇମବ୍ରାଞ୍ଚ୍‌ । ସମ୍ପୃକ୍ତ ବ୍ୟକ୍ତିଙ୍କ ଜେରକ୍ସ ଦୋକାନରେ ହୋଇଥିଲା OTET ପ୍ରଶ୍ନପତ୍ର ଫଟୋକପି ।

Read More
{}{}