Home >>Top 10 News

Top 10 News Today:ଆଜି ଘଣାଲାଗି ନୀତି, ସାରା ଦେଶରେ ମୌସୁମୀ ପ୍ରଭାବ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ଆଜି ଘଣାଲାଗି ନୀତି, ସାରା ଦେଶରେ ମୌସୁମୀ ପ୍ରଭାବ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Jun 23, 2025, 07:22 AM IST
Share

1. ଆଜି ଘଣାଲାଗି ନୀତି 
ଆଜି ଅନବସରର ତ୍ରୟଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଏ ନେଇ ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି କୁ ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ ଜୀଉଙ୍କୁ ଘଣା  ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆର ରେ ସୂର୍ଯ୍ୟାସ୍ଥ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ।ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ।ଏଥିସହ ସହ ଦଇତାପତି ମାନେ ଶ୍ରୀଜୀଉଙ୍କ ଶ୍ରୀପୟର ମୁଦା ନୀତି ମଧ୍ୟ ସମ୍ପାଦନ କରିବେ।

2. ଜୈବିକ ଉପାୟରେ ଚାଉଳରେ ହେବ ଅମୃତ ଅନ୍ନ
ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଜୈବିକ ଉପାୟରେ ପ୍ରସ୍ତୁତ ଚାଉଳରେ ପ୍ରସ୍ତୁତ  ଅମୃତ ଅନ୍ନ ଲାଗି ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ   ନିଷ୍ପତ୍ତି ହୋଇଅଛି l ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧି ମାନେ ଏହାକୁ ଗ୍ରହଣ କରିଛନ୍ତି।  ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ମଧ୍ୟ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି। 

3. ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଏବର୍ଷ ରଥଯାତ୍ରା ଅଘଟଣଶୂନ କରିବା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଶେଷ କରି ସୁରକ୍ଷା, ନୀତିକାନ୍ତି ଓ ଭକ୍ତ ପରିଚାଳନା ବ୍ୟବସ୍ଥାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏନ୍ଏକସ୍ଜି  ସ୍ନାଇପର ଟିମ୍‍ ମୁତ୍ତୟନ ହେବେ।  ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ପଇଁତରା ମାରିବେ ସୁରକ୍ଷା କର୍ମୀ। ରାସ୍ତାର ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥାକୁ ଜୋରଦାର କରାଯାଇଥିବା ବୈଠକ ପରେ ସୂଚନା ମିଳିଛି। 

4. ପୁରୀକୁ ଗଡିବ ୩୬୫ ଟ୍ରେନ
ପୁରୀକୁ ଭକ୍ତଙ୍କ ସୁବିଧାଜନକ ଯାତ୍ରା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଗତବର୍ଷ ଅପେକ୍ଷା ଏବର୍ଷ ୫୦ଟି ଅଧିକ ଟ୍ରେନ ଯାତାୟାତ କରିବ। ଇସିଓଆର୍‍ ଆପ୍ରୁୱ ଏହି ଟଅେନ୍‍ ଗତିବିଧି ସମ୍ପର୍କରେ ସୂଚନ ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। 

5. ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ
ଆଜି ଗଞ୍ଜାମ ଜିଲ୍ଲାଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଯୁବ ସମାବେଶ ଆୟୋଜନ କରାଯାଇଛି।  ଆସ୍କା କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ଯୁବଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ। ନିକଟରେ ଶ୍ରୀ ମାଝିଙ୍କ ସରକାରକୁ ଏକ ବର୍ଷ ପୂରିଛି। 

6. କିସମ ପରିବର୍ତ୍ତନକୁ ନେଇ ସୂଚନା ଜାରି
ରାଜସ୍ୱ ବିଭାଗ ପକ୍ଷରୁ ଜମି କିସମ ପରିବର୍ତ୍ତନ ନେଇ ଏକ ବଡ଼  ସୂଚନା ପ୍ରକାଶ କରାଯାଇଛି। ଏକ ବିଜ୍ଞପ୍ତି ମାଧ୍ୟମରେ ବିଭାଗ କହିଛି ଯେ ରାଜ୍ୟରେ ପୂାର୍ବରୁ ପ୍ରଚଳିତ ଜମି କିସମରେ ସଂଶୋଧନ କରାଯାଇଛି। ଏବେ କେବଳ ୨୨ ପ୍ରକାରର ଜମି କିସମ ରହିବ। ପୂର୍ବରୁ ୭୭୯୭ଟି କିସମ ଥିଲା। ସେହିପରି ସ୍ୱତ୍ତ୍ୱ ବା ମାଲିକାନା ପ୍ରକାର ମଧ୍ୟ ୭୫୦ରୁ ଖସି ୪ରେ ସୀମିତ ରହିବ। ଏହି ଭୂ ସଂସ୍କାର ବର୍ତ୍ତମାନର ଆବଶ୍ୟକତକୁ ପୂରଣ କରିବ ବୋଲି ଆଶା କରାଯାଇଛି। 

7. ପୁଟିନଙ୍କୁ ଭେଟିଲେ ଇରାନ ବୈଦେଶିକ ମନ୍ତ୍ରୀ
ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିଲଙ୍କୁ ଆଜି ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି। ଶନିବାର ଆମେରିକାର ଆକ୍ରମଣ ପରେ ଏହି ବୈଠକ ଜରୁରୀକାଳୀନ ଭିତ୍ତିରେ ସ୍ଥିର କରାଯାଇଛି। ଋଷ ଇରାନକୁ ଆମେରିକା ବିରୋଧରେ ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧାସ୍ତ୍ର ପ୍ରଦାନ କରିପାରେ ବୋଲି ସୂଚନା ମିଳିଛି। ଏହାସହ ଅନେକ ଦେଶ ମଧ୍ୟା ଆମେରିକାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଇରାନ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି। 

8. ହରମୌଜ କେନାଲକୁ ବନ୍ଦ କରିବାକୁ ଇରାନର ନିଷ୍ପତ୍ତି, ଆମେରିକାର ସମାଲୋଚନା
ଇରାନ୍‍ ଓ ଅନ୍ୟ ଆରବୀ ଦେଶମାନଙ୍କୁ ଯୋଡ଼ୁଥିବା ସାମୁଦ୍ରିକ ପଥ ହରମୌଜ କେନାଲ୍କୁ  ବନ୍ଦ କରିବା ପାଇଁ ଇରାନ୍‍ ନେଉଥିବା ନିଷ୍ପତ୍ତିକୁ ଅର୍ଥନୀତିକ ଆତ୍ମଘାତୀ ବୋଲି ବର୍ଣ୍ଣନା କରିଛି ଆମେରିକା।  ଇରାନ୍‍ ସଂସଦରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ନିଜର ପ୍ରତିକ୍ରିୟ ପ୍ରକାଶ କରିବା ସହ ଚୀନକୁ ହସ୍ତକ୍ଷେପ  ପାଇଁ ନିବେଦନ କରିଛି। ଇରାନ୍କୁଟ ପ୍ରବର୍ତ୍ତାଇ ଏ ନିଷ୍ପତ୍ତିକୁ ଓହରିବା ଲାଗି କହିଛି ଆମେରିକା। 

9. ଇରାନ ଉପରେ ଆକ୍ରମଣ, ଚୀନର ପ୍ରତିକ୍ରିୟା
ଇରାନ୍‍ ଉପରେ ଆକ୍ରମଣ ପରେ ଚୀନ ଏହାର ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ଆମେରିକାର ବିଶ୍ୱସନୀୟତାକୁ ପ୍ରଶ୍ନକରିଛି ବୋଲି କହିଛି ଚୀନ୍‍ । ଏ ପ୍ରସଙ୍ଗରେ ଚୀନ୍‍ ଉଦବେଗ ପ୍ରକାଶ କରିବା ସହ ସମସ୍ତ ପକ୍ଷରୁ ନିଆଁରେ ଘଅ ନଢାଳିବାକୁ ପରାମର୍ଶ ଦେଇଛି। 

10. ସାରା ଦେଶରେ ମୌସୁମୀ ପ୍ରଭାବ
ସାରା ଦେଶରେ ଏବେ ମୌସୁମୀ ସକ୍ରିୟ ରହିଛି। ଆସନ୍ତା କିଛିଦିନ ଭିତରେ ଏହା ପଞ୍ଜାବକ ମଧ୍ୟ ପରିବସରଭୁକ୍ତ କରିବ। ଓଡ଼ିଶାରେ ଆଜି ୨୫ଟି ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା ବ୍ୟକ୍ତ କରାଯାଇଛି। ୩୦ରୁ ୪୦ କିଲୋମିଟର ବୋଗରେ ପବନ ପ୍ରବାହିତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More
{}{}