Home >>Top 10 News

Top 10 News Today: ବଢିଲା ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଟଳିଲା ନିମିଶାଙ୍କ ଫାଶୀ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ବଢିଲା ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଟଳିଲା ନିମିଶାଙ୍କ ଫାଶୀ ଓ ୧୦ ବଡ଼ ଖବର
Prabhudatta Moharana|Updated: Jul 29, 2025, 08:47 AM IST
Share
1. Operation Sindoor Discussion: ସଂସଦର ମୌସୁମୀ ଅଧିବେଶନର ୬ଷ୍ଠ ଦିନରେ ସାମ୍ବିଧାନିକ କାର୍ଯ୍ୟ ପରିଚାଳନା ସୁରୁଖୁର ହୋଇଛି। ଅପରାହ୍ଣ ୨ଟା ପରେ ଗୃହରେ ପୂର୍ବ ନିର୍ଦ୍ଧାରିତ ଅପରେସନ୍‍ ସିନ୍ଦୂର ସମ୍ପର୍କିତ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଆଲୋଚନାକୁ ଆରମ୍ଭ କରିଥିଲା। ପ୍ରାୟ ସାଢ଼େ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ କଂଗ୍ରେସ ପକ୍ଷରୁ ଏହି ଆଲୋଚନାରେ ସାଂସଦ ଶଶି ଥରୁରଙ୍କୁ ବକ୍ତବ୍ୟ ରଖିବାକୁ ବଞ୍ଚିତ ରଖାଯାଇଛି। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଲୋଚନାରେ ଭାଗ ନେଇପାରନ୍ତି। ପୁଣି ରାଜ୍ୟସଭାରେ ଆଜି ୧୬ ଘଣ୍ଟିଆ ଆଲୋଚନା ଆରମ୍ଭ ହେବ।
 
2. Operation Mahadev: ଏପ୍ରିଲ୍‍ ୨୨ ତାରିଖରେ ପହଲଗାମ୍‍ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆରମ୍ଭ କରାଯାଇଥିବା ଅପରେସନ୍‍ ମହାଦେବରେ ଏକ ବଡ଼ ସଫଳତା ମିଳିଛି। ଏଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସୁଲେମାନ ଓରଫ ହାସିମ ମୁସା ସମେତ ତିନି ଜଣଙ୍କୁ ନିପାତ କରିଛି ସେନା। କିଛିଦିନ ହେଲା ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ ସୁରକ୍ଷା କର୍ମୀ। କିନ୍ତୁ ରବିବାର ଦିନ ସେମାନଙ୍କ ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥା ସଂଯୋଗ ଫଳରେ ସେନା ସେମାନଙ୍କ ଠିକଣା ପାଇବା ସହ ତାଙ୍କୁ ନିପାତ କରିଥିଲା।  
 
3. Rahul To Adopt 22 Children: ପହଲଗାମ୍‍ ଆକ୍ରମଣ ପରବର୍ତ୍ତୀ ସମୟରେ ଭାରତ-ପାକିସ୍ତାନ ଭିତରେ ଯେଉଁ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା ସେଥିରେ ପ୍ରଭାବିତ ହୋଇଥିଲେ ସୀମାନ୍ତ ଲୋକ। ଏହିପରି ଭାବେ ସମୁଦାୟ ୨୨ ଜଣ ଶିଶୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ସେହି ୨୨ ଶିଶୁଙ୍କ ଶିକ୍ଷା ଖର୍ଚ୍ଚକୁ ବହନ କରିବେ ବୋଲି ଜମ୍ମୁ ଓ କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ କହିଛନ୍ତି। 
 
4. Nurse Priya’s Death sentence cancelled : ୟେମେନଠାରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ମୁକ୍ତି ମିଳିଛି। ତାଙ୍କର ମୃତ୍ୟୁ ଦଣ୍ଡାଦେଶକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିବା ସୂଚନା ମିଳିଛି। କେରଳର ନିମିଶାଙ୍କୁ ୨୦୧୭ ମସିହାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇ ମୃତ୍ୟୁ ଦଣ୍ଡଠରେ ଦଣ୍ଡିତ କରାଯାଇଥିଲା।  ଭାରତର କୂଟନୀତିକ ହସ୍ତକ୍ଷେପ ଫଳରେ ତାଙ୍କୁ ମୁକ୍ତି ମିଳିଥିବା ସୂଚନା ମିଳିଛି। 
 
5. RSC on Bihar SIR: ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଘନ ଭୋଟର ତାଲିକା ସଂଶୋଧନ ( ଏସ୍‍ଆଇଆର୍‍)କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଏ ନେଇ ଆଗତ ହୋଇଥିବା ଏକ ମାମଲାକୁ ବିଚାର କରି ଆଧାର ଏବଂ ଭୋଟର ଆଇଡିକୁ ପରିଚୟ ଭାବେ ଗ୍ରହଣ କରି ସଂଶୋଧିତ ତାଲିକାରେ ସାମଲ କରିବାକୁ କହିଛନ୍ତି। 
 
6. Manhatan Killing: ନ୍ୟୁୟର୍କର ସୁ ଉଚ୍ଚ ମାନ୍‍ହାଟ୍ଟନ କୋଠାରେ ଜଣେ ବନ୍ଧୁକଧାରୀ ୪ ଜଣଙ୍କୁ ହତ୍ୟା କରିଛି। ଏଥିରେ ଜଣେ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ନିଜ ଦ୍ୱାରା ଗୁଳିରେ ହତ୍ୟାକାରୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି। କିନ୍ତୁ ସେ କାହିଁକି ଗୁଳି ଚଳାଇଥିଲା ସେ ବାବଦରେ କୌଣସି ସୂଚନା ମିଳି ନାହିଁ। 
 
7. Bail Plea of IAS Bishnupada cancelled: ପୂର୍ବତନ ଆଇଏଏସ୍‍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ମାମଲାର ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଶ୍ରୀ ସେଠୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛି। ଏହାସହ ତାଙ୍କୁ ଯୋଗାଇ ଦିଆଯାଉଥିବା ଆନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦିଆଯାଇଛି। ବ୍ରିଜ୍‍ ଆଣ୍ଡ ରୁଫ କର୍ପୋରେସନ୍ ଜିଏମ୍‍ ଚଞ୍ଚଲ ମୁଖାର୍ଜୀ ଲାଞ୍ଚ କାରବାରରେ ତାଙ୍କୁ ସମ୍ପୃକ୍ତ କରିଛି ସିବିଆଇ।  
 
8. FCI not lifting Odisha Rice, Mps complained: ଓଡ଼ିଶାରେ ଚାଉଳ ଉଠାଉନି ଖାଦ୍ୟ ନିଗମ। ରାଜ୍ୟର ପ୍ରତି ଗୋଦାମରେ ଚାଉଳ ପଡ଼ି ରହିବାରୁ ଅଧିକ ଚାଉଳ ସଂଗ୍ରହ ହୋଇପାରୁନି। ଏପରି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବା ଲାଗ ରାଜ୍ୟର ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦମାନେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟ ବ୍ୟବହାର ପରେ ମଧ୍ୟ ଏବେ ୧୨ ମେଟ୍ରିକ୍‍ ଟନ୍‍ ଚାଉଳ ବଳକା ପଡ଼ି ରହିଥିବା ସୂଚନା ମିଳିଛି। 
 
9. World Chess Championship: ଭାରତୀୟ ଚେସ୍‍ ଇତିହରସରେ ଏକ ନୂଆ ଇତିହାସ ଯୋଡ଼ିଛନ୍ତି ଦିବ୍ୟା ଦେଶମୁଖ। ନାଗପୁର ସହରର ୧୯ ବର୍ଷୀୟା ଦିବ୍ୟା ବିଶ୍ୱ ଚାମ୍ପିୟନ ହେବା ସହ ଗ୍ରାଣ୍ଡ ମାଷ୍ଟର ସମ୍ମାନ ହାସଲ କରିଛନ୍ତି। ସେ ହୋଇଛନ୍ତି ଭାରତର ୮୮ତମ ଗ୍ରାଣ୍ଡମାଷ୍ଟର। 
 
10. Odisha Minister in Land Mafia’s trap: ରାଜ୍ୟ ଖାଉଟୀ କଲ୍ୟାଣ, ଯୋଗାଣ, ବିଜ୍ଞାନ ଓଧ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜମି ମାଫିଆଙ୍କ ଶିକାର ହୋଇଛନ୍ତି। ଏ ନେଇ ସେ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜମି ଦେବାକୁ କହି ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
------------------------
Read More
{}{}