Home >>Top 10 News

Top 10 News Today:ଆଜି ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ, ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା: ଆଉ ଦୁଇ ଗିରଫ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ଆଜି ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ, ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା: ଆଉ ଦୁଇ ଗିରଫ ଓ ୧୦ ବଡ଼ ଖବର
Prabhudatta Moharana|Updated: Aug 04, 2025, 08:49 AM IST
Share

ଆଜି ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ
ଆଜି ଦିନ ପ୍ରାୟ ୯ଟା ସମୟରେ ବଳଙ୍ଗା ପୀଡିତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତକାଲି ଦିଲ୍ଲୀ ସ୍ଥିତ ଏମସ ପୀଡିତାଙ୍କର ମୃତ୍ୟୁ ହୋଇଥିଲା। ପରେ ରବିବାର ବିଳମ୍ବିତ ରାତିରେ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀର ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ବାୟାବରର ନୂଆ ଗୋପାଳପୁର ନିଆଯାଇଛି। ଆଜି ସକାଳେ ମୁସଲିମ୍‌ ପ୍ରଥା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ବାୟାବର ଗାଁରେ ପୋଲିସ ଛାଉଣି କରାଯାଇଛି।

ବାୟାବରରେ ପୋଲିସ ଛାଉଣି
ଆଜି ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ପୈତୃକ ଗାଁ ବାୟାବରରେ ଶେଷ ହେବ। ଏଥିପାଇଁ ବାୟାବରରେ ରାଜନେତାଙ୍କ ଠାରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆଗମନର ସମ୍ଭାବନା ରହିଛି। ଫଳରେ ଭୁବନେଶ୍ୱର ଠାରୁ ଆରମ୍ଭ କରି ବାୟାବର ଗାଁ ପର୍ଯ୍ୟନ୍ତ ସୁରକ୍ଷା କାରଣରୁ ପୋଲିସ ଛାଉଣି କରାଯାଇଛି। ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ଯେଭଳି ଭାବେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଦିଆଯାଇଛି। 

ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା: ଆଉ ଦୁଇ ଗିରଫ
ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ନେଇ ସୂଚନା ମିଳିଛି। ମୋଟ୍ ଗିରଫଦାରୀ ସଂଖ୍ୟା ୪କୁ ପହଞ୍ଚିଛି। ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର।

ଗୁଣି ସନ୍ଦେହେରେ ଯୁବକକୁ ହତ୍ୟା, ୧୪ ଗିରଫ
ଗୁଣି ସନ୍ଦେହେରେ ଯୁବକକୁ ମାରି ହରଭଙ୍ଗୀ ଡ୍ୟାମ୍ ରେ ଯୌନାଙ୍ଗ କାଟି ଫିଙ୍ଗି ଦେଲେ ଦୃର୍ବୁତ୍ତ l ଗଜପତି ଜିଲ୍ଲା ମୋହନା ଥାନା ରାଚାଗୁଡ଼ା ଗାଁରେ ଘଟିଛି ଏହି ଭଳି ଘଟଣା l ଗତ ୧୫ ଦିନ ପୁର୍ବରୁ ଗାଁର ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁବରଣ ପରେ ଗାଁର ଗୋପାଳ ମଲ୍ଲିକ କୁ ଗୁଣି ସନ୍ଦେହ କରିଥଲେ। ଯାହା ଫଳରେ ଗତକାଲି ସୁବାସ ମଲ୍ଲିକଙ୍କ ସମେତ ଗାଁର କିଛି ଜଣ ଯୁବକ କୁ ହରଭାଙ୍ଗି ଡ୍ୟାମ ପଟେ ଡାକି ନେଇ ସେଠାରେ ହତଗୋଡ ବାନ୍ଧି ଯୌନାଙ୍ଗ କାଟି ହତ୍ୟା କରି ଡ୍ୟାମ ରେ ଫିଙ୍ଗି ଦେଇଥିଲେ l ପୋଲିସ ଏହି ଘଟଣରେ ୪ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳକୁ ନେଇ ଯିବା ପରେ ଫିଙ୍ଗି ଦେଇଥିବା ସ୍ଥାନ ଦେଖାଇଥିଲେ l ଅଗ୍ନିଶମ ବାହିନୀ ପହଂଚି ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ l ଏହି ଘଟଣାରେ ପୋଲିସ ଗାଁରୁ ୧୪ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଛି l 

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ: ବନ୍ଧାହେଲେ ବୋର୍ଡ ଉପସଭାପତି
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବନ୍ଧା ହୋଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ସେ ବଡ଼ଧରଣର ଆର୍ଥିକ ଡିଲ୍ କରିଥିଲେ। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଧ୍ୟମରେ ୬ଟି ଜିଲ୍ଲାରେ ଏହାକୁ ବିକ୍ରି କରିଥିଲେ। ଏଭଳି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ଶେଷରେ ଡକ୍ଟର ମହାନ୍ତିଙ୍କୁ ଗିରଫ କରିଛି। ୨୦୨୨ରେ ମାଲକାନଗିରି ଜିଲ୍ଲାରେ ହୋଇଥିବା ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବି ଜିତନର ସମ୍ପୃକ୍ତି ପ୍ରମାଣ ମିଳିଛି। 

୯ ଯାଏ ପ୍ରବଳ ବର୍ଷା 
ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର  ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ । ଏହା ପ୍ରଭାବରେ ୯ ତାରିଖ  ଯାଏଁ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ  କହିଛନ୍ତି, ଘୂର୍ଣ୍ଣିବଳୟ ପ୍ରଭାବରେ  ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ  ଭଲ ବର୍ଷା ହେବାର ସମ୍ଭାବନା ରହିଛି  କିନ୍ତୁ ଅତିପ୍ରବଳ ବର୍ଷା ଆଶଙ୍କା ନାହିଁ।  ଏହି ବର୍ଷା ଚାଷ କାମକୁ ସୁହାଇବ ।  ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବି ଭଲ  ବର୍ଷା ହେବ ବୋଲି ସେ ଆକଳନ  କରିଛନ୍ତି । ତେବେ ପାଣିପାଗ  ବିଭାଗର ପୂର୍ବାନୁମାନ କହୁଛି, ୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ ।  କେନ୍ଦୁଝର, ମୟୂରଭଞ୍ଜ, ଗଜପତି,  ଗଞ୍ଜାମ ଓ ରାୟଗଡ଼ାରେ ପ୍ରବଳ  ବର୍ଷା ହେବାର ସମ୍ଭାବନା ଅଛି ।  ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ବି ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । 

ପଥରରେ ଚାପି ହୋଇଗଲେ ୬ ଓଡ଼ିଆ
ଆନ୍ଧ୍ର ପ୍ରଦେଶର ବାପତଲା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଖଣିରେ କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଏକ ଭାରୀ ଗ୍ରାନାଇଟ୍ ପଥର ପଡ଼ିବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଖଣିରେ ୧୦ ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ । ହଠାତ୍ ସେହି ସମୟରେ ଏକ ବିରାଟ ପଥର ସେମାନଙ୍କ ଉପରେ ଖସି ପଡ଼ିଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ଫୋରେନସିକ୍ ଟିମ୍ ପଠାଯାଇଛି।'

ଭିଜିଲାନ୍ସ ଜାଲରେ ଏମଭିଆଇ
ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦା । ୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ କରାଯାଇଛି । ୨ଟି ସୁନା ବିସ୍କୁଟ୍‌ ସହ ୧ କେଜିର ସୁନା ଗହଣା, ୨ କେଜିରୁ ଅଧିକ ରୁପା, ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା ଜବତ ହୋଇଛି । ୧ କୋଟି ୩୪ ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ, ବୀମା ଠାବ କରାଯାଇଛି । ଝିଅର ମେଡିକାଲ ପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଏବଂ ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି । ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘରକରଣା ସାମଗ୍ରୀ ମିଳିଥିବା ସୂଚନା ରହିଛି ।

ଭାରତକୁ ଟ୍ରମ୍ପଙ୍କ ଧମକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ଭାରତକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବା ଉଚିତ। 'ଦି ଗାର୍ଡିଆନ୍'ର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହଯୋଗୀ ଷ୍ଟିଫେନ୍ ମିଲର୍ ଅଭିଯୋଗ କରିଛନ୍ତି ଯେ ଭାରତ ରୁଷରୁ ତେଲ କିଣି ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି। ଭାରତକୁ 100 ପ୍ରତିଶତ ଶୁଳ୍କ ଲାଗୁ କରିବାର ଧମକ ମଧ୍ୟ ମିଳିଛି।

ଡଙ୍ଗା ବୁଡି ଘଟଣାରେ ୬୮ ମୃତ
ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଛି । ଡଙ୍ଗାରେ ୧୫୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୪ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ଇଥିଓପିଆର ଥିଲେ ।  ସେମାନେ ୟେମେନ୍ ଦେଇ ରୋଜଗାର ଆଶାରେ ସାଉଦି ଆରବକୁ ବାହାରିଥିଲେ । ଦୁର୍ଘଟଣାରେ କେବଳ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଯେଉଁଥିରେ ନଅ ଜଣ ଇଥିଓପିଆନ୍ ଏବଂ ଜଣେ ୟେମେନ୍ ନାଗରିକ ଅଛନ୍ତି ।

Read More
{}{}