ଉତ୍ତରକାଶୀରେ ବାଦଲଫଟା ବର୍ଷା, ଏକାଧିକ ସେନା ନିଖୋଜ
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ ନିକଟସ୍ଥ ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଥିବା ଜଣାପଡ଼ିଛି। ତେବେ ନିଜ ସୈନିକମାନେ ନିଖୋଜ ଥାଇ ମଧ୍ୟ ଭାରତୀୟ ସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି।
୪୦ ସେକେଣ୍ଡ ବିପର୍ଯ୍ୟୟରେ ଧୋଇଗଲା ଗାଁ
ମଙ୍ଗଳବାର ବାଦଲ ଫଚା ବର୍ଷା ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ଧରାଲୀ ଗାଁ ନିକଟ ହର୍ଷିଲରେ ଘଟିଥିଲା। ଯାହା ଗଙ୍ଗୋତ୍ରୀ ଯାତ୍ରା ପଥରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୋଇଥାଏ। ଏହି ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୫-୨୦ଟି ଘର, ହୋଟେଲ ଓ ଦୋକାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।
କଟକଣା ଉଲଙ୍ଘନ କଲେ ହେବ ୩ ବର୍ଷ ଜେଲ୍
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଅଗଷ୍ଟ ୧୧ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଆସନ୍ତା ସୋମବାର ଅର୍ଥାତ୍ ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ଥିତ ଅଶୋକ ନଗର ୟୁନିଟ-୨ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଦିନ ୧୧ ଟାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।
ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ : ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍
ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ଦୁଇଜଣ ଆହତ ହୋଇଛନ୍ତି । ଜଣେ ଆହତ ଛାତ୍ରଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ ବାହାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ସଂଘର୍ଷ ନେଇ ଉଭୟ ପଟୁ ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ବବିଦ୍ୟାଳୟରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି । କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ସହିଦ୍ ନଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।
ଓଡ଼ିଶାକୁ ସୁନାମୀ ଭୟ !
ବୈଜ୍ଞାନିକଙ୍କ ଅନୁସାରେ ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଯେପରିକି ପୁରୀ, କୋଣାର୍କ, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ସୁନାମୀ ପ୍ରଭାବକୁ ଅଧିକ ପ୍ରତିକ୍ରିୟାଶୀଳ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଅବସ୍ଥିତ ପୁରୀ, ଘୂର୍ଣ୍ଣିଝଡ଼ ଓ ସୁନାମି ଭଳି ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ତେବେ, ସୁନାମୀର ପ୍ରଭାବ କେବଳ ଓଡ଼ିଶା ନୁହେଁ, ଭାରତର ଅନ୍ୟ କିଛି ରାଜ୍ୟ ଓ ସହରକୁ ମଧ୍ୟ ପ୍ରଭାବିତ କରିପାରେ। ନିମ୍ନରେ ୧୫ଟି ସହର ବା ଅଞ୍ଚଳର ଏକ ତାଲିକା ଦିଆଯାଇଛି ଯେଉଁମାନେ ସୁନାମୀ ପ୍ରତି ଅଧିକ ସମ୍ଭାବ୍ୟ, ଯାହା ଭାରତୀୟ ସରକାର ଏବଂ ଇନ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସିଆନ ଇନଫର୍ମେସନ ସର୍ଭିସେସ (INCOIS) ଦ୍ୱାରା ଚିହ୍ନଟ କରାଯାଇଛି।
ସାଢେ ୬ଟାରେ ମଙ୍ଗଳ ଆଳତି
ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ୪ଜଣ ଅଧିକାରୀ ଅଛନ୍ତି। ଠାକୁରଙ୍କ ନୀତି ଯେଭଳି ବିଶୃଙ୍ଖଳିତ ନ ହୁଏ ତାହା ନିଶ୍ଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି। ଅବସର ପରେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ ନିୟମିତ ନୀତି ପ୍ରଶାସକ ରହିଛନ୍ତି। ହେଲେ କେବଳ ନୀତିରେ ହିଁ ସବୁଠାରୁ ଅଧିକ ବିଶୃଙ୍ଖଳା ରହିଛି। ଶାସ୍ତ୍ର ଅନୁଯାୟୀ ମଙ୍ଗଳଆଳତି ସୂର୍ଯ୍ୟ ଉଦୟ ପୂର୍ବରୁ ହେବା କଥା। ହେଲେ ୭ଟା ପୂର୍ବରୁ ହେଉନାହିଁ। ଏଣିକି ଯେବେ ବି ପହୁଡ଼ ହେଉ। ସକାଳ ସାଢେ ୬ଟାରେ ଏଣିକି ମଙ୍ଗଳ ଆଳତି ହେବ।
ଭିଡିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ
ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର ନନ୍ଦପୁରରେ ଥିବା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର କନିଷ୍ଠ କ୍ଲର୍କ ସମ୍ବିତ ତ୍ରିପାଠିଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ଓଡ଼ିଶା ଭିଜିଲାନ୍ସର ଏକ ସରକାରୀ ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହି ରାଶି ଜଣେ ମୃତ ସରକାରୀ ସ୍କୁଲ ଶିକ୍ଷକଙ୍କ ପେନସନ୍ ଏବଂ ବକେୟା ଲାଭ ପ୍ରଦାନ କରିବା ପାଇଁ ସେ ଦାବି କରିଥିବା ମୋଟ ୩୦୦୦୦ ଟଙ୍କା ଲାଞ୍ଚର ପ୍ରଥମ କିସ୍ତି ଥିଲା।
ପାକିସ୍ତାନର ପୁଣି ଥରେ ଅସ୍ତ୍ରବିରତୀ
ପାକିସ୍ତାନ ପୁଣିଥରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନର ସେନା ପୁଞ୍ଚର କୃଷ୍ଣା ଘାଟିରେ ଗୁଳି ଚଳାଇଛନ୍ତି। ଯାହାର ଜବାବ ଭାରତୀୟ ସେନା ମଧ୍ୟ ଦେଇଛି। ବର୍ତ୍ତମାନ ନିୟନ୍ତ୍ରଣ ରେଖାରେ ହାଇ ଆଲର୍ଟ ରହିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସେନାର ସରକାରୀ ସୂତ୍ରକୁ ଉଦ୍ଧାର କରି ଏହି ସୂଚନା ଦେଇଛି।
ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ କିନ୍ତୁ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ସେ ଜମ୍ମୁ-କାଶ୍ମୀର, ଗୋଆ ଏବଂ ମେଘାଳୟ ଭଳି ରାଜ୍ୟରେ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।