1. ମହାନଦୀ ବିବାଦର ସମାଧାନ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ ରାଜ୍ୟ ସରକାର
ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଆଶା କରିଛନ୍ତି ରାଜ୍ୟ ସରକାର। ଏଥିନେଇ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ସହଯୋଗ ଲୋଡ଼ିଛନ୍ତି। ୨୦୧୮ ମସିହାରୁ ଏ ମାମଲା ଟ୍ରିବ୍ୟୁନାଲରେ ପଡ଼ି ରହିଛି। ଏବେ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଜୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।
2. ଦିଲ୍ଲୀରେ ୪ ମନ୍ତ୍ରୀଙ୍କ ଡେରା
ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ୪ଜଣ ମନ୍ତ୍ରୀ ଏବେ ଦିଲ୍ଲୀରେ। ଏମାନେ ବିଭିନ୍ନ ମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଆବଶ୍ୟକତାକୁ ଦାବି ଭାବେ ଉପସ୍ଥାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଠିକ୍ ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଜଳସମ୍ପଦ ମନ୍ତ୍ରୀ ରବି ନାଏକ ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି।
3. ଓଡ଼ିଆରେ ଲେଖା ହେବ ନାମ ଫଳକ
ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ପୁଣିଥରେ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକା।ର ଏଥିନେଇ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନକୁ ଆଦେଶ ଦିଆଯାଇଛି। ନିଜ ନାମଫଳକର ୬୦% ଜାଗାରେ ଓଡ଼ିଆରେ ଉଲ୍ଲେଖ କରିବାକୁ କୁହାଯାଇଛି। ୫୫ ଦିନ ଭିତରେ ସଂଶୋଧନ ନ କରାଗଲେ ଜରିମାନା ଆଦାୟ କରିବାକୁ ନଗର ଉନ୍ନୟନ ସଚିବ ଆଦେଶ ଦେଇଛନ୍ତି।
4. ଇନସପେକ୍ଟର ସ୍ତରରେ ଅଦଳବଦଳ
ଇନ୍ସପେକ୍ଟର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ୨୧ ଜଣ ପୁଲିସ ଇନ୍ସପେକ୍ଟରଙ୍କ ଥାନା ଓ କର୍ତ୍ତବ୍ୟସ୍ଥଳରେ ପରିବର୍ତ୍ତନ କରାଯାଇଛି। ସେହିପରି ବଲାଙ୍ଗୀରରେ କାର୍ଯ୍ୟ କରୁଥିବା ଏଏସ୍ଆଇ ମହେନ୍ଦ୍ର ତାଣ୍ଡି, ବାଲେଶ୍ୱରର ଏଏସ୍ଆଇ ଜିତେନ୍ଦ୍ର ସାମଲ ଏବଂ ଜଗତସିଂହପୁରରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ମୀର୍ଜା ମୋଇନ୍ ବେଗଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଶାଖା ପୁଲିସକୁ ସ୍ଥାନାନ୍ତର କରାଯାଇଛି।
5. ଭିଜିଲାନ୍ସ ଜାଲରେ ସହକାରୀ ରେକର୍ଡ କିପର
କେନ୍ଦୁଝର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରେକର୍ଡ କିପର ହାଡ଼ିବନ୍ଧୁ ବେହେରାଙ୍କୁ ଭିଜିଲାନ୍ସ ଚଢ଼ଉ କରିଛି। ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କ କାରବାର ଉପରେ ଚଢ଼ଉ କରିଛି। ଏନେଇ ତାଙ୍କର କାର୍ଯ୍ୟାଳୟ ଓ ଘରେ ପୁଲିସ ଚଢ଼ଉ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେହିପରି ସମ୍ବଲପୁରସ୍ଥିତ ରାଜ୍ୟ ଡ୍ରଗ୍ସ ପରୀକ୍ଷଣ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଅଧିକାରୀ ଦେବାଶୀଷ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ। ୪ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତିଠୁଳ ନେଇ ତାଙ୍କ ନାଁରେ ଏତଲା ଦାୟର ହୋଇଛି।
6. ଗୃହୀତ ହେଲା ଦୁଇଟି ବିଧେୟକ
ବୁଧବାରଦିନ ହଟ୍ଟଗୋଳ ଭିତରେସଂସଦରେ ଦୁଇଟି ବିଧେୟକ ଗୃହୀତ ହୋଇଛି। ଲୋକସଭାରେ ସାମୁଦ୍ରିକ ବିଧେୟକକୁ ଉପୌସ୍ଥାପନ କରାଯାଇ ବିବନା ବିରୋଧୀଙ୍କ ଆଲୋଚନାରେ ଗ୍ରହଣ କରାଯାଇଛି। ଏହା ଭାରତରେ ଆଧୁନିକ, ଦକ୍ଷ, ଏବଂ ବିଶ୍ୱସ୍ତରୀୟ ସମନ୍ୱିତ ସାମୁଦ୍ରିକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ। ବିହାରରେ ସଘନ ଭୋଟର ତାଲିକା ସଂଶୋଧନକୁ କେନ୍ଦ୍ରକରି ଗୃହରେ ବିରୋଧୀଙ୍କ ହଟ୍ଟକଗୋଳ ଜାରି ରହିଛି।
7. ଭାରତ ଉପରେ ଅଧିକ ୨୫ ପ୍ରତିଶତ ଟାରିଫ ଲଗାଇଲା ଆମେରିକା
ଋଷରୁ ଭାରତର ତୈଳ ଆମଦାନୀକୁ ବିରୋଧ କରି ଆମେରିକା ଭାରତୀୟ ଉତ୍ପାଦ ଉପରେ ଟାରିଫ ପରିମାଣ ବୃଦ୍ଧି କରିଛି। ୨୫ ପ୍ରତିଶତ ଟାରିଫ ବାଦ୍ ଆହୁରି ୨୫ ପ୍ରତିଶତ ଅଧିକ ଟାରିଫ ଲାଗୁ କରିଛି ଆମେରିକା। ପୁଣି ଆଜି ଆପଲ୍ ମାଲିକଙ୍କୁ ହ୍ୱାଇଟ୍ ହାଉସରେ ଭୋଟିବା କାର୍ଯ୍ୟକ୍ରମ ରହିଛି। ଏହା ଭାରତରେ ଆପଲ୍ର ନୂଆନିର୍ମାଣ ଓ ରପ୍ତାନୀ ବାବଦରେ ଆଲୋଚନା ପାଇଁ ଇଙ୍ଗିତ କରିଛି। ଅର୍ଥାତ୍ ଆଗକୁ ଭାରତରେେ ଆଇଫୋନ ନିର୍ମାଣ ଓ ରପ୍ତାନୀ ପ୍ରଭାବିତ ହେବାର ଆଶଙ୍କା ରହିଛି।
8. ଭାରତ ପକ୍ଷରୁ କ଼ଡ଼ା ଭାଷାରେ ନିନ୍ଦା
ଅପରପକ୍ଷେ ଭାରତ ପକ୍ଷରୁ କଡ଼ା ଭାଷାରେ ଆମେରିକାର ପଦକ୍ଷେପକୁ ନିନ୍ଦା କରାଯାଇଛି। ଏହାକୁ ଅଯୌକ୍ତିକ ଏବଂ ଅକାରଣ ବୋଲି ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତାରେ ସ୍ପଷ୍ଟ କରାଯାଇଛି। ଭାରତ ଏହାର ୧୪୦ କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା ତଥା ଜାତୀୟ ସୁରକ୍ଷାକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଦୋହରାଇଛି।
9. ଋଷ ଗସ୍ତରେ ଜାତୀୟ ସୁରକ୍ଷ ପରାମର୍ଶଦାତା ଅଜିତ ଡୋଭାଲ
ଇତିମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଋଷ ରାଷ୍ଟ୍ରପତି ଭଲାଡିମିର ପୁଟିନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶ୍ରୀ ଡୋଭାଲ ଋଷ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯିବା ସମ୍ଭାବନା ବଢ଼ିଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ଯାଏ ଚୀନରେ ସାଙ୍ଘାଇ ସହଯୋଗ ସଂଗଠନର ବାର୍ଷିକ ବୈଠକ ହେବାକୁ ଯାଉଛି। ଚୀନ ପରେ ସେଠାରୁ ପ୍ରଧାନମନ୍ତ୍ରୀ ଜାପାନ ଯାଇପାରନ୍ତି। ୨୦୧୮ ଲଦାଖରେ ଚୀନ ଓ ଭାରତୀୟ ସୈନିକଙ୍କ ଭିତରେ ତିକ୍ତତା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ଚୀନ ଗସ୍ତ।
10. ଆମେରିକାଠାରୁ ଭାରତର ଅର୍ଥନୀତି ଭଲ: ଆରବିଆଇ
ଆମେରିକାର ରାଷ୍ଟ୍ରପତି ଭାରତର ଅର୍ଥନୀତିକ ମୃତ ଅର୍ଥନୀତି ବୋଲି କହିବା ପରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଭାରତର ରିଜର୍ଭ ବ୍ୟାଙ୍କ ଭାରତର ଅର୍ଥନୀତି ଆମେରିକାଠାରୁ ବି ଭଲ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି। ବିଶ୍ୱ ଅର୍ଥନୀତିରେ ଭାରତର ଅବଦାନ ୧୮ ପ୍ରତିଶତ ରହିଛି ବୋଲି ସେ କହିଛନ୍ତ। ଏହା ଆମେରିକାଠାରୁ ଭଲ ବୋଲି ସେ କହିଛନ୍ତି।