Home >>Top 10 News

Top 10 News Today: ଅଗଷ୍ଟ ୨ରେ ଆସିବ ପିଏମ କିଷାନର ୨୦ତମ କିସ୍ତି ଟଙ୍କା,ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ;୧୦ ବଡ଼ ଖବର

ଦିନଯାକର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...

Advertisement
Top 10 News Today:  ଅଗଷ୍ଟ ୨ରେ ଆସିବ ପିଏମ କିଷାନର ୨୦ତମ କିସ୍ତି ଟଙ୍କା,ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ;୧୦ ବଡ଼ ଖବର
Narmada Behera|Updated: Jul 30, 2025, 10:03 PM IST
Share

1-ମାଧ୍ୟମିକ ଶିକ୍ଷା ପରିଷଦ (BSE),ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା  OTET-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି  କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସମ୍ପୃକ୍ତ ଥିବା  ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।  

2-ଆଜି  (ବୁଧବାର) ନୂଆଦିଲ୍ଲୀରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ୍ ଙ୍କ ଅଧ୍ୟକ୍ଷତାରେ  ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଦେଶର ୭୩୧ଟି କୃଷି କେନ୍ଦ୍ରର ନିର୍ଦ୍ଦେଶକ, ଉପକୁଳପତି, ମୁଖ୍ୟ, ଭାରତୀୟ କୃଷି ଗବେଷଣା ପରିଷଦ ଓ କୃଷି ବିଶ୍ବବିଦ୍ୟାଳୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।  ଏହି ବୈଠକରେ  ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ର ଲାଭ ସର୍ବାଧିକ ଚାଷୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶର ବାରଣାସୀ ଏକ କାର୍ଯ୍ୟକ୍ରମ ଅଗଷ୍ଟ ୨ ତାରିଖରେ ଆୟୋଜିତ ହେବାକୁ ଯାଉଛି। 

3-FM କଲେଜ ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନିର୍ଯାତନା ଅଭିଯୋଗ ଓ ସମାଧାନର ସଂପୂର୍ଣ୍ଣ ତଥ୍ୟ shebox ପୋର୍ଟାଲରେ ହେବ ଅପଲୋଡ୍। ଏନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅପଲୋଡ୍ କରିବେ। ସମାଧାନ କରାଯାଇଥିବା ଅଭିଯୋଗ ସଂଖ୍ୟା ବି ଅପଲୋଡ୍ କରିବେ ଶିକ୍ଷାନୁଷ୍ଠାନ। ବିଭାଗ/କାର୍ଯ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟିର ବିବରଣୀ ବି ହେବ ଅପଲୋଡ୍। ଅଗଷ୍ଟ ୧ ସୁଦ୍ଧା she-box ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ। 

4-ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା। ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କ ଚିଠି। ସରକାରୀ ବୈଠକ, ସଭାସମିତିରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ାକୁ ନା। ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ବି କଟକଣା ଲଗାଯାଇଛି। 

5-RI, ARI, ଅମିନ, ICDS, SFS ୨୦୨୪ର ପ୍ରିଲିମ୍‌ ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହିସବୁ ପରୀକ୍ଷାକୁ ବାତିଲ୍ କରିଛନ୍ତି ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC)। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଡ଼ିଶାର ଆଡ଼ଭୋକେଟ ଜେନେରାଲ( AG)ପୀତାମ୍ବର ଆଚାର୍ଯ୍ୟ। 

6-ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ମଣ୍ତଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ  ଆଉ ୨୪ ଘଣ୍ଟା ରାଜ୍ୟରେ ବର୍ଷାର ବିସ୍ତୁତି ଜାରି ରହିବ। ୩୧ ତାରିଥରୁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ ମନୋରମା ମହାନ୍ତି କହିଛନ୍ତି। ଆସନ୍ତାକାଲି (ଗୁରୁବାର) ବରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ, ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଛି। 

7- ପାକିସ୍ତାନ ସହ ଖେଳିବନି ଭାରତ। ପାକିସ୍ତାନ ସହ ନଖେଳିବା ପାଇଁ ୱାଲ୍ଡ ଚାମ୍ପିୟନସିଫ ଅଫ ଲିଜେଣ୍ଡରୁ ଓହରିଲା ଭାରତ । ଏହି ମହାମୁକାବିଲା ୨ ଚିର ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ହେବାର ଥିଲା।

8-ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଅଛି। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲ୍‌ରେ ୨ଟି ଦୋକାନ ଅଛି। ୧୩ଟି ଦାମୀ ପ୍ଲଟ୍ ସହ ୭୫ ଲକ୍ଷ ଟଙ୍କାର ଜମା ଠାବ। 

9-ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା। ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍।  ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଟ୍ରମ୍ପ୍‌ ଖପ୍ପା। ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ଖପ୍ପା।ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି। ରୁଷିଆ ସହ ଭାରତ ବାଣିଜ୍ୟିକ ସମ୍ପର୍କ ପାଇଁ ଟାରିଫ୍ ବୋଲି ସ୍ପଷ୍ଟ କଲେ । 

10-ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ। GSLV-F16 ଜରିଆରେ ମହାକାଶ ପଠାଗଲା NISAR। ISRO ଏବଂ NASAର ମିଳିତ ବିକଶିତ NISAR। ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ। 

 

Read More
{}{}