Home >>Top 10 News

Top 10 News Today: ଭବାନୀପାଟଣା ଜେଲ୍‌ରୁ ବାହାରିଲେ IAS ଧିମାନ ଚକ୍‌ମା ,ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି;୧୦ ବଡ଼ ଖବର

ଦିନଯାକର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...

Advertisement
Top 10 News Today: ଭବାନୀପାଟଣା ଜେଲ୍‌ରୁ ବାହାରିଲେ IAS ଧିମାନ ଚକ୍‌ମା ,ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି;୧୦ ବଡ଼ ଖବର
Narmada Behera|Updated: Jul 31, 2025, 09:44 PM IST
Share

1-ପୁଣି ଚର୍ଚ୍ଚାରେ ଆଇଏଏସ୍ ଧିମାନ୍ ଚକ୍‌ମା। ଦିର୍ଘ ୪୦ ଦିନ ପରେ ଭବାନୀପାଟଣା ଜେଲ୍ ରୁ ବାହାରିଛନ୍ତି ଧିମାନ୍।ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେପରେ ଗିରଫ ହୋଉଥିଲେସର୍ତ୍ତମୂଳକ ଜାମିନ୍ ରେ ଧିମାନ୍ ଆଜି ଜେଲରୁ ବାହାରିଛନ୍ତି

 

 

2-ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଭୁବନେଶ୍ବର R&B ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଫ୍ଲାଟ୍‌ ସଉକ। ଭିଜିଲାନ୍ସ ରେଡ୍‌ ପରେ ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କ ଫ୍ଲାଟ୍‌ ପ୍ରେମ। ଜଟଣୀ, ଭୁବନେଶ୍ବର ଓ ଫୁଲନଖରାରେ ରହିଛି ୭ଟି ଫ୍ଲାଟ୍‌ । ଡିଏଲ୍‌ଏଫ୍ ସାଇବର ସିଟିରେ ଯନ୍ତ୍ରୀଙ୍କର ଦୋକାନ ଘର ରହିଛି। କେବଳ ସେତିକୁ ନୁହେଁ, ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଘର ସହ ଡୁମୁଡୁମାରେ ରହିଛି ୪ ମହଲା ବିଲ୍ଡିଂ। ଭୁବନେଶ୍ବରରେ ୭ ଓ ପୁରୀରେ ଗୋଟିଏ ଦାମୀ ପ୍ଲଟ୍ ଠାବ ଭିଜିଲାନ୍ସ ହାତରେ ଲାଗିଛି।

 

3-ପୁରୀ ଦଳାଚକଟା ଘଟଣାର ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ। ମାସେ ଧରି ଚାଲିଥିଲା ତଦନ୍ତ; ୭୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।

 

 

4-ସୁନ୍ଦରଗଡ଼ ତଳସରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି। ଏକ ଘରେ ପ୍ରାୟ ୧୪ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୧୪ ଦିନ ତଳେ ନାବାଳିକା ହଠାତ୍ ନିଖୋଜ ହୋଇଥିଲେ। ନାବାଳିକାଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।

 

 

5-୫୦ କୋଟିରୁ ଊର୍ଦ୍ଧ୍ବ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷ ବୈଠକ। ସମୀକ୍ଷା ବୈଠକରେ ଉନ୍ମୋଚିତ ହେଲା 'ସେତୁ ମରାମତି ନୀତି'। ଖୁବ୍‌ଶୀଘ୍ର 'ରାସ୍ତା ମରାମତି ନୀତି' ଆସିବ କହିଲେ ପୂର୍ତ୍ତ ମନ୍ତ୍ରୀ। ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ। WAMIS OSWAS କାର୍ଯ୍ୟ ପ୍ରଣାଳୀକୁ ଆପଣାଇବାକୁ ଗୁରୁତ୍ୱ। ଶକ୍ତିପୀଠର ପାରିପାର୍ଶ୍ଵିକ ଉନ୍ନତି କାର୍ଯ୍ୟ ଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

6-ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା। କମ୍ପାନୀ ମୁଖ୍ୟଙ୍କ ଜାମିନ୍‌ ଆବେଦନ ଖାରଜ। କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ

ଅର୍ଥନୈତିକ ଅପରାଧ ଓ ଠକେଇ ପାଇଁ ଜାମିନ୍ ଆବେଦନ ଖାରଜ୍ । ରୋଜ୍‌ଭ୍ୟାଲି ନାଁରେ ରହିଛି ୯ ହଜାର କୋଟିର ଠକେଇ ଅଭିଯୋଗ।

 

7-ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ। ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ।ଦିନକରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ଦିଆଯିବ ଉପହାର। ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

8-ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି। ନିର୍ବାଚନ ପାଇଁ ସରିଲା ଇଲେକ୍ଟୋରାଲ୍ କଲେଜର ପ୍ରସ୍ତୁତି। ନିର୍ବାଚନ ନେଇ ଖୁବ୍‌ଶୀଘ୍ର ଘୋଷଣା ହେବ ତାରିଖ।

ଜୁଲାଇ ୨୧ରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ।

 

 

9-ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତା ଅବଲମ୍ବନରେ ନିର୍ମାଣ ହୋଇଥିବା "ଅନନ୍ତା" ଚଳଚ୍ଚିତ୍ରକୁ ସାରା ଓଡ଼ିଶାରେ ଦର୍ଶକ ଅହେତୁକ ଭଲ ପାଇବା ଦେଇଥିବାରୁ ପ୍ରେକ୍ଷାଳୟରେ ୫୦ ଦିନ ଅତିକ୍ରମ କରିଛି l ଆଜି ଅନନ୍ତା ଟିମ୍ ସ୍ବାତୀ ପ୍ରେକ୍ଷାଳୟରେ କେକ୍ କାଟି ପାଳନ କଲା ସଫଳତାର ୫୦ଦିନ । ଏହି ଅବସରରେ ଅଭିନେତା ସବ୍ୟସାଚୀ ମିଶ୍ର, ତାପସ ସରଘରିଆ , ଅଭିନେତ୍ରୀ ସୂର୍ଯ୍ୟମୟୀ ଆମର ମ୍ୟୁଜିକର ପ୍ରଯୋଜକ ସୁରଜ୍ ମହନତ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

10-ସାଂସଦ ଓ ବିଧାୟମାନଙ୍କର ଶିକ୍ଷକ ବଦଳି କ୍ଷମତାରେ ରୋକ । ରୋକ ଲଗାଇଲେ ଓଡ଼ିଶା ହାଇକୋର୍ଟ । ଜନପ୍ରତିନିଧିଙ୍କ ଶିକ୍ଷକ ବଦଳି ସୁପାରିସ୍‌ କ୍ଷମତାକୁ ଭତ୍ସନା । ଶିକ୍ଷକ ବଦଳି ପ୍ରସଙ୍ଗ ପ୍ରଭାବିତ ହେବା ଅଭିଯୋଗ ହୋଇଥିଲା ।

 

Read More
{}{}