Hindi News >>Home >>Top 10 News

Top 10 News: ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ, ରାଜଧାନୀରୁ ପିଲା ଚୋରି; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରବିବାର ଦିନ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଆରୁହା ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 News Headlines 14 April 2025
Top 10 News Headlines 14 April 2025
Jagdish Barik|Updated: Apr 13, 2025, 10:04 PM IST
Share

Top 10 News Headlines 14 April 2025: H1. Pranab Balabantaray's vehicle attacked: ରବିବାର ଦିନ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଆରୁହା ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୂର୍ବତନ ବିଧାୟକ ଏକ ଧାର୍ମିକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ସମୟରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

H2. Class 2 Student Found Hanging At Mayurbhanj: ରବିବାର ଦିନ ମୟୂରଭଞ୍ଜ ଜିଲ୍ଲାରୁ ଏକ ଅତ୍ୟନ୍ତ ବିବ୍ରତକର ଘଟଣା ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାର ଏକ ଆଶ୍ରମ ସ୍କୁଲ ପରିସରରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଅପରାହ୍ନରେ ଉଦଳା ଆଶ୍ରମ ସ୍କୁଲର ନାବାଳିକା ଛାତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସ୍କୁଲ ପରିସରରେ ଏକ ବାଉଁଶ ଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା।

H3. Visually impaired woman’s baby snatched In BBSR: ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶନିବାର ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ତାଙ୍କ ଦୃଷ୍ଟିହୀନ ମାଆଙ୍କ କୋଳରୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଏହି ଘଟଣା ଉପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି 

H4. Thunderstorm Alert For 20 Odisha Dists: ରାଜ୍ୟରେ ଆସନ୍ତାକାଲି ୨୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷିବାର ସମ୍ଭାବନା ରହିଛି । ଯାହାକୁ ନେଇ ଭାରତ ପାଣିପାଗ ବିଭାଗ (IMD) ରବିବାର ଦିନ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। IMD ଅନୁଯାୟୀ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ ।

H5. Keonjhar Woman Dupes Bhubaneswar Man: ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପୁରୁଷଙ୍କ ସହ ମିଥ୍ୟା ସମ୍ପର୍କ ସ୍ଥାପନ କରି ୮.୭୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ରବିବାର ଦିନ ଭୁବନେଶ୍ୱରର ସାଇବର କ୍ରାଇମ୍ ପୋଲିସ ଏହାର ସୂଚନା ଦେଇଛି। ଅଭିଯୁକ୍ତ ଜଣକ ଜଣେ SOG କନଷ୍ଟେବଳଙ୍କ ପତ୍ନୀ । ନାମ ସଞ୍ଜୁକ୍ତା ଭୁୟାଁ ବୋଲି ଜଣାପଡିଛି।

H6. Khallikote Road Accident: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳର ଲଙ୍ଗଳେଶ୍ୱର ନିକଟରେ ଜାତୀୟ ରାଜପଥ-୧୬ ରେ ଏକ ବସ୍ ଏକ ଟ୍ରକକୁ ଧକ୍କା ଦେବାରୁ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବାଲୁଙ୍କେଶ୍ୱର ନାମକ ବସ୍ ଟି ଭୁବନେଶ୍ୱରରୁ ଆସ୍କା ଯାଉଥିବା ବେଳେ ଏକ ଟ୍ରକ୍ ପଛ ପାର୍ଶ୍ୱରେ ଧକ୍କା ଦେଇଥିଲା। ଦୁର୍ଘଟଣାରରେ ଅନେକ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

H7. Andhra Pradesh explosion: ରବିବାର ଦିନ ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଏହାକୁ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିପାରିଲେ।

H8. Tamil Nadu Governor RN Ravi:ତାମିଲନାଡୁ ରାଜ୍ୟପାଳ ଆରଏନ ରବି ମାଦୁରାଇର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରମାନଙ୍କୁ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେବାକୁ କହିଥିଲେ। ଏହାକୁ ନେଇ ଏବେ ଏକ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସ ବିଧାୟକ ଜେଏମଏଚ୍ ହାସନ ମୌଲାନା ଏହାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରବି ଆରଏସଏସ ଏବଂ ବିଜେପିର ଭାଷା କହୁଛନ୍ତି, ଯାହା ତାଙ୍କ ସାମ୍ବିଧାନିକ ପଦବୀ ପାଇଁ ଉପଯୁକ୍ତ ନୁହେଁ। 

H9. RR vs RCB Highlights: ରବିବାର ଦିନ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ (ଆରଆର)କୁ ୯ ୱିକେଟରେ ପରାସ୍ତ କରିଛି। ଜୟପୁର ଗ୍ରାଉଣ୍ଡରେ ଆରସିବି ୧୭୩ ରନର ଟାର୍ଗେଟକୁ ୧୫ ବଲ ବାକି ଥାଇ ହାସଲ କରିନେଇଥିଲା। ଆରସିବି ପକ୍ଷରୁ ଫିଲ୍ ସଲ୍ଟ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ଯେତେବେଳେ ଦେବଦତ୍ତ ପାଡିକ୍କଲ୍ ଅପରାଜିତ ୪୦ ରନ କରିଥିଲେ।

H10. DC vs MI IPL 2025: ଆଇପିଏଲ ୨୦୨୫ର ୨୯ତମ ମ୍ୟାଚ୍ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଅରୁଣ ଜେଟଲି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା। ମୁମ୍ବାଇ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୫୯ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ବିପ୍ରଜ ନିଗମ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Read More
{}{}