Home >>Top 10 News

Top 10 News: ରାଜ୍ୟରେ ଖୋଲିବ ୫ ନୂଆ ମହିଳା NCC ବାଟାଲିଅନ, ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ବର ନବମ, ୧୦ ବଡ଼ ଖବର

Top 10 News Headlines: ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ। ୫ ନୂଆ ମହିଳା ଏନସିସି ବାଟାଲିଅନ୍‌ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 News Headlines 17 July 2025
Top 10 News Headlines 17 July 2025
Jagdish Barik|Updated: Jul 17, 2025, 10:07 PM IST
Share

Top 10 News Headlines 17 July 2025: Odisha to raise five new NCC girls’ battalions: ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ। ୫ ନୂଆ ମହିଳା ଏନସିସି ବାଟାଲିଅନ୍‌ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। 

Bhubaneswar among top 10 cleanest cities in India: କେନ୍ଦ୍ର ଦ୍ୱାରା କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେରେ ଓଡ଼ିଶାର ରାଜଧାନୀ ଦେଶର ଶ୍ରେଷ୍ଠ ୧୦ଟି ସ୍ୱଚ୍ଛ ସହର ମଧ୍ୟରେ ସ୍ଥାନ ପାଇଛି। ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଭାରତର ଶ୍ରେଷ୍ଠ ୧୦ଟି ସ୍ୱଚ୍ଛ ସହର ମଧ୍ୟରେ ଓଡ଼ିଶାର ରାଜଧାନୀ ସହର ୯ମ ସ୍ଥାନ ହାସଲ କରିଛି। ପୂର୍ବ ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେରେ ଏହା ୩୪ତମ ସ୍ଥାନ ପାଇବାରେ ସଫଳ ହୋଇଥିଲା।

Jagatsinghpur Court Sentences Man to 5 Years: ଜଗତସିଂହପୁରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍-କମ୍-ସ୍ପେଶାଲ୍ ପୋକ୍ସୋ କୋର୍ଟ ଅମନ ରଜକ ନାମକ ଜଣେ ଯୁବକଙ୍କୁ ଜଣେ ନାବାଳିକା ଝିଅକୁ ହଇରାଣ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ତାଙ୍କର ଅଶ୍ଳିଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Govt Announces Death Benefit for PRI Members: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ସରକାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତିରାଜ ପ୍ରତିନିଧିଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ସେମାନଙ୍କ ନିକଟତମ ସମ୍ଫର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହୟତା ରାଶି ପ୍ରଦାନ କରିବେ।

GM University Asst Professor Arrested: ବିବାହର ମିଥ୍ୟା ବାହାନା ଦେଖାଇ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଜିଏମ୍ ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ଅଭିଯୁକ୍ତଶିକ୍ଷା ବିଭାଗର ୩୨ ବର୍ଷୀୟ ଗୋପୀକାନ୍ତ ସୁନାଙ୍କୁ ହେପାଜତକୁ ନିଆଯାଇଛି। ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ ମଧ୍ୟ କରାଯାଇଛି।

Women's Safety in Odisha Schools: ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEOs)ଙ୍କୁ କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ବିଶେଷକରି ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।

India successfully test fires 2 ballistic missiles: ଆଜି ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ITR)ରୁ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନରେ କହିଛି, “ଆଜି ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-II ଏବଂ ଅଗ୍ନି-1ର ସଫଳ ପରୀକ୍ଷଣ କରାଯାଇଛି।”

Indore won the title of India's cleanest city: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେରେ ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ସ୍ୱଚ୍ଛ ସହର ତାଲିକାରେ ଶୀର୍ଷରେ ରହିଛି। ଯେତେବେଳେ ସୁରଟ ଓ ନଭି ମୁମ୍ବାଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। ୩ ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ, ନୋଏଡା ପ୍ରଥମ, ଚଣ୍ଡିଗଡ଼ ଦ୍ୱିତୀୟ ଏବଂ ମାଇସୁର ତୃତୀୟ ସ୍ଥାନରେ ରହିଛି।

Land For Job Scam: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତିରେ ଟ୍ରାଏଲ୍ କୋର୍ଟର କାର୍ଯ୍ୟ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ଏନ୍ କୋଟିଶ୍ୱରଙ୍କ ଖଣ୍ଡପୀଠ ଜୁଲାଇ ୧୮ ରେ ଏହି ମାମଲାର ଶୁଣାଣି କରିପାରନ୍ତି।

Arshdeep singh injured: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ଜୁଲାଇରୁ ମାଞ୍ଚେଷ୍ଟରରେ ଖେଳାଯିବ। ଏହି ଟେଷ୍ଟ ପାଇଁ ଭାରତ ଅଭ୍ୟାସ ଆରମ୍ଭ କରିସାରିଛି। ଚତୁର୍ଥ ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂହଙ୍କ ଆଘାତ ଭାରତୀୟ ଦଳର ଚିନ୍ତା ବଢ଼ାଇ ଦେଇଛି। ଟେଷ୍ଟ ଡେବ୍ୟୁ ଅପେକ୍ଷାରେ ଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ପ୍ରଥମ ତିନୋଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ କିନ୍ତୁ ମାଞ୍ଚେଷ୍ଟରରେ ତାଙ୍କର ପ୍ଲେଇଂ ଇଲେଭେନରେ ଯୋଗଦେବାର ସମ୍ଭାବନା ରହିଛି। 

Read More
{}{}