Top 10 News Headlines 19 July 2025: Odisha to launch ‘Shaktishree’: ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଶକ୍ତିଶ୍ରୀ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। ସମ୍ପ୍ରତି ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗରେ ବାଲେଶ୍ୱରର ଏଫଏମ କଲେଜର ଜଣେ ଛାତ୍ରୀଙ୍କ ଆତ୍ମଦାହ ପରେ ଏହି ଘୋଷଣା କରାଯାଇଛି।
Heavy rainfall alert for Odisha: ବଙ୍ଗୋପସାଗର ଉପରେ ଏକ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଜୁଲାଇ ୨୫ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ପାଣିପାଗ ପାଣିପାଗ ଅନୁସାରେ ୨୪ ଜୁଲାଇ ୨୦୨୫ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।
Next 72 hours critical for Puri girl: ପୁରୀ ଜିଲ୍ଲା ନିମାପଡ଼ାର ବାଇଆବର ଅଞ୍ଚଳରେ ଅପହରଣ ଓ ପରେ କିରୋସିନ ଢାଳି ନିଆ ଲଗାଇବ ଘଟଣାରେ ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ୱରର ଏମ୍ସଠାରେ ଜୀବନ-ମରଣ ସହ ସଂଗ୍ରାମ କରୁଛି। ଅମ୍ଳଜାନ ସହଯୋଗରେ ସେ ଶ୍ୱାସକ୍ରିୟା କରୁଛନ୍ତି। ତାଙ୍କର ଶରୀରର ୭୦ରୁ ୭୫ ଭାଗ ପୋଡ଼ିଛି ଏବଂ ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ।
Naveen Patnaik Slams Odisha Government: ପୁରୀ ଜିଲ୍ଲାର ବଳଙ୍ଗାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଅଜ୍ଞାତ ଦୁର୍ବୃତ୍ତମାନେ ପୋଡ଼ି ଦେବା ଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ସରାକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ଏହା ସମେତ ସେ ଗଭୀର ନିଦ୍ରାରୁ କେବେ ଉଠିବେ ସରାକର ବୋଲି ପ୍ରଶ୍ନ କରିଛନ୍ତି।
Mahila Congress Protests Outside Dy CM Residence: ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୋଡ଼ି ଦିଆଯିବା ପ୍ରତିବାଦରେ ଓଡ଼ିଶା ମହିଳା କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରିଥିଲା। ରାଜ୍ୟ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ କର୍ମୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ଫିଙ୍ଗି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।
FM College student Case update: ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦ ବର୍ଷୀୟା ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ପରିବାରକୁ ଓଡ଼ିଶା ସରକାର ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ଯିଏ କଥିତ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଦୁଃଖଦ ଭାବରେ ମୃତ୍ୟୁବରଣ କରିଥିଲେ।
CM Majhi Unveils Vision To Double Milk Production: ଦୁଗ୍ଧ ଚାଷୀଙ୍କ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା। କଟକ ଗୋବିନ୍ଦପୁର ଅରିଲୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୨ଟି ଦୁଗ୍ଧ ପରିବହନ ଯାନର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ପତାକା ଦେଖାଇ ଏହି ସବୁ ଦୁଗ୍ଧ ପରିବହନ ଟ୍ୟାଙ୍କରର ଶୁଭାରମ୍ଭ କରିଛନ୍ତି।
Garib Rath Express caught fire: ଶନିବାର ଭୋର ପ୍ରାୟ ୩ଟାରେ ରାଜସ୍ଥାନର ବେୱାର ନିକଟସ୍ଥ ସେନ୍ଦ୍ରା ରେଳ ଷ୍ଟେସନ ଦେଇ ଯାଉଥିବା ସମୟରେ ମୁମ୍ବାଇ-ଦିଲ୍ଲୀ ଗରିବ ରଥ ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯଦିଓ ଲୋକୋ ପାଇଲଟଙ୍କ ସତର୍କତା ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।
Trump claim 5 Jets Shot Down: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ବୟାନ ଦେଇଛନ୍ତି। ସେ ହ୍ୱାଇଟ୍ ହାଉସରେ ରିପବ୍ଲିକାନ୍ ସାଂସଦଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ସମୟରେ ଭାରତ-ପାକ୍ ଯୁଦ୍ଧର କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ପାଞ୍ଚଟି ଜେଟ୍ ଖସାଇ ଦିଆଯାଇଥିଲା।
Asia Cup Uncertainty: ଭାରତୀୟ କ୍ରିକେଟ୍ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ଅନ୍ୟ କେତେକ ସଦସ୍ୟ ବୋର୍ଡ ଏସୀୟ କ୍ରିକେଟ୍ ପରିଷଦ (ACC) ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏସିଆ କପ୍ ୨୦୨୫ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ACC ବୈଠକ ୨୪ ଜୁଲାଇରେ ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ BCCI ଢାକାରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବାକୁ ଚାହୁଁନାହିଁ।