Odisha BJD: ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ବିଜେଡି । ନାରୀ ସୁରକ୍ଷାକୁ ନେଇ ସମସ୍ତ କଲେଜ କ୍ୟାମ୍ପସରେ ପ୍ରତିବାଦ କରାଯିବ। ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ । ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି ।
Odisha Weather Report: ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୨୫ ଜୁନରୁ ୨୬ ଜୁନ ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ ଜୁନରୁ ୨୭ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି |
Subarnrekha Flood: ସୁବର୍ଣ୍ଣରେଖାର ବନ୍ୟା ପ୍ରକୋପ କମୁଥିବା ବେଳେ ତଳିଆ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ୁଛି। ନଦୀର ଜଳସ୍ତର କମି ରାଜଘାଟ ଠାରେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଗତକାଲି ଦିନତମାମ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ୯.୫୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଏବେ ବି ସୁବର୍ଣ୍ଣରେଖା ନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି।
Exam Recruitment Fees: ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ ।
Amri Sishu Web Portal: ଆମରି ଶିଶୁ ଓ୍ୱେବ୍ ପୋର୍ଟାଲ୍ ଉନ୍ମୋଚିତ। ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍। ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଣିକି ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବେ ଅଙ୍ଗନଓ୍ୱାର୍ଡି କର୍ମୀ। ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ଏହି ପୋର୍ଟାଲ୍। ଶିଶୁ ଯତ୍ନ ଓ ସୁରକ୍ଷା ପାଇଁ ପୋର୍ଟାଲ୍ ସହଜ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।
Indigo Flight: ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ଜଣାପଡିବା ପରେ ପାଇଲଟ ରନୱେରୁ ଟର୍ମିନାଲକୁ ଫେରାଇଥିଲେ । ଇନ୍ଦୋରର ଅହଲ୍ୟାବାଇ ହୋଲକର ଏୟାରପୋର୍ଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଇନ୍ଦୋର ଏୟାରପୋର୍ଟ ତରଫରୁ ମିଳିଥିବା ସୂଚନା ମୁତାବକ, ବିମାନରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥି ପାଇଁ ତୁରନ୍ତ ବିମାନକୁ ଫେରାଇ ଅଣାଯାଇଥିଲା ।
Samajwadi Party: ଦଳରୁ ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି । ଗୋସାଇଗଞ୍ଜରୁ ଅଭୟ ସିଂହ, ଗୌରୀଗଞ୍ଜରୁ ରାକେଶ ପ୍ରତାପ ସିଂହ ଏବଂ ଉଞ୍ଚାହାରରୁ ମନୋଜ କୁମାର ପାଣ୍ଡେ ଦଳରୁ ବହିଷ୍କୃତ ହୋଇଛନ୍ତି । ଦଳ ଏହି ବିଧାୟକମାନଙ୍କୁ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହିତ କରିବା ସହିତ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ ଏବଂ ବ୍ୟବସାୟ ବିରୋଧୀ ନୀତିକୁ ସମର୍ଥନ କରିବାର ଅଭିଯୋଗ କରିଛି ।
Janaki Temple: ବିହାରରେ ନିର୍ମାଣ ହେବ ସୀତା ମା’ ଙ୍କ ଭବ୍ୟ ମନ୍ଦିର । ଏମିତି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମାତା ସୀତାଙ୍କ ଜନ୍ମସ୍ଥଳୀ ସୀତାମାଢ଼ିରେ ନିର୍ମାଣ ହେବ ଏହି ମନ୍ଦିର । ଅଯୋଧ୍ୟା ଢ଼ାଞ୍ଚାରେ ଏହି ଭବ୍ୟ ମନ୍ଦିର ନିର୍ମାଣ ହେବ । ଏଥିସହ ମନ୍ଦିର ନିକଟବର୍ତ୍ତି ଅଞ୍ଚଳରେ ମଧ୍ୟ ଅନେକ ଧାର୍ମିକ ଓ ସାଂସ୍କୃତିକ ସ୍ଥାନର ବିକାଶ କରାଯିବ ।
Attack On Syria Church: ସିରିଆ ଚର୍ଚ୍ଚରେ ଏକ ବଡ଼ ଅଘଟଣ ଘଟିଛି । ରବିବାର ଦିନ ଚର୍ଚ୍ଚ ଭିତରେ ପ୍ରାର୍ଥନା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି । ତଥାପି ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ମଧ୍ୟରେ ପିଲାମାନେ ମଧ୍ୟ ସାମିଲ ଅଛନ୍ତି ।
Para Powerlifting World Cup: ବେଜିଂରେ ଚାଲିଥିବା ବିଶ୍ୱ ପାରା ପାୱାରଲିଫ୍ଟିଂ ବିଶ୍ୱକପ ୨୦୨୫ର ପ୍ରଥମ ଦିନରେ ଭାରତୀୟ ପାୱାରଲିଫ୍ଟରମାନେ ଶାନଦାର ପ୍ରଦର୍ଶନ କରି ଗୋଟିଏ ସୁନା, ଗୋଟିଏ ରୂପା ଓ ଦୁଇଟି କାଂସ୍ୟ ପଦକ ସହିତ ମୋଟ ୪ଟି ପଦକ ଜିତିଛନ୍ତି। ବିଶ୍ୱ ପାରା ପାୱାରଲିଫ୍ଟିଂ (ଡବ୍ଲ୍ୟୁପିପିଓ) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୦ରୁ ଅଧିକ ଦେଶର ଶୀର୍ଷ ପାୱାରଲିଫ୍ଟର ଅଂଶଗ୍ରହଣ କରୁଛନ୍ତି। ଏହା ୨୦୨୬ ବିଶ୍ୱ ଚାମ୍ପିୟନସିପ ଓ ୨୦୨୮ ପାରିସ ପାରାଲିମ୍ପିକ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ।