Top 10 News Headlines 26 February 2025: H1. Odisha Govt announces Rs 10 crore for Akhandalamani Temple: ଭଦ୍ରକ ଜିଲ୍ଲାର ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ମିଳିଛି। ରାଜ୍ୟ ସରକାର ଆରଡିର ବାବା ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବୁଧବାର ଦିନ ମହାଶିବରାତ୍ରିର ପବିତ୍ର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି।
H2. TPCODL Proposes Hike in Electricity Tarrif: ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ଟାଟା ପାଓ୍ୱାର। ଏପରିକି ବିଦ୍ୟୁତ୍ ନିୟମାକ ଆୟୋଗଙ୍କ ନିର୍ଦ୍ଧାରଣଠାରୁ ଅଧିକ ଅର୍ଥ ଆଦାୟ କରିଥିବା ଏହି ବିତରଣ କମ୍ପାନୀ ଆସନ୍ତା ବର୍ଷକୁ ୟୁନିଟ୍ ପିଛା ୧୨ଟଙ୍କା ୪୨ ପଇସା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ପ୍ରସ୍ତାବ ମଧ୍ୟ କମ୍ପାନୀ ପକ୍ଷରୁ ଓଇଆର୍ସିଓଙ୍କୁ ପ୍ରଦାନ କରାଯାଇଛି।
H3. Chitrakonda school student case: ଚିତ୍ରକୋଣ୍ଡା ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ପୋଲିସ ଦିଶାରୀଗୁଡ଼ାର ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କହିରଖୁଛୁ ଯେ ମଙ୍ଗଳବାର ଦିନ ପ୍ରଶାସନ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏବଂ ମ୍ୟାଟ୍ରନ ସହ ପ୍ରଧାନ ଶିକ୍ଷକ ଓ ଏଏନ୍ଏମ୍ ନିଲମ୍ବିତ ହୋଇଥିଲେ।
H4. Terrorist attack on Army Vehicle in J&K: ଜମ୍ମୁ କଶ୍ମୀରରେ ପାଟ୍ରୋଲିଂ କରୁଥିବା ଭାରତୀୟ ସେନା ବାହିନୀର ଗାଡ଼ିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ନିୟନ୍ତ୍ରଣ ରେଖା ନିକଟରେ ଏହି ଗୁଳି ଚାଳନା ହୋଇଛି। ଏଥିରୋ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ କିନ୍ତୁ ସମ୍ପୃକ୍ତ ଅଞ୍ଚଳକୁ ସୋନା ଛାଉଣୀରେ ରଖାଯାଇ ସର୍ଚ୍ଚ ଅପରାସନ୍ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।
H5. 7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି। ଯଦି ଆପଣ କାଶ୍ମୀରରେ କାମ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉପଯୋଗୀ ଖବର। କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି ଯେ କାଶ୍ମୀର ଘାଟିର ପରିସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ କମ୍ ଅନୁକୂଳ। ଏହି କାରଣରୁ ସରକାର କାଶ୍ମୀର ଘାଟିରେ କାର୍ଯ୍ୟରତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ରିହାତି ଏବଂ ପ୍ରୋତ୍ସାହନ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ଏହି ପ୍ୟାକେଜ ଏବଂ ରିହାତିକୁ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
H6. CUET PG 2025 Exam Date: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ- ପୋଷ୍ଟଗ୍ରାଜୁଏଟ୍ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। NTA CUET-PG exams.nta.ac.in/CUET-PG ର ଅଫିସିଆଲ୍ ୱେବସାଇଟରେ ଆନୁଷ୍ଠାନିକ ପରୀକ୍ଷା ସୂଚୀ ପ୍ରକାଶ କରିଛି। ଏହା ଅନୁସାରେ ପରୀକ୍ଷା ୧୩ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମୋଡରେ ଅନୁଷ୍ଠିତ ହେବ।
H7. Japan-India-Africa Ties: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଟୋକିଓରେ ଜାପାନ-ଭାରତ-ଆଫ୍ରିକା ବ୍ୟବସାୟ ଫୋରମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଆଫ୍ରିକା ପ୍ରତି ଭାରତର ଆଭିମୁଖ୍ୟ ସର୍ବଦା ଦୀର୍ଘକାଳୀନ ଏବଂ ଲାଭଦାୟକ ସହଭାଗୀତା ଉପରେ ଆଧାରିତ। କେବଳ ସମ୍ବଳ ବାହାର କରିବା ଉପରେ ନୁହେଁ। କହିରଖୁଛୁ ଯେ ଭାରତ ଆଫ୍ରିକାରେ ୨୦୦ ରୁ ଅଧିକ ପ୍ରୋଜେକ୍ଟ ସମାପ୍ତ କରିଛି।
H8. No minimum Age for Witness: ଏଣିକି ଶିଶୁ ବି ସାକ୍ଷୀ ହୋଇପାରିବେ। କୋର୍ଟ ରୁମ୍ରଗ କାଠଗଡ଼ାରେ ସେ ଦେଖିଥିବା ଅପରାଧର ବୟାନ ଦେବେ ଏବଂ ତାହାକୁ ଆଧାର କରି ବିଚାର ଶୁଣାଇପାରିବେ କୋର୍ଟ। ଏପରି ଏକ ଅଭୂତ ପୂର୍ବ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। କିନ୍ତୁ ନାବାଳକ ପିଲାଙ୍କ ବୟାନ ଶୁଣିବା ପୂର୍ବରୁ ଅନେକ ସତର୍କତା ଗ୍ରହଣ କରିବାକୁ ବି କହିଛନ୍ତି ସୁପ୍ରିମ କୋର୍ଟ।
H9. Delhi Airport terminal 2 will shutdown: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୨ ଅର୍ଥାତ୍ T2 ଆସନ୍ତା ଏପ୍ରିଲ ମାସରୁ ଆଗାମୀ ପାଞ୍ଚ ମାସ ପାଇଁ ବନ୍ଦ ରହିପାରେ। ଏହି ସମୟ ମଧ୍ୟରେ ଗୋଟିଏ ରନୱେ ମଧ୍ୟ ଉନ୍ନତିକରଣ ପାଇଁ ବନ୍ଦ ରହିବ। ପିଟିଆଇ ଖବର ଅନୁଯାୟୀ ଦିଲ୍ଲୀ ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନୀ DIAL ବୁଧବାର ଏହି ସୂଚନା ଦେଇଛି। ନବୀକରଣ କାର୍ଯ୍ୟ ପରେ ବିଭିନ୍ନ ଅନୁମୋଦନ ପ୍ରାପ୍ତ ହେବା ପରେ ଟର୍ମିନାଲ T1 ମାର୍ଚ୍ଚ ୧୫ ପରେ କାର୍ଯ୍ୟ ପାଇଁ ଖୋଲିବ ବୋଲି ଆଶା କରାଯାଉଛି।
H10. Afghanistan vs England: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୮ମ ମ୍ୟାଚ୍ ଆଫଗାନିସ୍ତାନ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୭ ୱିକେଟ୍ ହରାଇ ୩୨୫ ରନ୍ କରିଛି। ଆଫଗାନିସ୍ତାନର ଆରମ୍ଭ ଖରାପ ଥିଲା। ଓପନର ରହମାନୁଲ୍ଲାହ ଗୁରବାଜ ୬ ରନ କରି ଆଉଟ ହୋଇଥିଲେ। ଏବେ ଦେଖିବାକୁ ବାକି ରହିଲା ଯେ ଇଂଲଣ୍ଡ ଦଳ ଏହି ଟାର୍ଗେଟକୁ ହାସଲ କରିପାରିବ କି ନାହିଁ।