Home >>Top 10 News

Top 10 News: ହାର୍ଡକୋର ମାଓବାଦୀ କୁଞ୍ଜମ ହିଡ୍‌ମା ଗିରଫ, ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 Odia News Headlines: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ପେଟାଗୁଡ଼ା ଜଙ୍ଗଲରୁ ହାର୍ଡକୋର ମାଓବାଦୀ କୁଞ୍ଜମ ହିଡମାକୁ ଗିରଫ କରାଯାଇଛି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 Odia News Headlines 29 May 2025
Top 10 Odia News Headlines 29 May 2025
Jagdish Barik|Updated: May 29, 2025, 10:00 PM IST
Share

Top 10 Odia News Headlines 29 May 2025: H1. NIA begins probe into theft of explosive: ଖଣି କାମ ପାଇଁ ଅଣାଯାଇଥିବା ୪ ଟନ୍‍ ବିସ୍ଫୋରକ ଲୁଟ୍‍ ହେବା ଘଟଣାରେ ୪୮ ଘଣ୍ଟା ପରେ ରାଜ୍ୟରେ ଜାତୀୟ ସୁରକ୍ଷା ଏଜେନ୍ସୀ (ଏନ୍‍ଆଇଏ) ଟିମ୍‍ ପହଞ୍ଚିଛନ୍ତି। ଓଡ଼ିଶା ଓ ଛତିଗଡ଼ ସୀମାକୁ  ସିଲ କରାଯିବା ସହ ସୀମାନ୍ତ ଅଞ୍ଚଳକୁ ହାଇ ଆଲର୍ଟ ଭିତରେ ରଖାଯାଇଛି। ସିଆର୍‍ପିଏଫ୍‍ ଏବଂ ଏନ୍‍ଆଇଏ ଟିମ୍‍ ମିଳିତ ଭଗାବେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଅଞ୍ଚଳରେ ଚଢ଼ାଉ କରିଥିବା ସୂଚନା ମିଳିଛି।

Hardcore Maoist Kunjam Hidma Arrested: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ପେଟାଗୁଡ଼ା ଜଙ୍ଗଲରୁ ହାର୍ଡକୋର ମାଓବାଦୀ କୁଞ୍ଜମ ହିଡମାକୁ ଗିରଫ କରାଯାଇଛି। ଏହି ଅପରେସନ ସମୟରେ ପୋଲିସ ଏକ AK-47 ରାଇଫଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି।

Home Guard Recruitment Turns Tragic in Odisha: ଗଜପତିରେ ହୋମ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ନାରାୟଣପୁରର ଦୀପକ ପାଡ଼ାଲୁଙ୍କ ଦେହାନ୍ତ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

CM Majhi Grants Rs 50 Lakh For Sital Sasthi Festival: ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମାତା ପାର୍ବତୀ ଓ ଭଗବାନ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହକୁ ନେଇ ପାଳନ କରଯାଉଥିବା ଏହି ପବିତ୍ର ପର୍ବ ଶୀତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।

Odisha Leads Lakhpati Didi Conclave 2025: ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସଫଳ ଲକ୍ଷପତି ଦିଦିମାନଙ୍କୁ ସମ୍ମାନିତ କରିଛନ୍ତି।

Jio dominance in Odisha: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ୨୦୨୫ ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ) ଗ୍ରାହକ ଯୋଡିଛି। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଏହା ଜଣାପଡିଛି। 

Mock drill will be held on May 31: ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅପରେସନ୍ ସିଲ୍ଡ ଅଧୀନରେ ୩୧ ମଇରେ ଏକ ମକ୍ ଡ୍ରିଲ୍ କରାଯିବ। ପୂର୍ବରୁ ୨୯ ମଇ ଏହି ମକ୍ ଡ୍ରିଲ୍ ପାଇଁ ତାରିଖ ଥିଲା କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏବେ ମକ୍ ଡ୍ରିଲ୍ ୩୧ ମଇରେ କରାଯିବ। ମକ୍ ଡ୍ରିଲ୍ ଅଧୀନରେ ଭାରତୀୟ ସେନା ପାକିସ୍ତାନ ସୀମାବର୍ତ୍ତୀ ଚାରୋଟି ରାଜ୍ୟରେ ମକ୍ ଡ୍ରିଲ୍ କରିବ। 

Rahul Gandhi wrote a letter to PM Modi: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ପୁଞ୍ଚ ଏବଂ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଜମ୍ମୁ-କାଶ୍ମୀରର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ଏକ ରିଲିଫ୍ ଏବଂ ପୁନର୍ବାସ ପ୍ୟାକେଜ୍ ଦାବି କରିଛନ୍ତି।

MEA Spokesperson Jaiswal On Ceasefire: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଆମେରିକାର ଦାବିକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନେକ ଥର ପ୍ରତ୍ୟାଖ୍ୟାନ କରିଛି। ଏହା ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ନିଜକୁ ଶ୍ରେୟ ଦେବାକୁ ବ୍ୟସ୍ତ। ଭାରତ ଗୁରୁବାର  ଦିନ (୨୯ ମଇ ୨୦୨୫) ପୁଣି ଥରେ ସ୍ପଷ୍ଟ କରିଛି ଯେ ଯୁଦ୍ଧବିରତି ପାଇଁ କୌଣସି ଆଲୋଚନାରେ ବାଣିଜ୍ୟ କିମ୍ବା ଟାରିଫ୍ ପ୍ରସଙ୍ଗ ଉଠାଯାଇ ନାହିଁ।

IPL 2025 Qualifier 1 PBKS vs RCB Match: ଗୁରୁବାର ଦିନ ମୁଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୫ ର ପ୍ରଥମ କ୍ୱାଲିଫାୟର ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୧୪.୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୧ ରନ କରିପାରିଥିଲା। ପଞ୍ଜାବ ପାଇଁ ମାର୍କସ ଷ୍ଟାଇନ୍ସ ସର୍ବାଧିକ ୨୬ ରନ କରିଥିଲେ। ଦଳର ସାତ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବି ଛୁଇଁପାରି ନଥିଲେ।

Read More
{}{}