Top 10 Odia News Headlines 3 June 2025: H1. Four Die of Asphyxiation inside Septic Tank: ମଙ୍ଗଳବାର ଦିନ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗାଁରେ ଏକ ନିର୍ମାଣଧିନ ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।
Odisha govt to offer free UPSC coaching: ରାଜ୍ୟ ସରକାରଙ୍କ ମାଗଣା UPSC କୋଚିଂ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ (୩ ଜୁନ୍) ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ପକ୍ରିୟା ଜାରି ରହିବ। ସମସ୍ତ ଆବେଦନ ଅନଲାଇନରେ ମାଧ୍ୟମରେ କରାଯିବ। ୧ ଜୁଲାଇରେ ୱେବ ସାଇଟରୁ ଆଡମିଟ କାର୍ଡ ଡାଉନଲୋର୍ଡ କରିପାରିବେ । ୬ ଜୁଲାଇରେ UPSC ମାଗଣା କୋଚିଂ ପାଇଁ ପରୀକ୍ଷା ହେବ।
Deogarh gets projects worth ₹205 crore: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଛି ।
Man Kills Wife Over Egg Curry: ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର ଉଦଳା ପୋଲିସ ସୀମା ଅନ୍ତର୍ଗତ ବନ୍ଧସାହି ଗାଁରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ରାନ୍ଧି ନ ଦେବାରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଲମା ବାସ୍କେ ଭାବରେ ଚିହ୍ନଟ କରାଯାଇଛି।
IAS Officer Ashish Thakare Gets Central Posting: ଭାରତ ସରକାର କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଦିଲ୍ଲୀର ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗରେ ନିର୍ଦ୍ଦେଶକ ଭାବରେ ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଆଶିଷ ଠାକରେଙ୍କୁ ନିଯୁକ୍ତି ଦିଆଯାଇଛି। ଠାକରେ ପାଞ୍ଚ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।
Punjab Police Arrested ISI Agent: ପଞ୍ଜାବ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତରନତାରନ ଜିଲ୍ଲାରୁ ଗଗନଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଯାହାଙ୍କ ଉପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ରହିଛି।
INDIA Alliance writes to PM Modi: ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟର ବୈଠକ ପରେ ୧୬ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କରି ଏକ ଚିଠି ଲେଖିଛନ୍ତି। ଚିଠିରେ ପହଲଗାମ୍, ପୁଞ୍ଚ, ଉରି, ରାଜୌରୀରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତ-ପାକ୍ ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସଂସଦରେ ମୁକ୍ତ ଆଲୋଚନା ବିଷୟରେ ଦାବି କରାଯାଇଛି।
Corona Cases In India: ଦେଶରେ ପୁଣି ଥରେ କରୋନାଭାଇରସ୍ ନିଜର କାୟା ବିସ୍ତାର କରୁଥିବା ପରି ମନେ ହେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ COVID-19 ଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସମେତ ଆକ୍ଟିଭ୍ ମାମଲା ସଂଖ୍ୟା ୪୦୨୬ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମୃତ୍ୟୁବରଣ କରିଥିବା ପାଞ୍ଚ ଜଣ ବ୍ୟକ୍ତି ପୂର୍ବରୁ ଅନ୍ୟାନ୍ୟ ଗମ୍ଭୀର ରୋଗରେ ପୀଡିତ ଥିଲେ। ଏହି ମୃତ୍ୟୁ କେରଳ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଘଟିଛି।
IPL 2025 Closing Ceremony: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ୨୦୨୫ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଅପରେସନ ସିନ୍ଦୂରର ସଫଳତା ପାଳନ କରାଯାଇଥିଲା ଏବଂ ଦର୍ଶକମାନେ ତ୍ରିରଙ୍ଗା ହଲାଇ ସେନାର ବୀରତ୍ୱକୁ ସଲାମ କରିଥିଲେ। ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ ଏହି କାର୍ଯ୍ୟକ୍ରମରେ ପରଫର୍ମ କରିଥିଲେ ଏବଂ ଦେଶାତ୍ମବୋଧକ ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ।
IPL 2025 Final RCB vs PBKS Updates: ଆଜି ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ଲଢ଼େଇ ଚାଲିଛି। ଆରସିବି ପଞ୍ଜାବ ସମ୍ମୁଖରେ ୧୯୧ ରନର ଟାର୍ଗେଟ ରଖିଛି। ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୯୦ ରନ କରିଥିଲା।