Home >>Top 10 News

Top 10 News Headlines: ଟ୍ରେନ ଦୁର୍ଘଟଣାର ତନାଘନା, ରାଜ୍ୟରେ କୁଆପଥର ବର୍ଷା ସମ୍ଭାବନା ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ପଢିନିଅନ୍ତୁ ସକାଳ ସମୟର ୧୦ ଟି ବଡ଼ ଖବର...

Advertisement
Top 10 News Headlines: ଟ୍ରେନ ଦୁର୍ଘଟଣାର ତନାଘନା, ରାଜ୍ୟରେ କୁଆପଥର ବର୍ଷା ସମ୍ଭାବନା  ଓ ଅନ୍ୟାନ୍ୟ ବଡ଼ ଖବର
Zee Odisha Desk|Updated: Mar 31, 2025, 08:48 AM IST
Share

1.Attack on Police Van, 2 detained: ରାଜଧାନୀ ସୁରକ୍ଷାରେ ନିୟୋଜିତ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ଭରତପୁର ବନଦୁର୍ଗା ବସ୍ତିରେ ହୋଇଥିବା ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପହଞ୍ଚିଥିବାବେଳେ କିଛି ଲୋକ ପିସିଆର୍‍ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଉପସ୍ଥିତ ଥିବା ମହିଳା ଏଏସ୍‍ଆଇ ଏବଂ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ। 

2.Korei IIC severely injured, 2 escaped: ଯାଜପୁର ଜିଲ୍ଲା କୋରେଇଠାରେ ମଧ୍ୟ ପୁଲିସକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଦୁଇ ବାଇକ ଲୁଟେରାଙ୍କୁ ଧରିବାକୁ ଆସିଥିବା କୋରେଇ ଥାନାଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଦୁଇଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ଥାନାଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି।  ପୁଲିସ ଗିରଫ କରିଥିବା ୨ ଜଣଙ୍କୁ ଏହି ଆକ୍ରମଣକାରୀ ମାନେ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। 

3.Odisha To celebrate 15 Days Odisha Day Celebration: ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ସମୃଦ୍ଧ। ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଏହି ସଂସ୍କୃତି ଓ ପରମ୍ପରାକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।ଏଥିଲାଗି ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।

4.Kamaksha Derailment, Commissioner Level Enquirry Ordered: କଟକ ନିର୍ଗୁଣ୍ଡିଠାରେ ଲାଇନଚ୍ୟୁତ ହୋଇଥିବା କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାକୁ ରେଳବାଇ ନିରାପତ୍ତା କମିଶନର ତଦନ୍ତ କରିବେ। ଘଟଣାସ୍ଥଳରେ ସେ ଗତରାତିରେ ପହଞ୍ଚି ଦୁର୍ଘଟଣାକୁ ଅନୁସନ୍ଧାନ କରିଛନ୍ତି। ଗତକାଲି ବାଙ୍ଗାଲୋର କାମାକ୍ଷା ଏକ୍ସପ୍ରେସ୍‍ର ୧୧ଟି ଏସି ବଗି ଏଠାରେ ଲାଇନଚ୍ୟୁତ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

5. Train Accident Update:ଦୁର୍ଘଟଣା ପରେ ରେଳବାଇ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‍ ମରାମତି ସହ ବିଜୁଳି ସଂଯୋଗ କାର୍ଯ୍ୟ ପାଇଁ କର୍ମଚାରୀ ଓ ଆବଶ୍ୟକୀୟ ଉପକରଣ ମହଜୁଦ କରାଯାଇଥିଲା। ଆଜି ସକାଳେ ନିର୍ଗୁଣ୍ଡି-କେନ୍ଦ୍ରାପଡ଼ା ବିଦ୍ୟୁତ୍‍ କାର୍ଯ୍ୟ ଶେଷ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେଏହାଯେ ଏ ଦୁଇଟି ଯାକ ଲାଇନ ସକ୍ଷମ ହୋଇନାହିଁ। 

6.NSTL Successfully tested under water Vehicle:  ସମୁଦ୍ର ମଧ୍ୟରେ ଭାରତୀୟ କ୍ଷେପଣାସ୍ତ୍ର ତଥା ଯୁଦ୍ଧଯାନକୁ ସଫଳତାର ସହ ପରୀକ୍ଷା କରାଯାଇଛି। ଏହି ମାନବ ରହିତ ଯାନକୁ ଡିଆର୍‍ଡିଓ ର  ଏନଏସଟିଏଲ ଦ୍ୱାରା ବିକଶିତ କରାଯାଇଛି।  ଏକ ହ୍ରଦରେ ଏହାର ସଫଳ ପରୀକ୍ଷଣ କରାଯାଇଥିବା ଡିମର୍‍ଡିଓ କହିବା ସହ ଭିଡିଓ ଜାରି କରିଛି।। ପରୀକ୍ଷଣ ସମୟରେ ଯାନର ଗତିଶୀଳତା ଉଭୟ ପୃଷ୍ଠଭାଗ ଏବଂ ଜଳମଗ୍ନ ଅବସ୍ଥାରେ ଏକାଧିକ ଚାଲନା ମାଧ୍ୟମରେ ପ୍ରମାଣିତ ହୋଇଛି, ଯେଉଁଥିରେ ସୋନାର ଏବଂ ଯୋଗାଯୋଗ ବ୍ୟବସ୍ଥାର ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଯାଇଥିବା ଡିଆର୍‍ଡିଓ କହିଛି।

7.Former Home Minister looted: ଓଡ଼ିଶା ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରା  ସାଇବର ଠକଙ୍କ ଜାଲରେ ପଡ଼ିଛନ୍ତି। ଅନ୍‍ଲାଇନ ଟ୍ରେଡିଂ ନାଁରେ ତାଙ୍କ ନିକଟରୁ ୧କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କାମ୍ବୋଡ଼ିଆର ପାର୍ଥ ଗୋପାନୀ ଗ୍ୟାଙ୍ଗ ଏହି ଠକେଇ କରିଥିବା ଅଭିଯେଗ ହେବା ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛନ୍ତି। 

8.India Celebrates Eid Today: ଆଜି ସାରା ଦେଶରେ ମୁସ୍‍ଲମାନ ସମ୍ପ୍ରଦାୟ ଇଦ୍‍ ପର୍ବ ପାଳନ କରୁଛନ୍ତି। ଏହା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାର ଏକ ଦିନ ଭାବେ ଗ୍ରହଣ କରାଯାଏ । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୁସ୍‍ଲିମ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

9.Vande Bharat to Kashmir:  କଶ୍ମୀରରେ ବନ୍ଦେ ଭାରତ ସେବା ଆରମ୍ଭ ହେବ। ଆସନ୍ତା ୧୯ ତାରିଖରେ ଏହି ସେବା ଆରମ୍ଭ ହେବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିବେ। ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ୨୭୨ କିମଲୋମିଟର ରେଳ ଲାଇନ ପ୍ରକଳ୍ପ ନିର୍ମାଣ ଶେଷ ହେବା ଏହାଦ୍ୱାରା ଘୋଷଣା କରାଯିବ। 

10.Odisha Weather: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ଏଥିଲାଗି କେନ୍ଦ୍ର, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  କିଛି ସ୍ଥାନରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ ବୋଲି ମଧ୍ୟ ସତର୍କ କରାଯାଇଛି। ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ପାଇଁ କୌଣସି ସତର୍କତା ଦିଆଯାଇ ନାହିଁ।

Read More
{}{}