Home >>Top 10 News

Top 10 News: ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ପୁଣି ଟାରିଫ୍ ବଢ଼ାଇଲେ ଟ୍ରମ୍ଫ, ୧୦ ବଡ଼ ଖବର

Top 10 News Headlines: ଆଜି ଇନ୍ସପେକ୍ଟର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Advertisement
Top 10 News Headlines 6 August 2025
Top 10 News Headlines 6 August 2025
Jagdish Barik|Updated: Aug 06, 2025, 11:07 PM IST
Share

Top 10 News Headlines 6 August 2025: 1.ଆଜି ଇନ୍ସପେକ୍ଟର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ୨୧ ଜଣ ପୁଲିସ ଇନ୍ସପେକ୍ଟରଙ୍କ ଥାନା ଓ କର୍ତ୍ତବ୍ୟସ୍ଥଳରେ ପରିବର୍ତ୍ତନ କରାଯାଇଛି। ସେହିପରି ବଲାଙ୍ଗୀରରେ କାର୍ଯ୍ୟ କରୁଥିବା ଏଏସ୍‍ଆଇ ମହେନ୍ଦ୍ର ତାଣ୍ଡି, ବାଲେଶ୍ୱରର ଏଏସ୍‍ଆଇ ଜିତେନ୍ଦ୍ର ସାମଲ ଏବଂ ଜଗତସିଂହପୁରରେ କାର୍ଯ୍ୟରତ ପୁଲିସ ଏଏସ୍‍ଆଇ ମୀର୍ଜା ମୋଇନ୍‍ ବେଗଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଶାଖା ପୁଲିସକୁ ସ୍ଥାନାନ୍ତର କରାଯାଇଛି।

2. ଆସନ୍ତା ୧୧ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଲାଗି ୧୦୦୦ ଜଣ ଅଭିଯୋଗକାରୀଙ୍କ ନାମ ଦାଖଲ କରାଯାଇଛି। ଅନ୍‍ଲାଇନ୍‍ ବୁକିଂ ଜରିଆରେ ସେମାନଙ୍କ ନିବେଦନ ସ୍ୱୀକାର କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୟୁନିଟ୨ ଅଶୋକନଗରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣୀ ହେବ।

3. କେନ୍ଦୁଝର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରେକର୍ଡ କିପର ହାଡ଼ିବନ୍ଧୁ ବେହେରାଙ୍କୁ ଭିଜିଲାନ୍ସ ଚଢ଼ଉ କରିଛି। ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କ କାରବାର ଉପରେ ଚଢ଼ଉ କରିଛି। ଏନେଇ ତାଙ୍କର କାର୍ଯ୍ୟାଳୟ ଓ ଘରେ ପୁଲିସ ଚଢ଼ଉ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

4. ସମ୍ବଲପୁରସ୍ଥିତ ରାଜ୍ୟ ଡ୍ରଗ୍ସ ପରୀକ୍ଷଣ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଅଧିକାରୀ ଦେବାଶୀଷ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ। ୪ ଜଣ ଡିଏସ୍‍ପିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତିଠୁଳ ନେଇ ତାଙ୍କ ନାଁରେ ଏତଲା ଦାୟର ହୋଇଛି।

5. ବୁଧବାର ଦିନ ହଟ୍ଟଗୋଳ ଭିତରେ ଲୋକସଭାରେ ଦୁଇଟି ସାମୁଦ୍ରିକ ବିଧେୟକ ଗୃହୀତ କରାଯାଇଛି। ଏହା ଭାରତରେ ଆଧୁନିକ, ଦକ୍ଷ, ଏବଂ ବିଶ୍ୱସ୍ତରୀୟ ସମନ୍ୱିତ ସାମୁଦ୍ରିକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ। ବିହାରରେ ସଘନ ଭୋଟର ତାଲିକା ସଂଶୋଧନକୁ କେନ୍ଦ୍ରକରି ଗୃହରେ ବିରୋଧୀଙ୍କ ହଟ୍ଟକଗୋଳ ଜାରି ରହିଛି।

6. ଋଷରୁ ଭାରତର ତୈଳ ଆମଦାନୀକୁ ବିରୋଧ କରି ଆମେରିକା ଭାରତୀୟ ଉତ୍ପାଦ ଉପରେ ଟାରିଫ ପରିମାଣ ବୃଦ୍ଧି କରିଛି। ୨୫ ପ୍ରତିଶତ ଟାରିଫ ବାଦ୍‍ ଆହୁରି ୨୫ ପ୍ରତିଶତ ଅଧିକ ଟାରିଫ ଲାଗୁ କରିଛି ଆମେରିକା। ପୁଣି ଆଜି ଆପଲ୍‍ ମାଲିକଙ୍କୁ ହ୍ୱାଇଟ୍‍ ହାଉସରେ ଭୋଟିବା କାର୍ଯ୍ୟକ୍ରମ ରହିଛି। ଏହା ଭାରତରେ ଆପଲ୍‍ର ନୂଆନିର୍ମାଣ ଓ ରପ୍ତାନୀ ବାବଦରେ ଆଲୋଚନା ପାଇଁ ଇଙ୍ଗିତ କରିଛି। ଅର୍ଥାତ୍‍ ଆଗକୁ ଭାରତରେେ ଆଇଫୋନ ନିର୍ମାଣ ଓ ରପ୍ତାନୀ ପ୍ରଭାବିତ ହେବାର ଆଶଙ୍କା ରହିଛି।

7. ଅପରପକ୍ଷେ ଭାରତ ପକ୍ଷରୁ କଡ଼ା ଭାଷାରେ ଆମେରିକାର ପଦକ୍ଷେପକୁ ନିନ୍ଦା କରାଯାଇଛି। ଏହାକୁ ଅଯୌକ୍ତିକ ଏବଂ ଅକାରଣ ବୋଲି ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତାରେ ସ୍ପଷ୍ଟ କରାଯାଇଛି। ଭାରତ ଏହାର ୧୪୦ କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା ତଥା ଜାତୀୟ ସୁରକ୍ଷାକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଦୋହରାଇଛି।

8. ଇତିମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‍ ଋଷ ରାଷ୍ଟ୍ରପତି ଭଲାଡିମିର ପୁଟିନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶ୍ରୀ ଡୋଭାଲ ଋଷ ପହଞ୍ଚିଥିବା ଜଣାପଡ଼ିଛି।

9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯିବା ସମ୍ଭାବନା ବଢ଼ିଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ଯାଏ ଚୀନରେ ସାଙ୍ଘାଇ ସହଯୋଗ ସଂଗଠନର ବାର୍ଷିକ ବୈଠକ ହେବାକୁ ଯାଉଛି। ଚୀନ ପରେ ସେଠାରୁ ପ୍ରଧାନମନ୍ତ୍ରୀ ଜାପାନ ଯାଇପାରନ୍ତି। ୨୦୧୮ ଲଦାଖରେ ଚୀନ ଓ ଭାରତୀୟ ସୈନିକଙ୍କ ଭିତରେ ତିକ୍ତତା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ଚୀନ ଗସ୍ତ।

10. ଆମେରିକାର ରାଷ୍ଟ୍ରପତି ଭାରତର ଅର୍ଥନୀତିକ ମୃତ ଅର୍ଥନୀତି ବୋଲି କହିବା ପରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଭାରତର ରିଜର୍ଭ ବ୍ୟାଙ୍କ ଭାରତର ଅର୍ଥନୀତି ଆମେରିକାଠାରୁ ବି ଭଲ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି। ବିଶ୍ୱ ଅର୍ଥନୀତିରେ ଭାରତର ଅବଦାନ ୧୮ ପ୍ରତିଶତ ରହିଛି ବୋଲି ସେ କହିଛନ୍ତ। ଏହା ଆମେରିକାଠାରୁ ଭଲ ବୋଲି ସେ କହିଛନ୍ତି।

Read More
{}{}