Covid Case Update: ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଆଜି ଆଉ ୩ ନୂଆ କେଶ ବାହାରିଛି। ତେବେ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଫିଲଡ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। ଏ ନେଇ ଅନୁସନ୍ଧାନ ଜାରି ରହିଛି।ଯାହା ସୂଚନା ଗଣମାଧ୍ୟମରୁ ମିଳିଛି। କୋଭିଡର ନୂଆ ଗାଇଡଲାଇନ ଆସିନି। ପୁରୁଣା ଗାଇଡଲାଇନ ତ ପରିବର୍ତ୍ତନ ହୋଇଥିଲା। ସେହି ନିର୍ଦ୍ଦେଶ ଅନୁସାରେ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ପ୍ରକାର ରୋଗ କି ରୋଗୀ ନେଇ IDSP ସେଲକୁ ଜଣାଇବେ।
Drone Flying Over Srimandira: ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ ହେଉଥିବା ଡ୍ରୋନ ଭିଡିଓରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଦେଖିବାକୁ ମିଳିଛି। ଡ୍ରୋନ ଉଡିବା ସମୟରେ ସେ ଏନେଇ ଅବଗତ ଥିବା ଦୃଶ୍ୟରେ ବାରି ହୋଇପଡୁଛି। କାରଣ ତାଙ୍କ ଚିତ୍ର ଉତ୍ତୋଳନ ହେଉଥିବା ସମୟରେ ସେ କ୍ୟାମେରାକୁ ଦେଖି ମୁଣ୍ଡିଆ ମାରୁଛନ୍ତି। ସେ ଭିଡିଓଟି ମଧ୍ୟ ଏଡିଟ୍ କରାଯାଇଛି।
Bhubaneswar Firing News: ପୁଣି ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ଗଣପତି ରାମ ପେଟ୍ରୋଲ ପମ୍ପ ସାମନାରେ ନିସାଶକ୍ତ ଅବସ୍ଥାରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।ଗୁଳିମାଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ। ୪ ରାଉଣ୍ଡ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ। ଭୁବନେଶ୍ଵର ଇନଫୋଭ୍ୟାଲି ଥାନା ଟିମ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ତନାଘନା କରିଥିଲା।
Odisha Weather Report: ଜୁନ୍ ୨ରୁ ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା । ଏନେଇ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜୁନ୍ ୨ ସକାଳ ୦୮.୩୦ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପାଇଁ କୌଣସି ଚେତାବନୀ ଦିଆଯାଇ ନାହିଁ । ସେହିପରି ଜୁନ୍ ୩ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତ ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି ।
ASI Deadbody Rescued: ଧର୍ମଗଡ଼: ଏନଏଚ୍ରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଅଧାପୋଡ଼ା ବାଇକ୍ ସହ ASIଙ୍କ ମୃତଦେହ ରାସ୍ତାରେ ପଡ଼ିଛି
ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ପଡ଼ିଛି ମୃତଦେହ ।କେଗାଁ ଥାନା ASI ପବିତ୍ର ଗୋଲାପିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ, ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ତଦନ୍ତ ଜାରି ରଖିଛନ୍ତି।
Berhampur Crime News: ପରକିୟା ପ୍ରୀତିର ଦେଖିବାକୁ ମିଳିଛି ସାଂଘାତିକ ପରିଣାମ। ଘର ମାଲିକଙ୍କୁ କିରୋସିନି ଢାଳି ଜାଳି ମାରିଦେଲେ ଭଡ଼ାଟିଆ ମହିଳା । ହତ୍ୟା ମାମଲା ରୁଜୁ କରି ଭଡ଼ାଟିଆଙ୍କୁ ବାନ୍ଧିଲା ପୋଲିସ୍ ।
Omfed Dairy Farmers: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠାରୁ ଓମଫେଡ୍ ଦୁଗ୍ଧ ଚାଷୀ ଲିଟର ପିଛା ୩ଟଙ୍କା ଅଧିକ ପାଇବେ। ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ରାଜ୍ୟ ସରକାର ଏହି ଅର୍ଥ ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।
Nort East Flood: ବର୍ଷା ଓ ବନ୍ୟାରେ ଭାସୁଛି ଦେଶର ଉତ୍ତର ପୂର୍ବାଞ୍ଚଳ । ୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରମ ସବୁଠି ପ୍ରବଳ ବର୍ଷା ଓ ବନ୍ୟା। ଗାଁରୁ ସହର ସବୁ ଯେମିତି ଭାସୁଛି। ଆସାମର ଦିବ୍ରୁଗଡ଼, ଗୁଆହାଟୀ ସହରରେ ପ୍ରବେଶ କରିଛି ବ୍ରହ୍ମପୁତ୍ର ନଦୀର ପାଣି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଣିପୁରରେ ମଧ୍ୟ ସମାନ ସ୍ଥିତି।
NIA Raid: ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ରେଡ। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗର ଏକାଧିକ ସ୍ଥାନରେ ଚାଲିଛି ଚଢାଉ। ରେଡରୁ ଅନେକ ଇଲେକ୍ଟୋନିକ୍ସ ସାମଗ୍ରୀ ସହ ଦସ୍ତାବିଜ ଜବତ ହୋଇଛି। ରେଡରୁ NIA ଇଲେକ୍ଟ୍ରୋନିକ୍ ଡିଭାଇସ୍, ସମ୍ବେଦନଶୀଳ ଅର୍ଥ କାରବାର ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରିଛି।
Gaza Palestinians Attack: ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲୀ ଟ୍ୟାଙ୍କ ଗୁଳିମାଡ଼ରେ ୨୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୦ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ମାୱାସି ଅଞ୍ଚଳର ରେଡକ୍ରସ୍ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।