India VS New Zealand Match: ଦୁବାଇରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ । ଭାରତୀୟ କ୍ରିକେଟ୍ ଟିମ୍ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ଏ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ମୁକାବିଲା କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ସେମିଫାଇନାଲ ପାଇଁ ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ହେଲେ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଆସୁ ଆସୁ ୧୦ ଓଭର ଭିତରେ ଭାରତର ଟପ୍ ଥ୍ରୀ ଅର୍ଡର ଭୁଷୁଡିପଡିଛି। ରୋହିତ, ବିରାଟ ଓ ଶୁବମନ ଗିଲ୍ ପାଭିଲିୟନ ଫେରିଛନ୍ତି ।
Subhadra Scheme: ୩୧ ମାର୍ଚ୍ଚ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏବେ ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
Ration Card Beneficiary: ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାରରୁ ଅଧିକ କାର୍ଡ । ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି । ପ୍ରତିଦିନ ୩ରୁ ୪ ହଜାର ଲୋକ କାର୍ଡ ଫେରାଉଛନ୍ତି। ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟା ଯାଇଛି। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ ।
Odisha Weather Report: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ୩୮ ଡିଗ୍ରୀ ଟପିଲା ତାପମାତ୍ରା। ଆଜିବି ଭୀଷଣ ଗ୍ରୀଷ୍ମପ୍ରବାହ। ସତର୍କ ରହିବାକୁ ପରାମର୍ଶ। ତେବେ ଚଳିତ ବର୍ଷ ଖରା ତାତିକୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା। ତାହା ଧିରେ ଧିରେ ସତ ହେବାରେ ଲାଗିଛି। ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ତାପମାତ୍ରା। ଏବେଠାରୁ ୩୮ ଡିଗ୍ରୀ ପାର କଲାଣି ପାରଦ। ତେଣୁ ଆଗକୁ ପରିସ୍ଥିତି କ’ଣ ହେବ ତାହା କଳ୍ପନା ବାହାରେ। ତେଣୁ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।
Kendrapara Crime News: ଅଧ୍ୟାପକଙ୍କ ଅସଦାଚରଣ ନେଲା ଯୁକ୍ତ ଦୁଇ ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ । ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତର ମୁଲୁଗାଇ ଗାଁର ସୌମ୍ୟା ଶ୍ୱାଶତି ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଦାୟିତ୍ବରେ ଥିବା ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ସୌମ୍ୟାଙ୍କୁ କମନ୍ ରୁମ୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାହା ପରେ ସେ ଘରକୁ ଆସି ଜୀବନ ହାରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି।
Haryana Crime News: ହରିୟାଣାରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବରେ ଠାବ ହୋଇଛି କଂଗ୍ରେସ ନେତ୍ରୀଙ୍କ ମୃତଦେହ । ଗତକାଲି ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀଙ୍କ ମୃତଦେହ ରହିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପରିଚୟ ହେଉଛି ହିମାନୀ ନରୱାଲ । ତେବେ ମୃତଦେହ ମିଳିବ ପରେ ତଦନ୍ତ ଜାରି ରହିଛି ।
Amit Shah On Manipur Issue: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଣିପୁରର ସୁରକ୍ଷା ପରିସ୍ଥିତି ଉପରେ ଜାତୀୟ ରାଜଧାନୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ ମଣିପୁରର ବନ୍ଦ ରାସ୍ତାଗୁଡ଼ିକୁ ମାର୍ଚ୍ଚ ୮ ରୁ ଜନସାଧରଣଙ୍କ ପାଇଁ ଖୋଲାଯିବ ।
Virat Kohli: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ‘ଏ’ ଶେଷ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି । ତେବେ ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ସେ ଦିନିକିଆରେ ୩୦୦ ଦିନିକିଆ ମ୍ୟାଚ ଖେଳିଥିବା ସପ୍ତମ ଭାରତୀୟ ହୋଇଛନ୍ତି ।
Chamoli Avalanche: ଉତ୍ତରାଖଣ୍ଡ ଚମୋଲିରେ ହୋଇଥିବା ହିମସ୍ଖଳନରେ ଆଉ ଫସିଛନ୍ତି ୪ ଜଣ ଶ୍ରମିକ । ଏପର୍ଯ୍ୟନ୍ତ ୫୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜଙ୍କୁ ଭରତୀୟ ବାୟୁସେନାର ଚିତା ହେଲିକପ୍ଟର ଉଦ୍ଧାର କାର୍ଯ୍ୟ କରୁଛି । ସେନାର ୪ଟି ହେଲିକପ୍ଟର, ଆଇଟିବିପି ଯବାନ, ବିଆରଓ, ଏସଡିଆରଏଫ ଏବଂ ଏନଡିଆରଏଫରୁ ୨୦୦ ଯବାନ ନିୟୋଜିତ ରହିଛନ୍ତି ।
Severe Road Accident: ବୋଲିଭିଆର ପୋଟୋସି ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ଶିଶୁ ସମେତ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଖବର ମୁତାବକ, ସକାଳେ ୭ଟା ସମୟରେ ଉୟୁନି ଏବଂ କୋଲଚାନି ମଧ୍ୟରେ ଥିବା ଏକ ରାଜପଥରେ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା ।