Home >>Top 10 News

Top 10 News Headlines: ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି...ରାଜା ଚକ୍ରଙ୍କୁ ଜାମିନ୍ ସହ ସକାଳର ବଡ଼ ଖବର

Top 10 News Headlines: ସକାଳର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକିରେ...

Advertisement
Top 10 News Headlines: ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି...ରାଜା ଚକ୍ରଙ୍କୁ ଜାମିନ୍ ସହ ସକାଳର ବଡ଼ ଖବର
Rashmita Sahoo|Updated: Aug 02, 2025, 08:12 AM IST
Share

Mahanadi Tribunal: ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି । ଦୀର୍ଘ ଦିନ ପରେ ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ । ଟ୍ରିବ୍ୟୁନାଲରେ ଓଡ଼ିଶାର କ’ଣ ରହିବ ଆଭିମୁଖ୍ୟ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆପୋଷ ସମାଧାନ ସପକ୍ଷରେ ଅଛନ୍ତି ମୋହନ ସରକାର । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି ।

Odisha Malaria Cases: ଓଡ଼ିଶାକୁ ମ୍ୟାଲେରିଆ ଭୟ । ସଚେତନତା ପରେ ବି ସୁଧୁରୁନି ସ୍ଥିତି । ମ୍ୟାଲେରିଆ ନିୟନ୍ତ୍ରଣରେ ଫେଲ୍ ମାରିଛି ସ୍ୱାସ୍ଥ୍ୟ ବିଭାଗ । ଏନ୍‌ଭିବିଡିସିପି ସୂଚନା ଅନୁସାରେ, ଚଳିତବର୍ଷ ମେ ସୁଦ୍ଧା ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ପ୍ରତିଶତ କେବଳ ଓଡ଼ିଶାର । ଏପରିକି ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ମ୍ୟାଲେରିଆପ୍ରବଣ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । 

Odisha Weather Report: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମିବ ।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ବର୍ଷା କମିବା ସହିତ ତାପମାତ୍ରା ସାମାନ୍ୟ ବଢ଼ିପାରେ ।    ତାପମାତ୍ରାରେ ପ୍ରାୟ ୨ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

OTET Exam Scheduled: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା। ସ୍ପେଶାଲ୍ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା। ସକାଳ ୯ଟାରୁ ୧୧.୩୦ ଯାଏଁ ପେର୍ପ-୧ ଓଟିଇଟି ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏଁ ପେର୍ପ-୨ ଓଟିଇଟି ପରୀକ୍ଷା ହେବ। ଚଳିତ ମାସ ଅର୍ଥାତ ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ।

Raja Chakra Gets Bail: ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌। ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍‌ । ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଲେ ଜିଲ୍ଲା ଦୌରାଜଜ୍‌ । ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ମିଳିଲା ଅନ୍ତରୀଣ ଜାମିନ୍ । 

Encounter At Berhampur: ବ୍ରହ୍ମପୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ । ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୋଲିସ୍‌ର ଏନ୍‌କାଉଣ୍ଟର ପରେ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
। ସୁନୀଲ ନାଁରେ ବିଭିନ୍ନ ଥାନାରେ ରହିଛି ୨୦ଟି ମାମଲା । ହତ୍ୟା, ରାହାଜାନି, ବୋମାମାଡ଼ ଭଳି ବିଭିନ୍ନ ମାମଲା ରହିଥିବା ନେଇ ସୂଚନା। 

Jawan Van Accident: ଅନୁଗୁଳରେଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌; ୧୩ ଯବାନ ଆହତ । ଏନ୍‌ଏଚ୍‌ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ।OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌ ।  ଝାରସୁଗୁଡ଼ାରୁ ଭୁବନେଶ୍ବର ଚନ୍ଦକା ଯାଉଥିବା ବେଳେ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହେଲା ଦୁର୍ଘଟଣା...ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର, ୨ ଯବାନ କଟକ ସ୍ଥାନାନ୍ତର।

Pm Kisan Samman Nidhi: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍ ୨ ଅଗଷ୍ଟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର ୨୦ ତମ କିସ୍ତିର ୨୦୦୦ ଟଙ୍କା ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଯାଉଛନ୍ତି। ଏଥର ଚାଷୀମାନଙ୍କୁ ୨୦୦୦ ଟଙ୍କାର କିସ୍ତି ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିଛି।

Russia US Conflict: ବଢୁଛି ଋଷ-ଆମେରିକା ବିବାଦ । ପୁଟିନଙ୍କ ସହଯୋଗୀଙ୍କ କଥାରେ ରାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ୍ ନିକଟରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ଆମେରିକା । ଭାରତ ଓ ଋଷକୁ ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନକୁ ନେଇ ଋଷର ପୂର୍ବତନ ରାଷ୍ଟ୍ରପତି କହିଥିଲେ ଆବଶ୍ୟକ ସ୍ଥଳେ ପରମାଣୁ ଯୁଦ୍ଧ ପାଇଁ ଋଷ ପ୍ରସ୍ତୁତ ଅଛି । ଆମେରିକା ଏଭଳି ଧମକକୁ ଗମ୍ଭୀରତାର ସହ ନେଇଛି ।

Oval Test: ଶୁକ୍ରବାର ଇଂଲଣ୍ଡର ବ୍ୟାଟସମ୍ୟାନମାନେ ସେମାନଙ୍କର ଭୟଙ୍କର ଫର୍ମ ଦେଖାଇଛନ୍ତି। ପ୍ରଥମେ ଇଂଲଣ୍ଡ ବୋଲରମାନେ ସେମାନଙ୍କର ଜଲଓ୍ୱା ଦେଖାଇଥିଲେ ଏବଂ ଭାରତୀୟ ଦଳକୁ ଏକ ଛୋଟ ସ୍କୋରରେ ସୀମିତ ରଖିଥିଲେ। ଏହା ପରେ ଯେତେବେଳେ ଜ୍ୟାକ କ୍ରାଉଲି ଏବଂ ବେନ ଡକେଟ ବ୍ୟାଟିଂ କରିବାକୁ ଆସିଥିଲେ, ସେମାନେ ଭାରତୀୟ ବୋଲରମାନଙ୍କୁ ପାଣି ପିଆଇ ଦେଇଥିଲେ। ସେପଟେ ଓଭାଲ୍ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ କେବଳ ୨୨୪ ରନ୍ କରିପାରିଥିଲା।

Also Read: Today Rashiphala: ଆଜି ୪ ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା...ଜାଣନ୍ତୁ ଆଜିର ରାଶିଫଳ

Also Read: Pm Kisan Samman Nidhi: ଅପେକ୍ଷାର ହେବ ଅନ୍ତ...ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦ତମ କିସ୍ତି ଟଙ୍କା

Read More
{}{}