Home >>Top 10 News

Top 10 News Headlines: ଆସନ୍ତା ୧୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଅନ୍ୟାନ୍ୟ ଖବର...

Top 10 News Headlines: ସକାଳର ୧୦ ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର ପଢନ୍ତୁ ଚୁଟକିରେ...

Advertisement
Top 10 News Headlines: ଆସନ୍ତା ୧୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଅନ୍ୟାନ୍ୟ ଖବର...
Rashmita Sahoo|Updated: Aug 10, 2025, 08:10 AM IST
Share

Odisha Cabinet Meeting: ଆସନ୍ତା ୧୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ବିଭାଗ ଗୁଡ଼ିକ ହେଲା ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ଏବଂ ଆଇନ ବିଭାଗର ପ୍ରସ୍ତାବ।  ପୂର୍ବ ଦିନ ୧୨ ତାରିଖରେ ସଚିବସ୍ତରୀୟ ବୈଠକ ହେବାର ସୂଚନା ରହିଛି।  

Kendrapara Crime: ପଟ୍ଟାମୁଣ୍ଡାଇରେ ଜିଅନ୍ତା ଜଳି ଯୁବତୀଙ୍କ ମୃତ୍ୟୁ ଘଟଣା ।  କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ।
'ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ଯୁବତୀଙ୍କ ବାପା' । 'ମାନସିକ ନିର୍ଯାତନାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପୀଡ଼ିତାଙ୍କ ବାପା। 'ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ସୂଚନା ଦେଇଛନ୍ତି ଏସପି । 

Operation Garuda: ଓଡ଼ିଶା ପୋଲିସର ଅପରେସନ ଗରୁଡରେ ମିଳିଛି ବଡ଼ ସଫଳତା। ଗତ ସପ୍ତାହରୁ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିଲା ଅପରେସନ ଗରୁଡ଼ । ଅପରାଧିକ ମାନସିକତା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଯୋଜନା ହୋଇଥିଲା। ଜିଲ୍ଲାର ଏସପିମାନେ ସିସିଟିଭିକୁ ବ୍ୟବହାର କରି ଅନେକ ଅପରାଧୀଙ୍କ ପାଖରେ ପହଞ୍ଚିଛନ୍ତି।

Odisha Panipaga: ରାଜ୍ୟରେ ମଧ୍ୟାହ୍ଣ ଓ ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ଏବେ ରହିଛି । ଏହାସହ ୧୨ ଓ ୧୩ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ୧୨ ରୁ ବର୍ଷାର ପରିମାଣ ବଢିପାରେ। ତେଣୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରି ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆଜି ଗଞ୍ଜାମ, ଗଜପତି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା. ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ରେ ବର୍ଷାର ସମ୍ଭାବନା ରହିଛି। 

Bhubaneswar Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅ ମୃତ, ମା’ ଓ ପୁଅ ଗୁରୁତର ।ପାତ୍ରପଡ଼ା V2 ପାଖରେ ରାସ୍ତା ପାର ବେଳେ ଧକ୍କା ଦେଲା ସ୍କର୍ପିଓ ଗାଡ଼ି । ଘଟଣାସ୍ଥଳରେ ୮ ବର୍ଷର ଝିଅ ମୃତ; ମାଆ ଓ ପୁଅ ଏମ୍ସରେ ଭର୍ତ୍ତି । ମାମୁଘରକୁ ଯାଇ ରାକ୍ଷୀ ବାନ୍ଧି ଘରକୁ ଫେରିଲା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । 

OTET Question Paper Leak: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ  ତଦନ୍ତ ଜାରି ରହିଛି । ଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାର ଫାଇନାନ୍ସିଆଲ୍ ଇନଭେଷ୍ଟିଗେସନ ୟୁନିଟ ଏଫ୍‌ଆଇୟୁକୁ ଅଧିକ ତଥ୍ୟ ଲାଗି ଲେଖିଛି କ୍ରାଇମ ବ୍ରାଞ୍ଚ । ବୋର୍ଡ ଉପସଭାପତି ସମେତ  ୮ ଜଣ ଅଭିଯୁକ୍ତ  କେତେ ସମ୍ପତ୍ତି ରଖିଛନ୍ତି ସେ ତଥ୍ୟ ମାଗିଛି । ଏ ତଥ୍ୟ ମିଳିବ ପରେ   ରିମାଣ୍ଡ ରେ ଆସୁଥିବା ଦୁଇ ଅଭିଯୁକ୍ତଙ୍କୁ ଘେରିବ  କ୍ରାଇମ ବ୍ରାଞ୍ଚ ।  ବୋର୍ଡ ସଭାପତି ଗୁମର  ଖୋଲିବାକୁ ଉଦ୍ୟମ ଚଳାଇଛି ।

Nurse Death Update: ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ସୁଇସାଇଡ୍ ନୋଟ ସାଙ୍ଗକୁ ମୃତଦେହ ନିକଟରୁ ଏକ ଇଞ୍ଜେକ୍ସନ ମଧ୍ୟ ମିଳିଛି ।

Delhi In Red Alert: ଗତ ୭ ଦିନ ଧରି ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ଶନିବାର ସକାଳେ ପ୍ରବଳ ବର୍ଷାର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ସାଉଥ୍ ଦିଲ୍ଲୀର ଜତିପୁର ହରିନଗର ଅଂଚଳରେ ଥିବା ଏହି ଘରର କାନ୍ଥ ପଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଛି । ରାତି ତମାମ ବର୍ଷା ଲାଗି ରହିଥିବା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ କାନ୍ଥ ତଳେ ୮ ଜଣ ଚାପି ହୋଇଥିବାର ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି। ତେବେ ଏପରି ପାଗ ଆହୁରି କିଛି ଦିନ ଲାଗି ରହିବା ନେଇ ସୂଚନା ରହିଛି। 

Putin Trump Meeting: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଶ୍ଚିତ କରିଛନ୍ତି ଯେ ସେ ଅଗଷ୍ଟ ୧୫ରେ ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତି ଉପରେ ଆଲୋଚନା କରିବା, କିନ୍ତୁ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ ଏଥିରେ 'କିଛି କ୍ଷେତ୍ରର ଆଦାନପ୍ରଦାନ' ସାମିଲ ହୋଇପାରେ, ଯାହା ପୂର୍ବରୁ ଏକ ବିବାଦୀୟ ପ୍ରସଙ୍ଗ। ହ୍ୱାଇଟ୍ ହାଉସ୍ ରେ ଆର୍ମେନିଆ ଏବଂ ଆଜରବୈଜାନର ନେତାମାନଙ୍କୁ ଭେଟିବା ସମୟରେ ଟ୍ରମ୍ପ୍ କହିଥିଲେ, 'ଆମେ ଋଷ ସହିତ ଆଲୋଚନା ଆରମ୍ଭ କରିବୁ। ଏହା ଏକ ବହୁତ ଜଟିଳ ବିଷୟ, କିନ୍ତୁ ଆମେ କିଛି ଡିମାଣ୍ଡ କରିବୁ ଏବଂ କିଛି ଆଦାନପ୍ରଦାନ କରାଯିବ। ଏହା ଉଭୟ ପକ୍ଷ ପାଇଁ ଲାଭଦାୟକ ହେବ।' ଏହି ବୈଠକ ପୂର୍ବରୁ ଟ୍ରମ୍ପ୍ ସୂଚିତ କରିଥିଲେ ଯେ ସେ ପୁଟିନଙ୍କୁ ଭେଟିବାକୁ ଚାହୁଁଛନ୍ତି।

Sports Mahakumbha: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ।  ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ । ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ବହୁ ଖେଳାଳି । 

Read More
{}{}