Hindi News >>Home >>Top 10 News

Top 10 News Headlines: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ସମ୍ଭାବନା ସହ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅପରାହ୍ଣର ୪ ସମୟର ବଡ଼ ଖବର ପଢନ୍ତୁ ସଂକ୍ଷେପରେ...

Advertisement
Top 10 News Headlines:  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ସମ୍ଭାବନା ସହ ଅନ୍ୟାନ୍ୟ  ବଡ଼ ଖବର
Rashmita Sahoo|Updated: Feb 22, 2025, 03:53 PM IST
Share

Odisha Travel Bazaar: ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱରର ମେ' ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ ଏହି ବଜାର। ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Congress Leader: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କିଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଣେ ଏନେଇ ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ କହିଛନ୍ତି, କିଟରେ ଘଟିଥିବା ଘଟଣା ନିନ୍ଦନୀୟ। ସେ ଆହୁରି କହିଛନ୍ତି, ମୁଁ ମୁଖ୍ୟ ଶାସନ ସଚିବ ଥିବା ବେଳେ ଜମି ଜବରଦଖଲ ନେଇ ଅଭିଯୋଗ ଆସିଥିଲା। ତାର ତଦନ୍ତ ଲାଗି ବି ନିର୍ଦ୍ଦେଶ ଦିଆଯାଇଥିଲା।

KIIT Tragedy: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ ଏଇ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି। ଖୁବ୍  ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ।

KIIT Congress: କିଟ୍ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ମାମଲା। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କିଟ୍ ସମ୍ମୁଖରେ ଧାରଣା। ଛାତ୍ରଛାତ୍ରୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ। 

CAG Report: ସରକାରୀ ଅଧିକାରୀ ମାନଙ୍କର ଲାଞ୍ଚଖୋର ମନବୃତ୍ତି ସରକାରୀ କଳକୁ ଦୁର୍ବଳ କରିଦେଉଛି। ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳୁଛି। ନିକଟରେ ଏକ କେନ୍ଦ୍ରୀୟ ଅଡିଟ୍ ଉତ୍ତରାଖଣ୍ଡରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଛି। ଯେଉଁଥିରେ iPhones ଏବଂ ଅଫିସ୍ ସାଜସଜ୍ଜା ସାମଗ୍ରୀ କିଣିବା ପାଇଁ ଜଙ୍ଗଲ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ବ୍ୟବହାର ସହିତ ଅନ୍ୟାନ୍ୟ ନିୟମର ଉଲ୍ଲଂଘନ ମଧ୍ୟ ରହିଛି।

Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡାକୁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି । 

Covid New Variant: ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ ।

Jharkhand Topper Dies: ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଶାଲିନୀ ବିଜୟଙ୍କ ସହ ତାଙ୍କ ଭାଇ IRS ଅଧିକାରୀ ମନୀଷ ବିଜୟ ଏବଂ ମାଆ ଶକୁନ୍ତଳା ଅଗ୍ରୱାଲଙ୍କ ମୃତଦେହ ମିଳିଛି । ଏହି ତିନି ଜଣଙ୍କ ମୃତଦେହ କୋଚିରେ କେନ୍ଦ୍ରୀୟ ଉତ୍ପାଦ ଏବଂ GSTର ଅତିରିକ୍ତ କମିଶନର ମନୀଷଙ୍କ ସରକାରୀ ବାସଭବନରୁ ମିଳିଛି । ଶାଲିନୀ ଝାଡ଼ଖଣ୍ଡ ସମାଜ କଲ୍ୟାଣ ବିଭାଗରେ ସହାୟକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଥିଲେ।

Rajasthan Chief Minister: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ଏକ ଜେଲରୁ ଆସିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣେ କଏଦୀ ଏଭଳି ଫୋନ୍ କଲ୍ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଜୀବନ ଜେଲଦଣ୍ଡ କାଟୁଥିବା ଦୋଷୀ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସିଏମ୍ ଭଜନଲାଲ୍ ଶର୍ମା ଜୀବନରୁ ମାରିଦେବାକୁ କହିଛି । 

Telangana Tunnel Collapse: ତେଲଙ୍ଗାନାରେ ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ଯାମର ପଛ ଭାଗରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡିଛି । ଶ୍ରୀଶୈଳମ ଲେଫଟ ବ୍ୟାଙ୍କ କେନାଲ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ଏଥିରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଅତିକମରେ ୩୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଶ୍ରୀଶୈଳମ ଡ୍ୟାମ ଠାରୁ ଦକ୍ଷିଣ କେନାଲର ୧୪କିମି ଦୂର ଦୋମଲପେଣ୍ଠା ଠାରେ ଟନେଲ ଭୁଶୁଡ଼ି ପଡ଼ିଥିଲା । 

Also Read: Mahakumbh Snan: ମହାକୁମ୍ଭରୁ ସ୍ନାନ କରିବା ପରେ ଲୋକଙ୍କୁ ହେଉଛି ଏହି ଗମ୍ଭୀର ରୋଗ ! ଜାଣନ୍ତୁ ଲକ୍ଷଣ

Read More
{}{}