Home >>Top 10 News

Top 10 News: ପଢ଼ନ୍ତୁ ଆଜି ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ପଢ଼ନ୍ତୁ ଆଜି ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Advertisement
 Top 10 News: ପଢ଼ନ୍ତୁ ଆଜି ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Priyambada Rana|Updated: Nov 27, 2024, 04:12 PM IST
Share
1.Lok Sabha: ଆଜି  ଲୋକସଭାର ପ୍ରଶ୍ନକାଳରେ ବିରୋଧି ଦଳଙ୍କ ଦ୍ୱାରା ଉଠାଯାଇଥିବା ଅଦାନୀ ପ୍ରସଙ୍ଗର ଗୃହ ଉଠିଥିଲା ପଡିଥିଲେ। ଫଳରେ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ପରେ ଦିନ ୧୨ଟା ପରେ ସଭାପତି ଗୃହ ଚଲଇବା ପାଇଁ  ଉଦ୍ୟମ କରିଥିଲେ। ଏହି ଅବସରରେ ବିଭିନ୍ନ କମିଟିର ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। କିନ୍ତୁ ବିରୋଧିଙ୍କ ହଟୋଗୋଳ ବନ୍ଦ ହୋଇନ ଥିଲା। ଗୃହର ମଧ୍ୟ ଭାଗକୁ  ବିରୋଧି ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୃହକାର୍ଯ୍ୟକୁ ସଭାପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। 
 
2.Odisha Assembly News: ଦାରିଙ୍ଗିବାଡି ବ୍ଲକରେ ଆମ୍ବ ଟାକୁଆ ଖାଇ ୩ ଜଣ ମୃତ୍ୟୁ ଘଟଣାକୁ ଓଡ଼ିଶା (Odisha) ପାଇଁ ଏକ କଳଙ୍କ। ଏଭଳି ଦୃଶ୍ୟ ଦୀର୍ଘ ୨୦ ବର୍ଷ ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏଭଳି ପ୍ରସଙ୍ଗକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ (Naveen Patnaik) ଗୁରୁତର ସହ ନେଇଥିଲେ। ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଆଣିଥିଲେ। ନବୀନ ବାବୁଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରଶଂସା କରିଥିଲେ ବୋଲି ବିଜେଡ଼ିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ (Goutam Buddha Das) ଆଜି ଗୃହରେ କହିଥିଲେ। 
 
3.Bidhansabha: ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ। ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ଆଚାର୍ଯ୍ୟ। ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି। 
 
4.Odisha News: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ। ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆ ହୋଇଆସୁଛି ରାସନ। ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି। ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣା ପଡ଼ିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 
 
5. Dharmasala Issue: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲା। ଜିଲ୍ଲା ଦୌରାଜଜ୍ ୧୦ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖିଛନ୍ତି ଏବଂ ଇନଜୁରି ଏବଂ ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ସେପଟେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଯାଜପୁର ଟାଉନ ଥାନାରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବାପରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଛନ୍ତି ଟିମ୍। ବିଧାୟକଙ୍କୁ ଆକ୍ରମଣରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଉପସ୍ଥିତ ଥିଲେ। 
 
6.Sundargarah:ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲକୁ ଦାବିକୁ ବିଜେଡିର ବିରୋଧ। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରିବା ପ୍ରସଂଗରେ ମଧ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ବିଜେଡି। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ  କରି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଢିବାକୁ ଯୋଜନା କରୁଥିବା ନେଇ ବିଜେଡ଼ି ଅଭିଯୋଗ ଆଣିଥିଲା। ତେବେ ଏହାକୁ ନେଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କହିଛନ୍ତି କି ସୁନ୍ଦରଗଡ଼ର ବିକାଶ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପଶ୍ଚିମ ଓଡ଼ିଶାରୁ ଏହାକୁ ନେଇ ଉତ୍ତର ଓଡ଼ିଶାରେ ମିଶାଇବାକୁ ଚଳାଇଥିବା ମସୁଧାକୁ ପଶ୍ଚିମ ଓଡ଼ିଶାବାସୀ କେବେ ବରଦାସ୍ତ କରିପାରିବେନି। ସରକାରଙ୍କ ଏହି ଯୋଜନାକୁ ଆମେ କଡ଼ା ବିରୋଧ କରୁଛୁ।
 
7. Sujata karthikeyan: ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା। ଛୁଟି ଆଉ ୬ମାସ ବଢ଼ାଇବାକୁ ଆବେଦନ କରିଥିଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ। ହେଲେ ଛୁଟିକୁ ବଢ଼ାଇଲେ ନାହିଁ ନି ସରକାର। ତେଣୁ କାର୍ଯ୍ୟରେ ଆଜିଠୁ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ।
 
8.New education policy:ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ।  
 
9. Biden:ଇସ୍ରାଏଲ୍‍- ହେଜବୋଲ୍ଲା ଭିତରେ ଯୁଦ୍ଧ ବନ୍ଦ ହେବ। ଦୀର୍ଘ ୧୪ ମାସ ଧରି ଚାଲିଥିବା ଶତ୍ରୁତାକୁ ବିରତି ମିଳିବାକୁ ଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ଏନେଇ ଆବଶ୍ୟକ ଚୁକ୍ତି ସ୍ୱାକ୍ଷର କରିଥିବା ନେଇ ଘୋଷଣା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍। 
 
10.Vigilance Raid: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଗଞ୍ଜାମ ବେଗୁନିଆପଡା ସିଡିପିଓ ଫସିଛନ୍ତି। ଜଣେ ଅଙ୍ଗନବାଡ଼ି ପାଚିକାଙ୍କ ଦରମା ବିଲ୍ କରାଇ ଦେବାକୁ ୧୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବେଗୁନିଆପଡା ସିଡିପିଓଙ୍କ କାର୍ଯ୍ୟାଳୟ ଭିତରୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟରେ କାଜଗପତ୍ର ଯାଞ୍ଚ କରିବା ସହ ସନ୍ଧ୍ୟାରାଣୀଙ୍କ ବାସଭବନରେ ଚଢଉ କରିଛି। ତେବେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। 
Read More
{}{}