Home >>Top 10 News

Top 10 News Headlines: ଦୁଷ୍କର୍ମ ମାମଲାରେ ପୂର୍ବତନ JDS ସାଂସଦ ପ୍ରଜ୍ବଳ ରେବନା ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅପରାହ୍ଣର ବଡ଼ ଖବର ଦେଖନ୍ତୁ ଚୁଟକିରେ...

Advertisement
Top 10 News Headlines: ଦୁଷ୍କର୍ମ ମାମଲାରେ ପୂର୍ବତନ JDS ସାଂସଦ ପ୍ରଜ୍ବଳ ରେବନା ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଖବର
Rashmita Sahoo|Updated: Aug 01, 2025, 04:05 PM IST
Share

OTET Question Paper Leak: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଯେଉଁମାନେ ବି ସଂପୃକ୍ତ କାହାକୁ ଛଡ଼ାଯିବନି କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯିଏ ବି କରିଛି, ଯେତେ ବଡ଼ ଲୋକ ହେଉ ନା କାହିଁକି ଛଡ଼ା ଯିବ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ।

Mahanga Block: କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ। କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀ ଚିଠି ସଂଖ୍ୟା ୩୬୫୬ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୬ ତାରିଖରେ ପାଗର ପ୍ରତିକୂଳତା ହେତୁ ଜରୁରୀକାଳୀନ ଘୋଷଣା କରି ସମସ୍ତ କର୍ମଚାରୀଙ୍କୁ ବ୍ଲକରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଦିନ କର୍ମଚାରୀମାନେ ବ୍ଲକରେ ଉପସ୍ଥିତ ନ ରହିବା ଏବଂ ଏକ ଜନଶୁଣାଣି ବେଳେ ଜିଲ୍ଲାପାଳ ଏହି ବ୍ଲକରେ ସମସ୍ତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଡମେରଟିକୁ କ୍ୟାନର ଲଗାଇବାର ନିର୍ଦ୍ଦେଶକୁ ଲାଗୁ ନ କରିବା ଅଭିଯୋଗରେ ଏହି ଆକ୍ସନ ହୋଇଛି।

Ratna Bhandar: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା। ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର । RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି-ଆଇନ ମନ୍ତ୍ରୀ ।

UPI Change Rules: ଆଜିଠାରୁ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା ୟୁପିଆଇରେ ହେବ ବ୍ୟାପକ ପରିବର୍ତ୍ତନ। ଏନେଇ ନିଷ୍ପତ୍ତି ନେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ। ନୂଆ ନିୟମ ମଧ୍ୟରେ ରହିଛି ବାଲାନ୍ସ ଚେକଠାରୁ ଆରମ୍ଭ କରି ଟାଞ୍ଜାକସନ ଷ୍ଟାଟସ ଯାଏଁ । ପରଫର୍ମାନ୍ସ ବୃଦ୍ଧି ଲାଗି ଏହି ବ୍ୟବସ୍ଥା କାର୍ଯ୍ଯକାରୀ କରାଯାଉଥିବା ଗତ ଏପ୍ରିଲ ୨୬ରେ ସୂଚନା ଦେଇଥିଲା ଏନପିସିଆଇ। ଏହି ପଦକ୍ଷେପ ଯୋଗୁ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବା ପିଏସପି ଯଥା ଫୋନ ପେ, ଗୁଗଲ ପେ, ପେଟିଏମ ଆଦି ଉପକୃତ ହେବେ।

Odisha Weather: ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୧୨ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା  ୧୨ ଘଂଟାରେ  କେନ୍ଦୁଝର  ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

OTET Arrested: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ। ଗିରଫ ଶିକ୍ଷକ ଜଣକ ହେଲେ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାର ପ୍ରଶାନ୍ତ ଖମାରୀ । OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ରହିଥିବା ଅଭିଯୋଗରେ ତାଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଏହା ଆଗରୁ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମାଷ୍ଟରମାଇଣ୍ଡ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣାଙ୍କ ସମେତ ୬ ଜଣଙ୍କୁ ଆଗରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। 

Bhitarkanika Open: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ  ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ  ପ୍ରସ୍ତୁତ ରହିଛି।  କୁମ୍ଭୀର ପ୍ରଜନନ ପାଇଁ  ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଭିତରକନିକାରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ  ନୈାବିହାର  ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

Puri Stampede Case: ଚଳିତବର୍ଷ ରଥଯାତ୍ରାରେ ପୁରୀ ଗୁଣ୍ଡିଚା ମନ୍ଦିର ଦଳା ଚକଟା ଘଟଣାର ହେଲା ରିପୋର୍ଟ ଦାଖଲ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଗତ ଜୁନ ୨୯ ତାରିଖରେ ହୋଇଥିଲା ଦଳାଚକଟା । ଏହି ଘଟଣାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାର ପ୍ରାଶାସନିକ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।

Himachal Pradesh Disaster: ହିମାଚଳ ପ୍ରଦେଶରେ ପୁଣି ପ୍ରବଳ ବର୍ଷା । ଲଗାତର ବର୍ଷା ଯୋଗୁଁ ମଣ୍ଡି ପାଣ୍ଡୋହ ଡ୍ୟାମ ନିକଟରେ ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରୁଛନ୍ତି କର୍ତ୍ତୃପକ୍ଷ । ସୂଚନାନୁଯାୟୀ, ଗତକାଲି ରାତିରୁ ମଣ୍ଡିରେ ଲାଗାତର ବର୍ଷା ଜାରି ରହିଛି । ଲଗତାର ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିବା କହିଛନ୍ତି ମଣ୍ଡି ଏସପି । ପୂର୍ବରୁ ମଣ୍ଡିରେ ଫ୍ଲାସ ଫ୍ଲଡ ଯୋଗୁ ୨ ଜଣଙ୍କର ମୃତ ହୋଇଥିଲା ।

JDS MP: ଦୁଷ୍କର୍ମ ମାମଲାରେ ପୂର୍ବତନ JDS ସାଂସଦ ପ୍ରଜ୍ବଳ ରେବନା ଦୋଷୀ ସାବ୍ୟସ୍ତ ।  ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ସ୍ବତନ୍ତ୍ର କୋର୍ଟ । ବିଚାରପତିଙ୍କ ରାୟ ଶୁଣିବା ପରେ କାନ୍ଦି ପକାଇଲେ ପ୍ରଜ୍ବଳ ରେବନା । ଆସନ୍ତାକାଲି ଦଣ୍ଡ ଶୁଣାଇବେ ବେଙ୍ଗଳୁରୁ ସ୍ଥିତ ସ୍ବତନ୍ତ୍ର କୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ାଙ୍କ ନାତି ହେଉଛନ୍ତି ରେବନା ।

Read More
{}{}