1.Ashwini Vaishnav: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସାରା ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ମଞ୍ଜୁରୀ। ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେବ। ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ବ୍ୟୟ ହେବ ୪ ହଜାର ୬ ଶହ କୋଟି।
2.Justice Yashwant Varma: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା। ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍ ବିର୍ଲା। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର। ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ। କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିଭି ଆଚାର୍ଯ୍ୟ କମିଟି ସଦସ୍ୟ।
3.Bhadrak Student Death: ଯୁକ୍ତ ୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଘରୋଇ ମେସ୍ର ବାଥ୍ରୁମରୁ ମୃତଦେହ ଉଦ୍ଧାର କରାଯାଇଛି। ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷ ଛାତ୍ରୀ। ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ଫେରିଥିଲେ। ଛାତ୍ରୀ ଜଣକ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।
4.Vice President Election 2025: ଶାସକ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ମଙ୍ଗଳବାର ଦିନ ଶେଷ ହୋଇପାରେ। ଆଲୋଚନା ହେଉଛି ଯେ ମେଣ୍ଟ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି। ତଥାପି ସରକାର କିମ୍ବା ସହଯୋଗୀ ଦଳ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ। ଜଗଦୀପ ଧନଖର ନିଜ ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ହେଉଛି। ସଦ୍ୟତମ ବୈଠକ ପରେ ଏନଡିଏ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଉପରେ ଛାଡି ଦେଇଥିଲା।
5. Independence Day 2025: ଦିନ ଦୁଇଟା ପରେ ସ୍ୱାଧୀନତା ଦିବସ। ଏ ଅବସରରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବେ। କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗିର- ରବି ନାଏକ, କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର ଓ ପୁରୀରେ ପୃଥ୍ବୀରାଜ ହରିଚନ୍ଦନ ଓ ସୁନ୍ଦରଗଡ଼ରେ ମୁକେଶ ମହାଲିଙ୍ଗ ପତାକା ଉତ୍ତୋଳନ କରିବେ।
6.Volodymyr Zelenskyy: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କଥା ହୋଇଛନ୍ତି। ଆସନ୍ତା ମାସରେ ସେପ୍ଟେମ୍ବରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ରାଷ୍ଟ୍ରପତି ଜେଲେନ୍ସକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ ମାଧ୍ୟମରେ ୟୁକ୍ରେନୀୟ ସମ୍ବନ୍ଧୀୟ ସଦ୍ୟତମ ଘଟଣାବଳୀ ବିଷୟରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରୁଷ ସହିତ ବିବାଦର ଅନ୍ତ ଏବଂ ଯଥାଶୀଘ୍ର ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତର ମତକୁ ଦୋହରାଇଛନ୍ତି। ଆଲୋଚନାରେ ଦୁଇ ନେତା ଭାରତ-ୟୁକ୍ରେନୀୟ ଦ୍ୱିପାକ୍ଷିକ ସମ୍ପର୍କର ମଧ୍ୟ ସମୀକ୍ଷା କରିଥିଲେ।
7.Patrapada Accident: ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରସ୍ଥିତ ପାତ୍ରପଡ଼ା ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଦିନ ୮ ବର୍ଷର ଝିଅ ରେଶମାର ମୃତ୍ୟୁ ହୋଇଥିବା ବେଳେ ଗତକାଲି ମା ରେବତୀ ଆଖି ବୁଜିଛନ୍ତି। ସେପଟେ ଗୁରୁତର ହୋଇଥିବା କୁନି ପୁଅ ଏବେ ମଧ୍ୟ ଏମସରେ ଚିକିତ୍ସାଧିନ ରହିଛନ୍ତିଷ। ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିଛନ୍ତି।
8.India-Bangladesh Relation: ନୂଆଦିଲ୍ଲୀ: ସୋମବାର ଦିନ ଭାରତ ବାଂଲାଦେଶରୁ ସଡ଼କ ପଥରେ ଆସୁଥିବା ପାଟ୍ ଉତ୍ପାଦ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରିଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ତଥାପି, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ, ଏହି ସାମଗ୍ରୀଗୁଡ଼ିକୁ ନହାଭା ଶେଭା ସମୁଦ୍ର ବନ୍ଦର ଦେଇ ଆମଦାନୀ କରାଯାଇପାରିବ। ତାଲିକାରେ ଅନ୍ତର୍ଭୁକ୍ତ ଉତ୍ପାଦଗୁଡ଼ିକ ମଧ୍ୟରେ ପାଟ୍ କିମ୍ବା ଅନ୍ୟାନ୍ୟ ତନ୍ତୁରୁ ତିଆରି ବ୍ଲିଚ୍ ଏବଂ ଅନବ୍ଲିଚ୍ ବୁଣା କପଡ଼ା, ପାଟ୍ ସୁଇନ୍, ଡୋରି, ରଶି ଏବଂ ପାଟ୍ ବସ୍ତା ଏବଂ ବ୍ୟାଗ ଅନ୍ତର୍ଭୁକ୍ତ। ତଥାପି, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ଉତ୍ପାଦଗୁଡ଼ିକ ନ୍ୱାଭା ଶେଭା ବନ୍ଦର ଦେଇ ଆମଦାନି କରାଯାଇପାରିବ।
9.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏ ନେଇ ବୁଧବାର ଅଗଷ୍ଟ ୧୩ ତାରିଖରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
10. Cristiano Ronaldo: ପର୍ତ୍ତୁଗାଲର ଲେଜେଣ୍ଟ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ ବହୁ ଦିନ ପରେ ତାଙ୍କ ପ୍ରେମିକା ଜର୍ଜିଆନା ରୋଡ୍ରିଗ୍ୱେଜ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ରୋନାଲ୍ଡ ଜର୍ଜିଆଙ୍କୁ ପ୍ରପୋଜ୍ କରିଛନ୍ତି ଏବଂ ଜର୍ଜିଆ ରୋନାଲ୍ଡଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଭୟ ୨୦୧୬ ମସିହାରୁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ପ୍ରାୟ ନଅ ବର୍ଷ ପରେ, ଉଭୟ ଏହି ସମ୍ପର୍କକୁ ଆଉ ଏକ ପାଦ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଏକ ବ୍ରାଣ୍ଡ ଷ୍ଟୋରରେ ସାକ୍ଷାତ କରିଥିଲେ। ୨୦୧୭ ମସିହାରେ, ଉଭୟେ ସେମାନଙ୍କର ସମ୍ପର୍କକୁ ଅଫିସିଆଲ କରିଥିଲେ। ଉଭୟଙ୍କର ଚାରିଟି ସନ୍ତାନ ଅଛନ୍ତି।