Hindi News >>Home >>Top 10 News

Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Advertisement
 Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Priyambada Rana|Updated: Apr 13, 2025, 08:03 AM IST
Share

1.Happy birthday Bhubaneswar: ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୭ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର (Bhubaneswar)। 

2.Odisha News: ରାଜ୍ୟରେ ଖୁବ୍‌ଶୀଘ୍ର ପଞ୍ଚାୟତ ଉପନିର୍ବାଚନ । ଖାଲି ପଡ଼ିଥିବା ୧,୧୩୪ଟି ପଦରେ ହେବ ଉପନିର୍ବାଚନ। ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

3.Waqaf Bill: ୱକଫ୍‌ ବିଲ୍‌କୁ ବିରୋଧ କରି ପଶ୍ଚିମବଙ୍ଗରେ ପ୍ରବଳ ହିଂସାକାଣ୍ଡ । ଆନ୍ଦୋଳନ ବେଳେ ମୁର୍ସିଦାବାଦ ଜିଲ୍ଲାରେ ହିଂସାକାଣ୍ଡ ନେଇଛି ୩ ଜଣଙ୍କର ଜୀବନ । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ । 

4.Indian Pharma: ଭାରତୀୟ ଔଷଧ କମ୍ପାନୀ ଗୋଦାମରେ ରୁଷର ଆକ୍ରମଣ । ପୁଣି ଥରେ ଋଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଏହି କ୍ଷେପଣାସ୍ତ୍ର ଆକ୍ରମଣ କିୱରେ ଥିବା ଏକ ଭାରତୀୟ ଫାର୍ମା କମ୍ପାନୀର ଗୋଡାଉନ୍ ଉପରେ ପଡ଼ିଛି। କ୍ଷେପଣାସ୍ତ୍ର ଆକ୍ରମଣ ହେତୁ ସମଗ୍ର ଗୋଦାମ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ଏବଂ ଔଷଧ ପୋଡି ପାଉଁଶ ହୋଇଯାଇଠି। ଏୟାର ଷ୍ଟ୍ରାଇକ୍ ଯୋଗୁଁ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

5.Weather Report: ଦିନରେ ଖରା ଗୁଳୁଗୁଳି, ସଂଧ୍ୟା ହେଲେ ଘୋଟି ଆସୁଛି କଳା ବାଦଲ ବର୍ଷା। ରାଜ୍ୟର କିଛି କିଛି  ସ୍ଥାନରେ ପାଣିପାଗର କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଦେଖିବାକୁ ମିଳିଛି।୧୩ ତାରିଖ ତଥା ଆଜି ପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ(Cuttuck), ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଆଲର୍ଟ ଜାରି କରିଛି ବିଭାଗ।

6.Supreme Court on bill: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ରାଷ୍ଟ୍ରପତିଙ୍କୁ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ। 

7.Trump’s tariff buffer: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସ୍ମାର୍ଟଫୋନ ଏବଂ ଲାପଟପ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ପାରସ୍ପରିକ ଟାରିଫ୍ ପରିସରରୁ ବାହାରେ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଦ୍ୱାରା ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ କମ ରଖିବାରେ ସାହାଯ୍ୟ ମିଳିବ, ଯାହା ସାଧାରଣତଃ ଆମେରିକାରେ ତିଆରି ହୁଏ ନାହିଁ। ଶୁକ୍ରବାର ଦିନ ହୋଇଥିବା ଏହି ଘୋଷଣା ଆପଲ୍ ଏବଂ ସାମସଙ୍ଗ ଭଳି ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ମଧ୍ୟ ଲାଭ ଦେବ। 

8.New Railway Reservation Rules:  ଭାରତୀୟ ରେଳବାଇ ଏହାର ବ୍ୟବସ୍ଥାରେ ନିରନ୍ତର ପରିବର୍ତ୍ତନ କରୁଛି। ଏପରି ଏକ ପରିବର୍ତ୍ତନରେ, ଦାବି କରାଯାଇଥିଲା ଯେ ପିକ୍ ସିଜନ ଏବଂ ପିକ୍ ଟ୍ରାଫିକ୍ ସମୟରେ ବୁକିଂରେ ସାଧାରଣ ଗ୍ରାହକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର ହେବ। ଗଣମାଧ୍ୟମ ରିପୋର୍ଟରେ କୁହାଯାଉଥିଲା ଯେ ଏହା ଏଜେଣ୍ଟ ମାନଙ୍କ ଦ୍ୱାରା ଟିକେଟ୍ ଅଟକାଇବା ମଧ୍ୟ ବନ୍ଦ କରିବ। ବିଶେଷକରି, ଏହା ତୁରନ୍ତ ଟିକେଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ଦାବି କରାଯାଇଥିଲା। କିନ୍ତୁ ଏବେ IRCTC କହିଛି ଯେ ବର୍ତ୍ତମାନ ତତ୍କାଳ ଟିକେଟ୍ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ। 

9.Chandan Jatra: ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ଗତ କାଲିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ ।

10.Congress: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତିକୁ ଜବତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରକ୍ରିୟା ଆରମ୍ଭ କରିଛି

Read More
{}{}