1.Subhadra Scheme: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା କରାଯିବ। ଯୋଗ୍ୟ ବିବେଚିତ ହେଲେ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ବଳକା ହିତାଧିକାରୀ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ଦିଆଯିବ। ଜିରୋ ଇନକମ୍ ଟ୍ୟାକ୍ସ ଦେଉଥିବେ ଏବଂ ୨.୫ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର ଥିଲେ ସୁଭଦ୍ରା ଟଙ୍କା ମିଳିବନାହିଁ।
2.Flood: ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ନେଇ ସୂଚନା ଦେଲେ SRC ଦେଓରଞ୍ଜନ ସିଂହ। ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଏବେ ବି ବିପଦ ଅଛି ବୋଲି କହିଛନ୍ତି SRC। ବାଲେଶ୍ବରକୁ ପ୍ରାଥମିକତା ଦେବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୦୭୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ମାଗଣା ରନ୍ଧନ ଖାଦ୍ୟ ଦିଆଯାଉଛି।
3.Flood News: ବୈତରଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଉଛି। ଆନନ୍ଦପୁର ଠାରେ ଜଳ ସ୍ତର ୩୫.୭୮ ମିଟର ରହିଥିଲା ଯାହା ବର୍ତ୍ତମାନ ଏହା ହ୍ରାସ ପାଉଥିବା ଜଣାଯାଉଛି। ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର। ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୮. ୫୪ ମିଟର ରହିଛି ଓ ଏହା ହ୍ରାସ ପାଉଥିବା ସ୍ଥିତିରେ ଅଛି । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩ ମିଟର। ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର ୬.୬୭ ମିଟରରେ ରହିଥିଲା ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର। ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨ ୪ X୭ ) କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ନିରୀକ୍ଷଣ କରାଯାଉଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ ସତର୍କ କରାଯାଇଛି ।
4.Amaresh Jena: ବିଜେଡି଼ କର୍ପୋରେଟର୍ ଅମରେଶ୍ ଜେନାଙ୍କୁ ଗିରଫ କରାଯିବା ପରେ ଚର୍ଚ୍ଚା ଜୋର ଧରିଛି। ଏନେଇ ବିଜେଡ଼ି ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ(ସସପେଣ୍ତ) କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସସପେଣ୍ତ ନେଇ ବିଜ୍ଞପ୍ତି ସୂଚନା ଜାରି କରାଯାଇଛି। ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ବାଲେଶ୍ବର ନୀଳଗିରିରୁ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରୁଛି। ସୂଚନା ଅନୁସାରେ,ଅମରେଶ୍ ଜେନାଙ୍କ ବିରୋଧରେ ୧୯ ବର୍ଷିୟ ଯୁବତୀ ଗତ ଜୁଲାଇ ୨୩ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପ୍ରେମ କରି ପରେ ପ୍ରତାରଣା କରିଥିଲେ ଅମରେଶ୍।
5.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଉପକୂଳ ପଶ୍ଚିମବଙ୍ଗ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ସୋମବାର ଜୁଲାଇ ୨୮ ତାରିଖରେ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୫ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର।
6.Metro Project: ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବରିଷ୍ଠ ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭୁବନେଶ୍ବରକୁ ପ୍ରଗତିଶୀଳ କରିବାକୁ ମେଟ୍ରୋ ବ୍ୟବସ୍ଥା କରିବାକୁ ଯାଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ବ ବଜେଟ୍ରେ ସେ ଏହା କରିଥିଲେ, ଅଢ଼େଇ ବର୍ଷରେ DPR ଏବଂ ଅନ୍ୟାନ୍ୟ କାମ କରିଥିଲେ । କିନ୍ତୁ ବିଜେପି ସରକାର ମେଟ୍ରୋ ପ୍ରକଳ୍ପକୁ ବାତିଲ କରିଦେଲେ । ଏହାର କାରଣ ହେଉଛି ପୂର୍ବ ସରକାର କରିଥିଲେ । ସେମାନେ ପୁଣି DPR କରିବେ, ଟେଣ୍ଡର କରିବେ ଏବଂ ଏସବୁ ପାଇଁ ୫ ବର୍ଷ ଲାଗିଯିବ ।
7.Odisha News: ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ‘ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା, ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି। ଆନ୍ତଃମନ୍ତ୍ରିସ୍ତରୀୟ କମିଟି ହୋଇଛି, ଉପମୁଖ୍ୟମନ୍ତ୍ରୀ ନେତୃତ୍ବ ନେଉଛନ୍ତି, ବିଭିନ୍ନ ରାଜ୍ୟ ଗସ୍ତ କରି କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। କାମ ବିଳମ୍ବ ହେଉଥିବାରୁ ଟେଣ୍ଡର ବାତିଲ କରାଯାଇଛି, କେନ୍ଦ୍ର ସହାୟତାରେ ପ୍ରକଳ୍ପ ହେବ, କେନ୍ଦ୍ରୀୟ ଟେକ୍ନୋଲୋଜି ନିଆଯିବ। ପ୍ରଥମେ କଳ୍ପନାରୁ ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କରାଯିବ’।
8.Ladki behen yojana: ମହାରାଷ୍ଟ୍ରରେ ଲଡ଼କି ବେହେନ ଯୋଜନାରେ ଠକେଇ ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଠକେଇରେ ସାମିଲ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।
9.Balanga Case: ପୁରୀ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍। ଡିଏସ୍ପି ହେଡ୍କ୍ବାର୍ଟର କଳ୍ପନା କହଁର, ବଳଙ୍ଗା OIC ଚିତ୍ତରଞ୍ଜନ ପଣ୍ଡା ଯାଇଛନ୍ତି। ପୀଡ଼ିତାଙ୍କ ବାପା ଓ ଅନ୍ୟ ସଦସ୍ୟଙ୍କ ବୟାନ ରେକର୍ଡ ପାଇଁ ଯାଇଥିବା ସୂଚନା ମିଳିଛି। ପୀଡ଼ିତାଙ୍କ ଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରିପାରନ୍ତି ୨ ଜଣିଆ ଟିମ୍।
10.KL Rahul Shubman Gill: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ ଚାଲିଛି, ଯେଉଁଥିରେ ଏକ ଅନନ୍ୟ କୃତିତ୍ୱ ପୁନରାବୃତ୍ତି ହୋଇଛି। ଟେଷ୍ଟ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ଦୁଇ ଜଣ ଭାରତୀୟ ବ୍ୟାଟସମ୍ୟାନ୍ ବିଦେଶୀ ମାଟିରେ ଗୋଟିଏ ଟେଷ୍ଟ ସିରିଜରେ ୫୦୦+ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ଶୁଭମନ ଗିଲ ଚାରିଟି ମ୍ୟାଚ୍ ର ଆଠ ଇନିଂସରେ ୯୯.୫୭ ହାରରେ ୬୯୭ ରନ କରିଛନ୍ତି। ଅନ୍ୟପକ୍ଷରେ, କେଏଲ ରାହୁଲ ଚାରୋଟି ମ୍ୟାଚ୍ର ଆଠଟି ଇନିଂସରେ ୭୨.୫୭ ହାରରେ ୫୦୮ ରନ୍ କରିଛନ୍ତି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ଦୁଇ ବ୍ୟାଟସମ୍ୟାନ ଅପରାଜିତ ରହିଥିଲେ।