Home >>Top 10 News

Top 10 News Today: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଲା ଭାରତ ଓ ବର୍ତ୍ତମାନ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଲା ଭାରତ ଓ ବର୍ତ୍ତମାନ ୧୦ ବଡ଼ ଖବର
Prabhudatta Moharana|Updated: May 07, 2025, 04:18 PM IST
Share

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଲା ଭାରତ
ଅପରେସନ ସିନ୍ଦୂର ନାମରେ ମଧ୍ୟ ରାତ୍ରୀରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଛି ଭାରତ। ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ରକେଟ୍‍ ମାଡ଼ କରାଯାଇଛି। ଆକାଶ ମାର୍ଗରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର କେବଳ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍‍ ସିନ୍ଦୁର’। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ  ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ  ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଥିଲେ। 

ପାକିସ୍ତାନର ୯ଟି ସ୍ଥାନରେ କ୍ଷେପଣାସ୍ତ୍ର ମାଡ କରିଛି ଭାରତ
ପାକିସ୍ତାନର ୯ଟି ସ୍ଥାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଭାରତ। ଧ୍ୱଂସ ହୋଇଥିବା ୬ ଆତଙ୍କବାଦୀ କ୍ୟାମ୍ପ ହେଉଛି ମୁଜାଫରପୁରର ସବାଇ ନାଲା କ୍ୟାମ୍ପ,  ସଇଦନା ବିଲାଲ, ଗୁଲପୁର କୋଟଲି, ଭୀମ୍‍ବର ବର୍ଣ୍ଣାଲା ଏବଂ କୋଟଲିର ଆବାସ କ୍ୟାମ୍ପ। ଏହି ୬ କ୍ୟାମ୍ପ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳରେ ଅବସ୍ଥିତ। ସେହିପରି ସବାଇ ନାଲା କ୍ୟାମ୍ପ -ଜୈଶ-ଇ ମହମ୍ମଦର କ୍ୟାମ୍ପ ଥିଲା।। ଏଲ୍‍ଓସିଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ୩୦ ଅକ୍ଟୋବର ୨୦୨୪, ୨୪ ଅକ୍ଟୋବର ରେ ଗୁଲମର୍ଗ ଏବଂ ୨୨ ଏପ୍ରିଲ ଆକ୍ରମଣରେ ଏହିଠାରୁ ତାଲିମ ଦିଆଯାଇଥିଲା।

୧୦୦ରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ, ଭାରତର ୩ ନାଗରିକଙ୍କ ଦେହାନ୍ତ
ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଛି। ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ମଙ୍ଗଳବାର ରାତି ପ୍ରାୟ ୧.୪୪ ମିନିଟରେ ଏହି ଆକ୍ରମଣ ହୋଇଥିଲା।  ଅପରେସନ୍‍ ସିନ୍ଦୂରର ଜବାବ ଦେବାକୁ ଯାଇ ପାକିସ୍ତାନ ଭାରତର ସାଧାରଣ ନାଗରିକଙ୍କ ଉପରେ ଗୁଳିବର୍ଷା କରିଛି। ଏହାକୁ ଅକାରଣ ଆକ୍ରମଣ ବୋଲି ଅଭିହିତ କରିଛି ଭାରତୀୟ ସେନା। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଭାରତୀୟ ସେନା ଏହି ଅକାରଣ ଆକ୍ରମଣ ଦ୍ୱାରା ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି। 

ଆତଙ୍କୀ ମାସୁଦ ଆଜାଦର ପରିବାର ସଫା
ଅପରେସନ ସିନ୍ଦୂର' ଅଧୀନରେ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ନିଜେ ଏହାକୁ ନିଶ୍ଚିତ କରିଥିବା ସୂଚନା ମିଳିଛି । ଏଥିସହ ସେ ଏହା ପ୍ରତିକ୍ରିୟା ଦେଇଛି ଯେ, ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣରେ ତାଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ସମେତ ଚାରି ଜଣ ନିକଟତର ସହଯୋଗୀଙ୍କ ମୃତ୍ୟୁ ହୋଇଛି ।

ଏକାଧିକ ବିମାନବନ୍ଦରରେ ବିମାନ ଚଳାଚଳ ରଦ୍ଦ, ୯ ବିମାନବନ୍ଦରକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ
ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ହେବା ପରେ ଏୟାର ଇଣ୍ଡିଆ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରରୁ ଉଡାଣ ବାତିଲ କରିଛି। ଏହି ୯ଟି ବିମାନ ବନ୍ଦର ମଧ୍ୟରେ ଅମ୍ରିତସର ଓ ଶ୍ରୀନଗରକୁ ମଧ୍ୟ ଉଡ଼ାଣକୁ ବାତିଲ କରିଛି। ଅପରେସନ ସିନ୍ଦୂର ଆକ୍ରମଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା। ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ ଉଡ଼ାଣ ବାତିଲ କରିଛି ଏୟାରଇଣ୍ଡିଆ।  ସେପଟେ ମଧ୍ୟରାତ୍ରରୁ ଏଯାବତ ୨ ଶହ ବିମାନ ଉଡ଼ାଣ ବାତିଲ୍‌ ହୋଇଛି । ଦିଲ୍ଲୀରେ ପ୍ରାୟ ୩୫ ବିମାନ ଉଡ଼ାଣ ବାତିଲ୍‌ ହୋଇଥିବା ସୂଚନା ମିଳିଛି । ଉତ୍ତର ଓ ପଶ୍ଚିମ ପଟେ ପ୍ରାୟ ୧୮ ବିମାନବନ୍ଦରରୁ ଉଡ଼ାଣ ବନ୍ଦ କରାଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପେଶ୍‌ଜେଟ୍‌, ଆକାଶ ଏୟାର ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି ।

ସେନାଙ୍କ ଛୁଟି ବାତିଲ
ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ, ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରାଯାଇଛି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ଏହି ବଡ଼ ଖବର ଆସୁଛି। ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଅର୍ଦ୍ଧସାମରିକ ବାହିନୀର ଡିଜିମାନଙ୍କୁ ସୀମାରେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ, ସାରା ଦେଶରେ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି ମଧ୍ୟ କରାଯାଉଛି।

ସରକାରଙ୍କ ପଦକ୍ଷେପକୁ ଦେଶବାସୀଙ୍କ ସ୍ୱାଗତ
ପାକିସ୍ତାନରେ ଆତଙ୍କୀ ସଂଗଠନ ଉପରେ ହୋଇଥିବା ଆକ୍ରମଣକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଥିଲା। ଏହି ଆକ୍ରମଣ ପରେ ଅଧିକାଂଶ ସ୍ଥାନରେ ବାଣ ଫୁଟାଇ ଖୁସି ପାଳିଛନ୍ତି। 

ଉଭୟଙ୍କୁ ଶାନ୍ତି ବଜାୟ ରଖିବାକୁ କହିଲା ଚିନ
ପାକିସ୍ତାନ ଭିତରେ ନଅଟି ଆତଙ୍କବାଦୀ ସ୍ଥଳକୁ ଟାର୍ଗେଟ କରି ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରିବାର କିଛି ଘଣ୍ଟା ପରେ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରଙ୍କୁ ଶାନ୍ତି ଏବଂ ସ୍ଥିରତାର ବୃହତ୍ତର ସ୍ୱାର୍ଥରେ କାର୍ଯ୍ୟ କରିବାକୁ, ଶାନ୍ତ ରହିବାକୁ, ସଂଯମତା ଅବଲମ୍ବନ କରିବାକୁ ଏବଂ ପରିସ୍ଥିତିକୁ ଆହୁରି ଜଟିଳ କରିପାରୁଥିବା କାର୍ଯ୍ୟ ଗ୍ରହଣ କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହା ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରେ। ମୁଖପାତ୍ର ଆହୁରି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ରହିବେ, ଏବଂ ସେମାନେ ଚୀନ୍‌ର ପଡ଼ୋଶୀ ମଧ୍ୟ।

ଏନକାଉଣ୍ଟରରେ ୨୨ ନକ୍ସଲ ନିହତ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୨୨ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। କିନ୍ତୁ କୌଣସି ପୁଲିସ ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ନକ୍ସଲ ନିହତ ହୋଇଛନ୍ତି କହୁ ନାହାନ୍ତି। ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ମିଳିବ ବୋଲି ପୁଲିସ କହୁଛି।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁଅ ନବୀନ
ଆଜି ସକାଳେ ଋଷ ଦୂତାବାସ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିବାଦ ବିରୁଦ୍ଧରେ ଋଷ ସେନାକୁ ସହାୟତା କରିଥିବାରୁ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି  ପ୍ରବାଦ ପୁରୁଷ ବିଜୁ  ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଲାଲ ବାହିନୀ ର ବିଜୟ ପଥ ସୁଗମ କରିଥିଲେ। ବିଜୁବାବୁଙ୍କ ଏହି  ମହାନ ଅବଦାନ କୁ ସମ୍ମାନ ଜଣାଇ ଆଜି  ନୂଆ ଦିଲ୍ଲୀ ରୁଷ ଦୁତାବାସ ରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। 

Read More
{}{}