1. ମାଛଧରା ଉପରେ କଟକଣା
ଆଜିଠାରୁ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମାଛଧରା ଟ୍ରଲରକୁ ସମୁଦ୍ରରେ ସମ୍ପୂର୍ଣ୍ଣ ମନା କରାଯାଇଛି। ଏହା ୬୧ ଦିନ ଧରି ଜାରି ରହିବ। ସାମୁଦ୍ରିକ ଜୀବମାନଙ୍କ ବଂଶ ବିସ୍ତାର ଲାଗି ଏହି କଟକଣା ଜାରି କରାଯାଇଛି। ତେବେ ପାରମ୍ପରିକ ଛୋଟ ଡଙ୍ଗାକୁ ଏହି କଟକଣାକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ସାଢ଼େ ଆଠମିଟର ଲମ୍ବାର ପାରମ୍ପରିକ ଡଙ୍ଗାରେ ଧୀବର ମାଛ ଧରିପାରିବେ। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଉଲ୍ଲଂଘନକାରୀଙ୍କ ଟ୍ରଲର ଜବତ କରାଯିବ ବୋଲି କୁହାଯାଇଛି।
2. ତିହିଡିରେ ଅଘଟଣ: ବିଦ୍ୟୁତ ସଂସ୍ପର୍ଷରେ ଆସି ୨ ମୃତ
ଭଦ୍ରକ ଜିଲ୍ଲା ତିହିଡ଼ି ବଡ଼ ହାଟୁଆରି ଗାଁରେ ପାଟୁଆ ନାଚବେଳେ ଅଘଟଣ ଘଟି ୨ଜଣ ଜିଅନ୍ତ ଜଳି ଯାଇଛନ୍ତି। ୧୧ କେଭି ବିଦ୍ୟୁତ୍ ତାର ସମ୍ପର୍କରେ ଆସିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହାଙ୍କ ସହ ୮ ଜଣ ଗୁରୁତର ହୋଇଛନ୍ତି। ପଣାସଂକ୍ରାନ୍ତି ଅବସରରେ ଏହି ପାଟୁଆ ନାଚ ହୋଇଥାଏ।
3. ଦୁର୍ଘଟଣାରେ ୩ ମୃତ
ସୁନ୍ଦରଗଡ଼ ବଡ଼ଗାଁ ଥାନା ମରିଚିମୁଣ୍ଡଠାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏକ ବାଇକରେ ଏହି ତିନିଜଣ ରାମନବମୀ ଯାତ୍ରା ଦେଖି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
4. ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହେବ ୟୁଟ୍ୟୁବ ଷ୍ଟ୍ରିମିଂ
ସନାତନୀ ହିନ୍ଦୁଙ୍କୁ ସର୍ବୋଚ୍ଚ ଆସ୍ଥାସ୍ଥଳ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ନିଜସ୍ୱ ୟୁଟ୍ୟୁବ୍ ଷ୍ଟ୍ରିମିଂ ଆରମ୍ଭ କରାଯିବ। ଖୁବ୍ ଶୀଘ୍ର ଏ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରର ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ସୂଚନା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା, ଦର୍ଶନ, ସଂସ୍କୃତି, ପରମ୍ପରାର ପ୍ରସାର ତଥା ଶ୍ରଦ୍ଧାଳୁଙ୍କ ମନରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ ବୋଲି ଡ. ପାଢ଼ୀ କହିଛନ୍ତି।
5. ଥମୁନି ବିଜେଡି କନ୍ଦଳ
ବିଜୁ ଜନତା ଦଳରେ ବିବାଦ ଥମିବାର ନାଁ ଧରୁନି। ଗତକାଲି ବରିଷ୍ଠ ନେତା ତଥା ବିଧାୟକ ରାଜା ସ୍ୱାଇଁ ଦଳକୁ ହାଇଜାକ୍ କରାଯିବାକୁ ଉଦ୍ୟମ ହେଉଥିବା ଆଶଙ୍କା କରି ନବୀନଘଙ୍କୁ ଏକ ଚିଠି ଲେଖିଛନ୍ତି। ଏହାଦ୍ୱାରା ବିବାଦ ଆଉ ଅଣ ବିଧାୟକଙ୍କ ଭିତରେ ନରହି ବିଧାୟକଙ୍କ ଆଡକୁ ଢଳିଥିବା ଚର୍ଚ୍ଚା ହେଉଛି।
6. ପ୍ରକଳ୍ପ ଶେଷ କରିବାକୁ ଚିଠି
ରାଜଧାନୀ ଅଞ୍ଚଳ ରିଂ ରୋଡ୍ ଏବଂ ସମ୍ବଲପୁର ରିଙ୍ଗରୋଡ୍ ପ୍ରସ୍ତାବ ଉପରେ ପରିବେଶ ଓ ଜଙ୍ଗଲ ଅନୁମତି ଏକ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏଣୁ ଏହାକୁ ତୁରନ୍ତ ଶେଷ କରିବାକୁ ଜାତୀ୍ର ରାଜପଥ ପ୍ରାଧୀକରଣ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ୭୫୦୦ କୋଟି ଟଙ୍କାର ଏହି ଦୁଇ ପ୍ରକଳ୍ପ ଦୁଇ ସହରରେ ଯାତାୟାତକୁ ସହଜ କରିବ ବୋଲି ଆଶା ରହିଛି।
7. ପୁରୁଣା ଗାଡିକୁ ମିଳିବନି ଇନ୍ଧନ
ଦିଲ୍ଲୀରେ ପୁରୁଣା ଗାଡ଼ିକୁ ଇନ୍ଧନ ମିଳିବ ନାହିଁ। ପେଟ୍ରୋଲ୍ ପମ୍ପରେ ସେମାନଙ୍କୁ ସ୍ୱୟଂଚାଳିତ ନମ୍ବର ପ୍ଲେଟ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଚିହ୍ନଟ କରାଯାଇ ଇନ୍ଧନ ପ୍ରଦାନରୁ ବିରତ କରାଯିବ। ଏ ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଏପ୍ରିଲ୍ ୧ରୁ ଏହି ଯୋଜନା ଲାଗୁ କରାଯିବାର ଥିଲା କିନ୍ତୁ ସ୍ୱୟଂଚାଳିତ ଯନ୍ତ୍ର ସ୍ଥାପନରେ ବିଳମ୍ବ କାରଣରୁ ଏହାକୁ ଘୁଞ୍ଚାଯାଇଥିଲା। ଏବେ ଦିଲ୍ଲୀର ସମୁଦାୟ ୫୦୦ ପେଟ୍ରୋଲ୍ ପମ୍ପରୁ ୫୮୫ଟିରେ ଏହି ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି। ଏଣୁ ଏହି ସ୍ଥାନଗୁଡ଼ିକରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
8. ସୋସିଆଲ ମିଡିଆ କହିବ ବ୍ୟକ୍ତିତ୍ୱ
ଆପଣଙ୍କ ସୋଶାଲ୍ ମିଡିଆ ଆପଣଙ୍କ ବ୍ୟକ୍ତିତ୍ୱର ପ୍ରତିଫଳନ କରିବ। ଯଦି ଆପଣ କେବେ ଫେସ୍ବୁକ୍, ଟ୍ୱିଟର ବା ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଆତଙ୍କୀ ବା ଆତଙ୍କବାଦୀ ଅଥବେ ଦେଶଦ୍ରୋହ ଘଟଣାକୁ ସମର୍ଥନ କରିଛନ୍ତି ତେବେ ଆପଣଙ୍କୁ ଆଉ ଭିସେ ମିଳିବ ନାହିଁ। କି ଯି ଭିସା ମିଳିଛି ଏବଂ ଆପଣ ଏପରି ଜାର୍ଯ୍ୟରେ ରହିଛନ୍ତି ତେବେ ଆପଣଙ୍କ ଭିସା ପ୍ରତ୍ୟାହାର ହେବ। ଖାଲି ସେତିକି ନୁହେଁ ଆପଣ ଯଦି ଜିଉ ସମ୍ପ୍ରଦାୟ ବିପକ୍ଷରେ ବି ବିଷୋଦ୍ଗାର କରିଛନ୍ତି ବା କରୁଛନ୍ତି ତେବେ ଆପଣଙ୍କ ଭିସାକୁ ପ୍ରତ୍ୟାହାର କରିବା ଲାଗି ଆଇନ ପ୍ରଣୟନ କରିଛି ଆମେରିକା।
9. ଅନୁସୂଚିତ ଜାତିକୁ ଭାଗ ଭାଗ କଲା ତେଲଙ୍ଗାନା
ଭାରତର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ଅନୁସୂଚିତ ଜାତି ବର୍ଗଙ୍କୁ ଭାଗଭାଗ କରିଛି।ଦୁର୍ବଳ ବର୍ଗଙ୍କୁ ଅଧିକ ପରିମାଣରେ ସରକାରୀ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଆପଣା ଯାଇଛି। ଆମ୍ବେଦକରଙ୍କ ୧୫୩ତମ ଜୟନ୍ତୀ ଅବସରରେ ଏହି ଯୋଜନାକୁ ଲାଗୁ କରାଯାଇଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ତେଲେଙ୍ଗାନା। ଏହି ନିଷ୍ପତ୍ତି ଅନୁସାରେ ତେଲେଙ୍ଗାନାରେ ଥିବା ୫୯ ପ୍ରକାର ଅନୁସୂଚିତ ଜାତିର ଲୋକଙ୍କୁ ତିନୋଟି ବର୍ଗରେ ଭାଗ କରାଯାଇଛି। ପ୍ରଥମ ଗୋଷ୍ଠୀରେ ୧୫ଟି ଉପଜାତିଙ୍କୁ ସାମିଲ କରାଯାଇଛି। ଏମାନଙ୍କୁ ରାଜ୍ୟର ସରକାରୀ ଚାକିରି ଓ ଅନ୍ୟ ସଂରକ୍ଷଣ ସୁବିଧାରେ ୧ ପ୍ରତିଶତ ସଂରକ୍ଷଣ ସହାୟତା ମିଳିବ। ସେହିପରି ୧୮ଟି ଉପଜାତିକୁ ନେଇ ଗଠିତ ଦ୍ୱିତୀୟ ବର୍ଗଙ୍କୁ ୯ ପ୍ରତିଶତ ସଂରକ୍ଷଣ ସହାୟତା ମିଳିବାକୁ ଥିବାବେଳେ ତୃତୀୟ ଗୋଷ୍ଠୀରେ ଥିବା ୨୬ଟି ଉପ ଜାତିଙ୍କୁ ୫% ସଂରକ୍ଷଣ ସହାୟତା ମିଳିବ।
10. ପଳାତକ ମେହୁଲ ଚୋକସି ବେଲଜିୟମରେ ଗିରଫ
ସିବିଆଇ ଅନୁରୋଧକ୍ରମେ ବେଲଜିୟମ୍ ସରକାରଙ୍କ ଦ୍ୱାରା ଭାରତରୁ ପଳାତକ ଘୋଷିତ ମେହୁଲ ଚୋକ୍ସିଙ୍କୁ ବେଲଜିୟମ ପୁଲିସ ଗିରଫ କରିଛି। ଅଗଷ୍ଟ ୨୭, ୨୦୨୪ରେ ସିବିଆଇ ପକ୍ଷରୁ ବେଲଜିୟମ୍ ନ୍ୟାୟ ମନ୍ତ୍ରଣାଳୟକୁ ଏ ବାବଦରେ ଆବଶ୍ୟକ ନଥିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜୁନ୍ ୧୫, ୨୦୨୧ରେ ତାଙ୍କ ବିପକ୍ଷରେ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ୱାନା ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ଚୋକ୍ସିଙ୍କ ଗିରଫକୁ ଭାରତର କୂଟନୀତିକ ବିଜୟ ବୋଲି ଗ୍ରହଣ କରାଯାଉଛି। ସେ ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ୟାର୍ପିତ ହୋଇପାରନ୍ତି।