Home >>Top 10 News

Top 10 News Today:ପ୍ରବାସୀଙ୍କୁ ପରିହାସ କଲେ ଟ୍ରମ୍ପ, ନାମାଙ୍କନ ଭରିବେ ନବୀନ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ପ୍ରବାସୀଙ୍କୁ ପରିହାସ କଲେ ଟ୍ରମ୍ପ, ନାମାଙ୍କନ ଭରିବେ ନବୀନ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 17, 2025, 08:28 AM IST
Share

ସଭାପତି ପାଇଁ ନାମାଙ୍କନ ଭରିବେ ନବୀନ
ଆଜି ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କର ଭରିବେ ନବୀନ ପଟ୍ଟନାୟକ। ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ଅନ୍ୟପକ୍ଷେ,ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲାରେ କିଏ ହେଲେ ବିଜେଡି ସଭାପତି।

ଆସୁଛନ୍ତି ଗଡକରୀ
କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଓଡ଼ିଶାକୁ  ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ। ଆଜି ଅପରାହ୍ଣରେ ବରମୁଣ୍ଡା ପଡିାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଯୋଗଦେଇ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୨୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ କରିବେ। 

ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର
ପାରମିତା ଶତପଥୀ ତ୍ରିପାଠି ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାରମିତା ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଭାବେ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।  ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର ପଦବୀରେ ତାଲିକାଭୁକ୍ତ ୩୪ ଜଣ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କ ମଧ୍ୟରେ ପାରମିତା ରହିଥିଲେ ।

ସମବାୟ ନିର୍ବାଚନ କମିଶନର ହେଲେ ଅବସରପ୍ରାପ୍ତ IAS ଶ୍ରୀକାନ୍ତ ପୃଷ୍ଟି
ଅବସରପ୍ରାପ୍ତ IAS ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଛି ନୂଆ ଦାୟିତ୍ବ । ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସରକାରୀ ସ୍ତରରେ ବିଜ୍ଞପ୍ତି ଜାରିକରାଯାଇ ଏନେଇ ସୂଚନା ଦିଆଯାଇଛି ।  ୨୦୦୩ ବ୍ୟାଚ୍‌ର ଆଇଏଏସ୍ ଅଫିସର ହେଉଛନ୍ତି ଶ୍ରୀକାନ୍ତ ପୃଷ୍ଟି । ରାଜ୍ୟ ସମବାୟ ନିର୍ବାଚନ କମିଶନର ପଦବୀ ମାସେରୁ ଅଧିକ ସମୟ ଧରି ଖାଲି ପଡ଼ିଥିଲା। 

ମୁକୁଳିଲା ଗ୍ରାହମ ଷ୍ଟେନସ ହତ୍ୟାକାଣ୍ଡର ଅଭିଯୁକ୍ତ
ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନସ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜ୍ଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମ ଆଜି ଜେଲରୁ ମୁକୁଳିଛନ୍ତି। ନିଜ ଆଚରଣ ଓ ଜୀବନଶୈଳୀ ପରିବର୍ତ୍ତନ ଆସିଥିବାରୁ ମହେନ୍ଦ୍ରଙ୍କୁ ଆଜି ମୁକ୍ତ କରାଯାଇଛି। ତାଙ୍କ ମୁକ୍ତି ପରେ ଏହି ମାମଲାରର ଏକମାତ୍ର ବନ୍ଦୀ ଦାରା ସିଂହଙ୍କ ମୁକ୍ତି ପାଇଁ ବାଟ ଫିଟିଛି। କହି ରଖୁ କି ୧୯୯୯ ଜାନୁଆରୀ ୨୧ରେ ଦାରା ଓ ତାଙ୍କର କିଛି ସମର୍ଥକଙ୍କ ସାହାଯ୍ୟରେ ଆନନ୍ଦପୁର ବ୍ଲକ ମନୋହରପୁରରେ ଅଷ୍ଟ୍ରେଲିଆରୁ ଆସିଥିବା ଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନସ ଓ ତାଙ୍କର ଦୁଇ ପୁଅ ଫିଲିପ ଓ ତିମୋଥିଙ୍କୁ ଗାଡି ଭିତରେ ଶୋଇଥିବା ବେଳେ ଜିଅନ୍ତା ଜାଳି ଦେଇଥିଲେ। 

ଚୀନ୍ ଉପରେ ୨୪୫% ଟାରିଫ୍ ଲଗାଇଲା ଆମେରିକା
ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ୍ ୱାର ଥମିବାର ନା ନେଉନାହିଁ। ଉଭୟ ଦେଶ ପରସ୍ପର ଉପରେ ଟାରିଫକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି। ଗତ ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଚୀନ ମଧ୍ୟ ଆମେରିକା ଉପରେ ସେହି ସମାନ ଶୁଳ୍କ ଲାଗୁ କରିଛି। ଏହାକୁ ପ୍ରତିବାଦ କରି ଆମେରିକା ସେହି ଶୁଳ୍କକୁ ୩୪ ପ୍ରତିଶତରୁ ବଢାଇ ୮୪ ଓ ଏହାପରେ ୧୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ଏହାକୁ ନେଇ ଚୀନ ପ୍ରତିକ୍ରିୟା ଦେବାପରେ ବର୍ତ୍ତମାନ ଆମେରିକା ଏହି ଶୁଳ୍କକୁ ୨୪୫ ପ୍ରତିଶତକୁ ବଢାଇ ଦେଇଛି।

ଭାରତ ଆସିବେ ଜେଡି ଭାନ୍ସ
ଖୁବଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ମାସ ଶେଷରେ ଭାରତ ଗସ୍ତ କରିପାରନ୍ତି। ତାଙ୍କ ସହିତ ଆମେରିକାର ଦ୍ୱିତୀୟ ମହିଳା ଏବଂ ଉପରାଷ୍ଟ୍ରପତିଙ୍କ ପତ୍ନୀ ଉଷା ଭାନ୍ସ ମଧ୍ୟ ଆସିବେ। ଗତ ମାସରେ ଫ୍ରାନ୍ସ ଏବଂ ଜର୍ମାନୀର ବିଶ୍ୱ ମଞ୍ଚରେ ପଦାର୍ପଣ କରିବା ପରେ ଏହା ଉପରାଷ୍ଟ୍ରପତି ଭାବରେ ଭାନ୍ସଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ରହିବ। ତେବେ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ନେଇ ସମ୍ପୂର୍ଣ୍ଣ ବିବରଣୀ ଆସିନାହିଁ । କିନ୍ତୁ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ  ଯୁଦ୍ଧବିରତି ଆଣିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ଏହି ସମୟ ମଧ୍ୟରେ, ସାଉଦି ଆରବରେ ମଧ୍ୟ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ସହମତିର ସଙ୍କେତ ଦେଖାଦେଇଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଜେଲେନସ୍କି ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏବେ ଆମେରିକୀୟ ଅଧିକାରୀମାନେ ଋଷ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଉପରାଷ୍ଟ୍ରପତି ଭାନ୍ସଙ୍କ ଭାରତ ଗସ୍ତ ମଧ୍ୟ ଅନେକ ପ୍ରକାରର ସଙ୍କେତ ଦେଉଛି।

ନ୍ୟାସନାଲ ହେରାଲ୍‌ଡ ମାମଲା: ଇଡି ଚାର୍ଜସିଟ୍‌କୁ ନେଇ ରାଜନୈତିକ ଝଡ଼
ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିବା ପରେ ନୂଆ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଆଇନ ତା’ ବାଟରେ ଯାଉଛି ବୋଲି ବିଜେପି କହୁଥିବା ବେଳେ କଂଗ୍ରେସ ନେତାମାନେ ନରେନ୍ଦ୍ର ମୋଦୀ ସରକାର ତାଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଜି ସକାଳେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି,  ଗାନ୍ଧୀ ପରିବାର ହାତକୁ ସମ୍ପତ୍ତି ଆସିବା ପାଇଁ କଂଗ୍ରେସ ଏକ କର୍ପୋରେଟ୍ ଷଡ୍‌ଯନ୍ତ୍ର କରିଥିଲା।

ଅନୁପ୍ରବେଶକାରୀଙ୍କୁ ପରିହାସ କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଆଇନ ଭାବରେ ରହୁଥିବା ପ୍ରବାସୀଙ୍କୁ ଦେଶାନ୍ତର କରିବା ସମ୍ପର୍କରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କୁ ସ୍ୱେଚ୍ଛାକୃତ ଭାବରେ ଆମେରିକା ଛାଡି ନିଜ ଦେଶକୁ ଫେରିଯିବା ପାଇଁ ନିରନ୍ତର ଉତ୍ସାହିତ କରୁଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ ଦେଶରେ ବେଆଇନ ଭାବରେ ରହୁଥିବା ପ୍ରବାସୀମାନଙ୍କୁ ଟଙ୍କା ଏବଂ ବିମାନ ଟିକେଟ ଦେବୁ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ଫେରିବାକୁ ଇଚ୍ଛୁକ। କିନ୍ତୁ ତୁମେ ଗଲେ ଭଲ ହେବ। ଏହି ସୁବିଧା ଘୋଷଣା କରିବା ପୂର୍ବରୁ, ସେ ଧମକ ମଧ୍ୟ ଦେଇଥିଲେ ଯେ ଯଦି ତୁମେ ସ୍ୱେଚ୍ଛାକୃତ ଭାବରେ ଯିବାକୁ ଚାହୁଁନାହଁ, ତେବେ ତୁମକୁ ଆମେରିକାରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜଣଙ୍କୁ ଜେଲକୁ ମଧ୍ୟ ପଠାଯାଇପାରିବ, ଯେଉଁଠାରୁ ଦେଶକୁ ଫେରିବା ସମ୍ଭବ ହେବ ନାହିଁ।

ଆଜି ସୁପ୍ରିମକୋର୍ଟରେ ହେବ ୱକଫ ବିଲର ଶୁଣାଣୀ
ୱାକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକତା ବିରୋଧରେ ୭୩ଟି ଆବେଦନର ଶୁଣାଣି ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି ସଞ୍ଜୟ କୁମାର ଏବଂ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ସମ୍ମୁଖରେ ଚାଲିଛି। ଆଜି ଶୁଣାଣିର ଦ୍ୱିତୀୟ ଦିନ। ପୂର୍ବରୁ, ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ କେନ୍ଦ୍ର ବିରୋଧ କରିଥିଲା ​​ଏବଂ ଏପରି କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପୂର୍ବରୁ ଏକ ବିସ୍ତୃତ ଶୁଣାଣି କରିବାକୁ ଅନୁରୋଧ କରିଥିଲା।

Read More
{}{}