ଜଳୁଛି ଝାରସୁଗୁଡ଼ା
ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୪୫ ଡିଗ୍ରୀ ଡେଇଁଛି ପାରଦ। ଝାରସୁଗୁଡା ୪୫.୪ ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ଏପରିକି ଦେଶର ଦ୍ୱିତୀୟ ସହର ଭାବେ ଉଭା ହୋଇଛି ଝାରସୁଗୁଡା। ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା। ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ପ୍ରଭାବରେ ଜୀବନ ଅସ୍ତବ୍ୟସ୍ତ ହୋଇଛି। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ । ଡରାଇଲାଣି ପାଣିପାଗ ପୂର୍ବାନୁମାନ, ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ । ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଜଳିବ ଗ୍ରୀଷ୍ମ ଲହରୀରେ । ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ ।
କଟକରେ ପିସିଆରକୁ ଚାପିଦେଲା ଟ୍ରକ
କଟକରେ PCR ଭ୍ୟାନକୁ ଚାପିଦେଲା ଅଜଣା ଟ୍ରକ୍। ଏହି ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜଣେ OAPF ଯବାନଙ୍କ ସହ ହୋମ୍ଗାର୍ଡଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ତେବେ ଦୁର୍ଘଟଣା କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଘଟିଛି। CRRI ଥାନା ପିସିଆର ପାଟ୍ରୋଲିଂ ବେଳେ ଚାପିଦେଲା ଟ୍ରକ୍। ଜଣେ ଗୁରୁତର ପୋଲିସ କର୍ମଚାରୀଙ୍କୁ SCBରେ ଭର୍ତ୍ତି। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସର ଛାନଭିନ୍ ଜାରି ରଖିଛି ପୋଲିସ।
ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି
ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ ।
କୋରାପୁଟକୁ ମିଳିଲା ପିଏମ ସମ୍ମାନ
କୋରାପୁଟ ଜିଲ୍ଲାପାଳଙ୍କୁ PM ସମ୍ମାନ। ଉତ୍କୃଷ୍ଟ ପ୍ରାଶାସନିକ ସେବା ପାଇଁ କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନଙ୍କୁ PM ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କ୍ଷେତ୍ର ରେ ପ୍ରଧାନମନ୍ତ୍ରୀଙ୍କ ଠାରୁ PM EXLENCE AWARD ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ।
ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏଥିରେ ଅନ୍ଲାଇନ୍ରେ ୧ ହଜାର ଓ ଅଫ୍ଲାଇନରେ ପ୍ରାୟ ୧୩୬୮ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ଦୁରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଇଛି।
ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍
ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ଓଡିଶାର ଲିଙ୍କ ଥିବା ଅଭିଯୋଗ । ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ ଅଭିଯୁକ୍ତମାନେ। ଗିରଫ ଅଭିଯୁକ୍ତମାନେ ହେଲେ ବାନି ଇସ୍ରାଏଲ ଏବଂ ସେଫାଉଲ୍ ହକ୍। ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ଏବଂ ଖୋକା ଜବତ କରିଛି ପୋଲିସ। ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍। ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍।
କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୩ ମୃତ
କେନ୍ଦୁଝର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ଜୀବନହାନୀ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭରରେ ଘଟିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ସେମାନଙ୍କ ଉପରେ ଅଜଣା ଗାଡ଼ି ମାଡିଯାଇଥିବା ଜଣାପଡିଛି। ଗୁରୁତର ଆହତ ୩ ଜଣଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
୨୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ
ଆମେରିକାର ଅରଲାଣ୍ଡୋ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଲା। ଆଟଲାଣ୍ଟା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବିମାନଟିରେ ରନୱେରେ ଥିବା ସମୟରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନରୁ ନିଆଁ ବାହାରିବାକୁ ଲାଗିଲା ଏବଂ ବିଶାଳ ନିଆଁ ଦେଖି ବିମାନରେ ଥିବା ୨୮୨ ଜଣ ଯାତ୍ରୀଙ୍କ ମଧ୍ୟରେ ଆତଙ୍କିତ ଅବସ୍ଥାରେ ରହିଥିଲେ। ପିଲା ଏବଂ ମହିଳାମାନେ ଚିତ୍କାର କରିବାକୁ ଲାଗିଲେ। ବିମାନରେ ନିଆଁ ଲାଗିବା ଦେଖି ବିମାନବନ୍ଦର ସୁରକ୍ଷା କର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣାର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୨ ଦିନିଆ ସାଉଦି ଆରବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ, ପ୍ରଧାନମନ୍ତ୍ରୀ ଜେଦ୍ଦାରେ ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ରଣନୈତିକ ସହଭାଗୀତା ପରିଷଦର ଦ୍ୱିତୀୟ ବୈଠକ ହେବ, ଯାହାର ସହ-ଅଧ୍ୟକ୍ଷତା ମଧ୍ୟ ପ୍ରଧାନମନ୍ତ୍ରୀ କରିବେ ।
ମୋଦୀଙ୍କୁ ଭେଟିଲେ ଉପରାଷ୍ଟ୍ରପତି ଜେଡି ଭାନ୍ସ
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କର ୪ ଦିନିଆ ଭାରତ ଗସ୍ତ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଚିଲୁକୁରୀ ଏବଂ ତିନି ପିଲା ଅଛନ୍ତି। ଭାନ୍ସଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କଲା। ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ। ପାଲମ ବିମାନବନ୍ଦରରେ ଭାନ୍ସଙ୍କୁ ଗାର୍ଡ ଅଫ୍ ଅନର ସହିତ ସ୍ୱାଗତ କରାଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ, ଜେଡି ଭାନ୍ସ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହା ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହା ପୂର୍ବରୁ ସେ ତାଙ୍କ ପରିବାର ସହିତ ଅକ୍ଷରଧାମ ମନ୍ଦିର ଯିବେ।