Home >>Top 10 News

Top 10 News Today: ଆଜିଠୁ ତାତିରୁ ମିଳିବ ତ୍ରାହି, ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ଆଜିଠୁ ତାତିରୁ ମିଳିବ ତ୍ରାହି, ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 27, 2025, 08:34 AM IST
Share

ଆଜିଠୁ ତାତିରୁ ମିଳିବ ତ୍ରାହି
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଏବେ ଜଳୁଛି। ଏହାରି ମଧ୍ୟରେ ଆଶ୍ୱସ୍ତିକର ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ରବିବାର ଠାରୁ ରାଜ୍ୟରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ରହିଛି। ଏହା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଫଳରେ ଏହି କାଳବୈଶାଖି ବର୍ଷା ଯୋଗୁଁ ତାତିରେ ସାମୟିକ ବିରତି ଲାଗିପାରେ। କେନ୍ଦୁଝର, କୋରାପୁଟ ଓ ଗଞ୍ଜାମରେ କୁଆପଥର ବର୍ଷା ଓ ଘଡ଼ଘଡ଼ି ସହ ୫୦ରୁ ୬୦କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି। 

୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଭାରତୀୟ ଗୁଇନ୍ଦା ବିଭାଗ
ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ଜାରି । ୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଭାରତୀୟ ଗୁଇନ୍ଦା ବିଭାଗ । ତାଲିକାରେ ପାକିସ୍ତାନର ୩ ଆତଙ୍କବାଦୀ ସଂଗଠନରେ କାମ କରୁଥିବା ଆତଙ୍କୀଙ୍କ ନାଁ । ହିଜବୁଲ ମୁହାହିଦ୍ଦିନ, ଜୈଶ୍-ଏ-ମହମ୍ମଦ, ଲସ୍କର-ଏ-ତୋଇବାର ମୋଟ ୧୪ ଆତଙ୍କୀ । ତାଲିକାରେ ଲସ୍କର-ଏ-ତୋଇବାର ସର୍ବାଧିକ ୧୪ ଆତଙ୍କବାଦୀଙ୍କ ନାମ। ତାଲିକାରେ ଜୈସ୍-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦ୍ଦିନର ୩ ଜଣ ଲେଖାଏଁ ଆତଙ୍କୀଙ୍କ ନାମ । ୧୪ ଆତଙ୍କବାଦୀଙ୍କ ବୟସ ୨୨ରୁ ୪୦ ବର୍ଷ ମଧ୍ୟରେ ।

ବଦଳିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଠିକଣା
ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସର ଠିକଣା ବଦଳିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା ବଦଳିବାକୁ ଯାଉଛି। ୧୯୯୫ରୁ ଏଜି ଛକ-ରାଜଭବନ ରାସ୍ତାରେ ଏହି ଅଭିଯୋଗ ପ୍ରକୋଷ୍ଠ ରହି ଆସିଥିଲା। ଦୀର୍ଘ ୩୦ ବର୍ଷ ପରେ ଏହାର ଠିକଣା ବଦଳିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମଞ୍ଜୁରି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୟୁନିଟ 2 କ୍ୟାପିଟାଲ ନର୍ସରୀକୁ ଲାଗି ରହିଥିବା ମଣ୍ଡଳ ସାଧନ କେନ୍ଦ୍ର ଓ ପୁରୁଣା ଅଙ୍ଗନବାଜୀ କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠ ତିଆରି ହେବ। 

LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି
ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ। ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ।

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଗଣମାଧ୍ୟମ ଚ୍ୟାନେଲ ପାଇଁ ସରକାରଙ୍କ ପକ୍ଷରୁ ୯ ନିର୍ଦ୍ଦେଶ ଜାରି
ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ସୁରକ୍ଷା ବାହିନୀର ପ୍ରତିରକ୍ଷା ଅଭିଯାନ ଏବଂ କାର୍ଯ୍ୟକଳାପର ସିଧା ପ୍ରସାରଣ କରାଯିବା ଉଚିତ୍ ନୁହେଁ। ମନ୍ତ୍ରଣାଳୟ କହିଛି, ଜାତୀୟ ସୁରକ୍ଷା ସ୍ୱାର୍ଥରେ, ସୁରକ୍ଷା ବାହିନୀର ପ୍ରତିରକ୍ଷା ଅଭିଯାନ ଏବଂ କାର୍ଯ୍ୟକଳାପକୁ ସିଧା ପ୍ରସାରଣ କରନ୍ତୁ ନାହିଁ।

ଜୁନରୁ ମାନସରୋବର ଯାତ୍ରା
ଚଳିତ ବର୍ଷ ଜୁନ୍ ୩୦ ତାରିଖରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ। ଯାତ୍ରାର ତଦାରଖ କରୁଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ତୀର୍ଥଯାତ୍ରା ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଯାହା ପାଇଁ ଆବେଦନ ୱିଣ୍ଡୋ ଖୋଲାଯାଇଛି। ୭୫୦ ଜଣଙ୍କ ମୋଟ ୧୫ଟି ଦଳ ତିବ୍ଦତର କୈଳାସ ପର୍ବତ ଏବଂ ମାନସରୋବର ହ୍ରଦର ତୀର୍ଥସ୍ଥଳକୁ ଯିବେ।

ପୁଣି ସାଧାରଣ ନାଗରିକଙ୍କୁ ଗୁଳି କଲେ ଆତଙ୍କବାଦୀ
ଜମ୍ମୁକାଶ୍ମୀର କୁପୱାରାରେ ସାଧାରଣ ନାଗରିକଙ୍କୁ ଗୁଳି କରିଥିବା ନେଇ ସୂଚନା ରହିଛି। ୪୫ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି। ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ।

ଗାଡ଼ ଓଲଟି ଗୋରୁ ଗାଡି ଡ୍ରାଇଭର ମୃତ
ଭଦ୍ରକରେ ଗାଡ଼ି ଓଲଟି ୩ ଗୋରୁ ସହ ପିକଅପ୍‌ ଡ୍ରାଇଭର ମୃତ। ଅସୁରାଳି ବିଜାରେ କଲର୍ଭଟକୁ ପିଟି ଓଲଟିଲା ଗୋରୁ ଭର୍ତ୍ତି ପିକଅପ୍‌। ଧୁଷୁରୀ ପୋଲିସ ପିଛା କରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା। ସରକାରନଗରରେ ଆମ୍ବୁଲାନ୍ସରୁ ୬ ଗୋରୁ ଉଦ୍ଧାର କଲା ଭଦ୍ରକ ପୋଲିସ।

୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି
ଜାମ୍ମୁ-କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ। ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ ପାଇଛି। ସମସ୍ତଙ୍କର ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ସୂଚନା ଦେଇଛି ଗୁଇନ୍ଦା ବିଭାଗ। ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀକୁ ସହଯୋଗ ଏହିମାନେ କରୁଥିବା ନେଇ ସୂଚନା ରହିଛି। ଲୁଚି ରହିବାର ବ୍ୟବସ୍ଥା ସହ ବିଚରଣ ପାଇଁ ବାଟ ଦେଖାଉଥିଲେ। ହିଜବୁଲ୍‌ ମୁଜାହିଦ୍ଦିନ, LeT, JeM ପାଇଁ କାର୍ଯ୍ୟ କରୁଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ପ୍ରଦାନ କରିଛି। 

ବେଲୁଚିସ୍ତାନରେ ବିସ୍ଫୋରଣ, ୧୦ ପାକିସ୍ତାନୀ ସେନା ନିହତ
ଏଲଓସିରେ ଗୁଳିମାଡ଼ ଜାରି ରଖିଥିବା ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୧୦ ପାକ ସେନା ନିହତ ହୋଇଛନ୍ତି। ବଲୁଚ ଲିବରେସନ ଆର୍ମି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଜମ୍ମୁ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବା ବେଳେ ପାକ ସେନାକୁ ଟାର୍ଗେଟଟ କରି ବିଏଲଏ ପକ୍ଷରୁ ହମଲା କରାଯିବା ଘଟଣା ପାକିସ୍ତାନକୁ ଶକ୍ତ ଧକ୍କା ଦେଇଛି। 

Read More
{}{}