Home >>Top 10 News

Top 10 News Today:ଜାରି ରହିଛି କାଳବୈଶାଖି, ୨୫ ଯାଏଁ ପ୍ରବଳ ବର୍ଷା ରାଜଧାନୀରେ ଗୁଳିମାଡ଼ ଓ ସକାଳର ୧୦ ବଡ଼ ଖବର

୨୫ ଯାଏଁ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ଉପରେ ୨ଟି ଟ୍ରପ୍ ଲାଇନ୍ ବା ନିମ୍ନ ରେଖା ସକ୍ରିୟ ରହିଛି। ଯାହାର ପ୍ରଭାବରେ ବର୍

Advertisement
Top 10 News Today:ଜାରି ରହିଛି କାଳବୈଶାଖି, ୨୫ ଯାଏଁ ପ୍ରବଳ ବର୍ଷା ରାଜଧାନୀରେ ଗୁଳିମାଡ଼ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 20, 2025, 08:11 AM IST
Share

୨୫ ଯାଏଁ ପ୍ରବଳ ବର୍ଷା
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ଉପରେ ୨ଟି ଟ୍ରପ୍ ଲାଇନ୍ ବା ନିମ୍ନ ରେଖା ସକ୍ରିୟ ରହିଛି। ଯାହାର ପ୍ରଭାବରେ ବର୍ଷା ହେଉଛି। ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡି ନେଇ ସତର୍କତା ଜାରି ହୋଇଛି। ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାକୁ  କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା  ଓ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

ରାଜଧାନୀରେ ଗୁଳିମାଡ଼
ପୂର୍ବ ଶତ୍ରୁତାରୁ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ବାଲିପାଟଣାରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି।  ବାଇକ୍‌ରେ ଆସି ଯୁବକଙ୍କୁ ଗୁଳିମାରି ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଥିବା ନେଇ ଜଣାପଡିଛି। ସେପଟେ ଯୁବକଙ୍କ କାନ୍ଧରେ ବାଜିଛି ଗୁଳି ବାଜିଥିବା ବେଳେ ସେ ଗୁରୁତର ରହିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ବିଦ୍ୟୁତ ବିଭ୍ରାଟ ମଧ୍ୟରେ ରାଜ୍ୟପାଳଙ୍କ ସମୀକ୍ଷା 
ରାଜ୍ୟପାଳଙ୍କ ଗସ୍ତ ବେଳେ ବିଦ୍ୟୁତକାଟ୍, ଅନ୍ଧାରରେ ବୁଲିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ଆଜି ପୁରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବାକୁ ଯାଇଥିଲେ ରାଜ୍ୟପାଳ । ପୁରୀ ଜିଲ୍ଲା ଗସ୍ତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଯୋଜନା କାର୍ଯ୍ୟାନ୍ଵୟନର ସମୀକ୍ଷା କରିଛନ୍ତି ରାଜ୍ୟପାଳ କେ.ହରିବାବୁ କମ୍ଭମପାଟି। ପ୍ରାୟତଃ ସବୁ ବିଭାଗର ବିସ୍ତୃତ ଭାବେ ସେ ସମୀକ୍ଷା କରିଥିଲେ। ତେବେ ଏହାପରେ ସେ ଗଞ୍ଜମା ଯିବେ ବୋଲି କହିଛନ୍ତି। ଏପରି ଭାବେ ସେ ସବୁ ଜିଲ୍ଲା ଗସ୍ତ କରି ସମସ୍ତ ସରକାରୀ ଯୋଜନା କାର୍ଯ୍ୟାନ୍ଵୟନର ସମୀକ୍ଷା କରିବେ ବୋଲି କହିଛନ୍ତି।

ଡେପୁଟେସନରେ ଯିବେ ୩ ଆଇପିଏସ
କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୩ ବରିଷ୍ଠ ଆଇପିଏସ୍ ଅଧିକାରୀ । ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ରେ ଯୋଗଦେବେ ୨ ଅଧିକାରୀ। ୨୦୧୩ ବ୍ୟାଚର IPS ରାହୁଲ୍ ପି.ଆର୍. ଓ ଦିବ୍ୟା ଭି.ଙ୍କୁ ଯୁଗ୍ମ ଉପନିର୍ଦ୍ଦେଶକ ଭାବେ ଆଇବିରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଶିଶୁକୁ ନେଇ କିନ୍ନର ଫେରାର
୪ ବର୍ଷର ଶିଶୁକୁ ଧରି ଚମ୍ପଟ ମାରିଲା କିନ୍ନର। କରଞ୍ଜିଆ-ଠାକୁରମୁଣ୍ଡା ବଜାରରୁ ଚୋରି ହୋଇଥିଲା ଶିଶୁଟି। ଗତକାଲି ବଜାରରେ ପିଲାଟିକୁ ଜଣେ କିନ୍ନରଙ୍କ ପାଖରେ ଛାଡି ଶୌଚ ହେବାକୁ ଯାଇଥିଲେ ମାଆ। ତେବେ ଫେରିଲା ବେଳକୁ ପିଲାକୁ ଧରି କିନ୍ନର ଜଣକ ଫେରାର ହୋଇଯାଇଥିଲେ।

୨୪ରେ ଆସିପାରେ ସୁଭଦ୍ରା ଟଙ୍କା
ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଶନିବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ୨୪ ଏପ୍ରିଲରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହି ଅବସରରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରକାର ସୁଭଦ୍ରା ଟଙ୍କା ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଓଆଇଏସଏଫର ହେବ ଆଉ ବାଟାଲିଅନ
ରାଜ୍ୟରେ ଗଠନ ହେବ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ୍। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂଆ ବାଟାଲିଅନ ପାଇଁ ୧ ହଜାର ୪୦ଟି ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟରେ OISF ରେ ଗୋଟିଏ ବାଟାଲିୟନ କାର୍ଯ୍ୟରତ ଅଛି। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ନୂଆ ବାଟାଲିୟନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିୟନ କାର୍ଯ୍ୟ କରିବ। ୨ଟି ବାଟାଲିୟନର ପଦବୀ ସଂଖ୍ୟା ୨୮୪୭ ହେବ।

ଅନଲାଇନ ଗେମରେ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ
ଅନଲାଇନ୍ ଗେମରେ ତଳିତଳାନ୍ତ ହୋଇ ଶେଷରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଳେଶ୍ବରର ଜଣେ ଯୁବକ। ସେପଟେ ବଲାଙ୍ଗୀରରେ ଅନଲାଇନ୍ ଜୁଆର ମାଷ୍ଟରମାଇଣ୍ଡ ଲକ୍ଷେଶ୍ବର ମଲ୍ଲିକଙ୍କୁ ଧରିବା ପରେ ପୋଲିସ ସଟ୍ଟାବାଜ୍ ହିତେଶ ଜୈନକୁ ଧରିବାକୁ ଜାଲ ବିଛାଇଛି। ବିଶେଷଜ୍ଞ କହିଛନ୍ତି, ଅନଲାଇନ ଗେମରେ ଆସିବ କମ୍, ଯିବ ଅଧିକ, ତେଣୁ ସାବଧାନ।

ନବମ ଥର ସଭାପତି ହେଲେ ନବୀନ
ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ କିନ୍ତୁ ଆସିଲେନି ବରିଷ୍ଠ ନେତା । ଆଜି ଶଙ୍ଖଭବନରେ ନୂଆ ବିଜେଡି ସଭାପତି ନିର୍ବାଚିତ ହୋଇଥିଲା । ଏସବୁ ଭିତରେ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ କିଛି ପ୍ରମୁଖ ନେତା ଅନୁପସ୍ଥିତ ଥିଲେ । ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ, ସନାତନ ମହାକୁଡ଼ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।

ଗୁଜୁରାଟ ଦଳର ବିଜୟ
ଆଇପିଏଲ୍ ୨୦୨୫ର ୩୫ତମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ (GT) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଗୁଜରାଟ ଦଳ ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ୍‌ରେ ବିଜୟୀ ହୋଇଛି।

Read More
{}{}