Home >>Top 10 News

Top 10 News Today:ଆଜି ଅକ୍ଷୟ ତୃତୀୟା, ବଢିଲା ଦୈନିକ ମଜୁରୀ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ଆଜି ଅକ୍ଷୟ ତୃତୀୟା, ବଢିଲା ଦୈନିକ ମଜୁରୀ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 30, 2025, 07:16 AM IST
Share
ଆଜି ଅକ୍ଷୟ ତୃତୀୟା
1. ଆଜି ଅକ୍ଷୟ ତୃତୀୟା। ଓଡ଼ିଆ ପରମ୍ପରାରେ ଆଜି ଏକ ଶୁଭ ଦିନ, ଯେଡଉଁଠାରୁ ଆରମ୍ଭ ହୁଏ ଅନୁକୂଳ। ବିଶଷକରି ଆମ ଅର୍ଥନୀତିର ମେରୁଦଣ୍ଡ କୃଷି ପାଇଁ ଏହିଦିନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଆଗକୁ ମୌସୁମୀ ଆସୁଥିବାରୁ ତାହାକୁ ଆଖିରେ ରଖି ଅଖିମୁଠି ଅନୁକୂଳ କରିଥାଆନ୍ତି ଚାଷୀ। ଏହା ମଧ୍ୟ ରାଜନୀତିକ ସ୍ତରରେ ଏକ ବଡ଼ ପର୍ବ ଭାବେ ଗ୍ରହଣ କରାଯାଏ। ଆଜିଠାରୁ ବିଭିନ୍ନ ରାଜନୈତିକ ଦଳ କୃଷକମାନଙ୍କ ସହ ରହିଥିବାର ବାର୍ତ୍ତା ପ୍ରଦାନ କରନ୍ତି। ଆଉ ଏହିକ୍ରମରେ ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି ସରକାରୀ ଫାର୍ମରେ ଆଜି ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ।
 
ଜୟଦେବଙ୍କ ଜନ୍ମଦିନ
2. ପ୍ରସିଦ୍ଧ ‘ଗୀତଗୋବିନ୍ଦ’ ର ଜନକ ଜୟଦେବଙ୍କ ଆଜି ଜନ୍ମଦିନ। ଭାରତୀୟ ଭାଷା ସାହିତ୍ୟକୁ ଏକ ଅମରକୃତୀ ଅବଦାନ ଦେଇଥିବା ଜୟଦେବ ଖୋର୍ଦ୍ଧାଜିଲ୍ଲା ବାଲିପାଟଣାର କେନ୍ଦୁବିଲ୍ୱଠାରେ ଜନ୍ମଗ୍ରହଣ କରିଥିଲେ। ଦ୍ୱାଦଶ ଶତାବ୍ଦୀ ବେଳକୁ ହିନ୍ଦୁ ଧର୍ମରେ କୃଷ୍ଣଭକ୍ତଙ୍କୁ ଭକ୍ତିର ପ୍ରେରଣା ଦେବା ଲାଗି ସେ ଏହି କାବ୍ୟ ରଚନା କରିଥିଲେ। ଯାହାକୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟହ ଗାନ କରାଯାଉଥିଲା। ଭଗବାନ ବିଷ୍ଣୁଙ୍କ ଦଶ ଅବତାରକୁ ଏଥିରେ ବର୍ଣ୍ଣନା କରାଯାଇଛି। ୧୨ଟି ଅଧ୍ୟାୟରେ ଏହି ସମ୍ପୂର୍ଣ୍ଣ କାବ୍ୟ ଲେଖା ଯାଇଥିବାବେଳେ ପ୍ରତିଟି ଅଧ୍ୟାୟରେ ଆଉଏକ ଉପ ଅଧ୍ୟାୟ ଯୋଡ଼ାଯାଇଛି। 
 
୫୦ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ଅର୍ଥ
3. ଆଜି ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ପଞ୍ଜିକୃତ ୫୦ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବେ ଗ୍ରହଣ କରାଯାଉଛି। ସିଏମ୍‍ କିସାନ୍‍ ଅର୍ଥ ଭାବେ ଏହା ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ବର୍ଷକୁ ଦୁଇଥର ନୂଆଖାଇ ଓ ଅକ୍ଷୟତୃତୀୟାକୁ ସହାୟତା ଅର୍ଥ ପ୍ରଦାନ କରାଯାଉଛି। ଏହିକ୍ରମରେ ଚାଷୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ନଗଦ ସହାୟତା ପହଞ୍ଚିଥିବା ବେଳେ ପିଏମ୍‍ କିସାନ୍‍ ଯୋଜନାରେ ତିନୋଟି କିସ୍ତି ଯୋଗେ ବର୍ଷକୁ ୬ ହଜାର ଟଙ୍କା ସହାୟତା ପହଞ୍ଚୁଛି। 
 
ଖେଳଣାରୁ ପଢିବେ ପିଲା
4. ଶିଶୁ ବାଟିକାଠାରୁ ଆରମ୍ଭ କରି ଦ୍ୱିତୀୟଶ୍ରେଣୀର ପିଲାଙ୍କ ମଧ୍ୟରେ ଖେଳ ମାଧ୍ୟମରେ ପାଠ ପଢ଼ାକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂତନ ଖେଳ ଉପକରଣ ପଠାଇବା ବ୍ୟବସ୍ଥା କରାଯାଇଛି। ଏହି ଉପକରଣ ସମାହାରର ନାଁ ରହିଛି ଯାଦୁ ପେଡ଼ି। ଏଥିରେ ବିଭିନ୍ନ ଶିକ୍ଷଣୀୟ ଖେଳକୁ ଗ୍ରହଣ କରାଯାଇଛି। ନୂତନ ଶିକ୍ଷାନୀତି ୨୦୨୦ ଆଧାରରେ ଏହି ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶ କରାଯାଇଥିବା ଯାଦୁପେଡ଼ିରେ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୪୫ ହଜାର ସ୍କୁଲକୁ ଗୋଟିଏ ଲେଖାଏଁ ପେଡ଼ି ବଣ୍ଟନ କରାଯିବ। 
 
ବଢିଲା ଦୈନିକ ମଜୁରୀ
5. ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀଙ୍କଠାରୁ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀରେ ଏଣିକି ଦିନକୁ ୧୦ ଟଙ୍କା ବଢ଼ିବ। ଏହା ଏପ୍ରିଲ ପହିଲାଠାରୁ ଲାଗୁ ହେବ। ଏବେ ଜଣେ ଅଣକୁଶଳୀ ୪୫୨ଟଙ୍କା ପାଉଥିବାବେଳେ ଉଚ୍ଚକୁଶଳୀଙ୍କୁ ୬୦୨ଟଙ୍କା ଦେବାର ବ୍ୟବସ୍ଥା ରହିଛି। 
 
ଆଜି ବସିବ ସିସିଏସ ବୈଠକ
6. ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ପ୍ରତିରକ୍ଷା ସମ୍ବନ୍ଧିତ କ୍ୟାବିନେଟ କମିଟି ( ସିସିଏସ୍‍)ର ବୈଠକ ଅନୁଷ୍ଠିତ ହେବ। ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ସିସିଏସ୍‍) ବୈଠକ। ପହଲଗାମରେ ଆତଙ୍କୀଙ୍କ ଗଣହତ୍ୟା ବାବଦରେ କି ପଦକ୍ଷେପ ନିଆଯିବ  ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏଠାରେ ହୋଇପାରେ। ଏହା ପୂର୍ବରୁ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷାମନ୍ତ୍ରୀ, ତିନି ସେନା ମୁଖ୍ୟ, ଭାରତର ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ପ୍ରମୁଖଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଭାରତର ତିନି ବାହିନୀକୁ ଟାର୍ଗେଟ ନିର୍ଣ୍ଣୟ ଓ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଥିଲା। 
 
ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନରେ ଛନକା
7. ଭାରତର ପ୍ରସ୍ତୁତିକୁ ଦେଖି ୨୪ରୁ ୩୬ ଘଣ୍ଟା ଭିତରେ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ଆଶଙ୍କା କରିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତାତୁଲ୍ଲା ତରାର୍‍ ଏ ଆକ୍ରମଣ ବାବଦରେ ବିଶ୍ୱସନୀୟ ସୂଚନା ରକ୍ଷା କରିଥିବା କହିଛନ୍ତି। ‘ଏକ୍ସ’ରେ ଏ ବାବଦରେ ସୂଚନା ଦେଇ ସେ କହିଛନ୍ତି, ‘ପହଲଗାମ ଘଟଣାରେ ଭିତ୍ତିହୀନ ସମ୍ପର୍କକୁ ଦର୍ଶାଇ ଭାରତ ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ବିଶ୍ୱସନୀୟ ଗୁଇନ୍ଦା ସୂଚନା ପାକିସ୍ତାନ ହାସଲ କରିଛି’ ।
 
ପର୍ଯ୍ୟଟକଙ୍କ ପାଇଁ ୫୦ ପର୍ଯ୍ୟଟନସ୍ଥଳୀ ବନ୍ଦ
8. ଏପ୍ରିଲ୍‍ ୨୨ ଆକ୍ରମଣ ପରେ ପରିସ୍ଥିତିକୁ ସ୍ୱଭାବିକ କରିବା ତଥା ପର୍ଯ୍ୟଟକଙ୍କୁ ସୁରକ୍ଷା ଦେଇ ପହଲଗାମ ଓ ଅ୍ୟ ଅଞ୍ଚଳକୁ ଆଣିବା କାର୍ଯ୍ୟ ଜମ୍ମୁ ଓ କଶ୍ମୀର ସରକାର କରୁଥିଲେ। କିନ୍ତୁ  ଏବେ ସୁରକ୍ଷା ଦୃଷ୍ଟିକୋଣକୁ ଦେଖି ୫୦ ପର୍ଯ୍ୟଟନ କେନ୍ଦ୍ରକୁ ଦର୍ଶକ ନ ଯିବା ଲାଗି ପରାମର୍ଶ ଜାରି କରିଛନ୍ତି। ସରକାରୀ ସୂତ୍ରକୁ କୁହାଯାଇଚଇ ଯେ ଏହି ପର୍ଯ୍ୟଟନସ୍ଥଳଗୁଡ଼ିକରେ ସୁରକ୍ଷା ବିଷୟକୁ ଯାଞ୍ଚ କରାଯିବା ପରେ ପୁଣିଥରେ ସାଧାରଣ ଲୋକଙ୍କ ପାଖଇଁ ଉନ୍ମୁକ୍ତ କରାଯିବ। 
 
ସମାଲୋଚନାର ଶିକାର ହେଲା କଂଗ୍ରେସ
9. ଦାୟିତ୍ୱ ସମୟରେ ପ୍ରଧାନମନ୍ତ୍ରୀ ‘ଗାୟବ’ କ୍ୟାପ୍ସନ ଆଧାରିତ ଏକ ପୋଷ୍ଟକୁ ନେଇ ଭାରତୀୟ ରାଜନୀତିରେ କଂଗ୍ରେସକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ନିଜର ସହଯୋଗୀ ଦଳ ନ୍ୟାସଲାନ୍‍ କନ୍‍ଫରେନ୍ସର ନେତା ଫାରୁକ୍‍ ଅବଦୁଲ୍ଲା ଏହାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହି ଜରୁରୀ ସମୟରେ ଆବଶ୍ୟକ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମର୍ଥନ ଦିଆଯାଇଛି। 
 
ରାଜ୍ୟରେ କାଳବୈଶାଖୀ
10. ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଏହି ହେତୁ ଦିନର ତାପମାତ୍ରାରେ ହ୍ରାସ ପାଇଛି। ଏହିଭଳି ପାଗ ଆସନ୍ତା ୫ ତାରିଖ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କାଳ ବୈଶାଖୀ ସମୟରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଆଜି ଉତ୍ତର ଓ ଉପକୂଳ ଜିଲ୍ଲାରେ ପୀତ ସତର୍କତା ଜାରି କରାଯାଇଛି।
Read More
{}{}