ରାଜଧାନୀରେ ଚାଞ୍ଚଲ୍ୟ: ଅଶ୍ଳିଳ ଫଟୋ ଦେଖାଇ ମା' ଝିଅଙ୍କୁ ଦୁଷ୍କର୍ମ
ଜଧାନୀରେ ଲଜ୍ଜା। ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ଯୁବକ ମା’ ଓ ଝିଅଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ଦେଖାଇ ବ୍ଲାକ ମେଲ କରିଥିଲେ। ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇ ମା’ଓ ଝିଅଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସରୋଜ କୁମାର ବେହେରାକୁ ପୋଲିସ ଗିରଫ କରିଥିବା ନେଇ ସୂଚନା ରହିଛି।
ବଢୁଛି ରାମକୃଷ୍ଣଙ୍କ ଅଡୁଆ, ୭ ଦିନ ଭିତରେ କୈଫିୟତ ଦାଖଲ ନିର୍ଦ୍ଦେଶ
ଜେରା ପରେ ଆସନ୍ତା ୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଉତ୍ତର ସନ୍ତୋଷଜନକ ନହେଲେ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତି କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି।
ପଶ୍ଚିମବଙ୍ଗରେ ବୟକଟ ପୁରୀ ଟ୍ରେଣ୍ଡ
ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ଏହି ବିବାଦରେ ଘିଅ ଢାଳିଛି ଓଡ଼ିଶା ବିରୋଧୀ ନାରା। ସାମାଜିକ ଗଣମାଧ୍ୟମରେ ପୁରୀ ଓ ଓଡ଼ିଶା ବିରୋଧି ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି। ଏଥିରେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ 'ବୟକଟ ପୁରୀ ଟୁରିଜିମ' ଲେଖାଥିବା ପୋଷ୍ଟର ସେୟାର କରିବା ସହିତ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ଏଭଳି କରିବା ସହିତ ପୁରୀ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ସେପଟେ ଏପରି କରିବାକୁ ପଶ୍ଚିମବଙ୍ଗ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ଅନୁଗୋଳରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର
ତାଳଚେର ରେଳ ଷ୍ଟେନସରୁ ନିଖୋଜ ହୋଇଥିବା ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ମୃତ ଯୁବତୀ ଜଣକ ହେଉଛନ୍ତି ସୁଭଦ୍ରା ପାଡିନ। ଦରପୋଡା କପଡାକୁ ଦେଖି ସମ୍ପର୍କୀୟମାନେ ମୃତକଙ୍କୁ ଚିହ୍ନଟ କରିଥିଲେ। ପାରିପାର୍ଶ୍ୱିକ ସ୍ଥିତି ଏବଂ ଘଟଣାକ୍ରମକୁ ଯୁବତୀଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ ଜାତ ହୋଇଛି। ତେବେ ସୁଭଦ୍ରା ଭୁବନେଶ୍ୱରରୁ ଫେରୁଥିବା ସମୟରେ ତାଳଚେର ଷ୍ଟେସନରୁ ଗତ ୨୬ ତାରିଖରୁ ନିଖୋଜ ହୋଇଯାଇଥିଲେ।
ସରିଲା ନିଟ୍ ୟୁଜି, ଜୁନ୍ ୧୪ରେ ଫଳ
ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷା ଶେଷ ହୋଇଛି। ଚଳିତ ବର୍ଷ ସାରା ଦେଶରେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଦେଶର ୧୪ଟି ସହର ସମେତ ଦେଶର ୫୫୨ଟି ସହରରେ ୫,୪୫୩ ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଶାର ୨୭ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୯୦% ହୋଇଥିବା ଜଣାପଡ଼ିଛି। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହୋଇଥିବା ବେଳେ ଓଡ଼ିଶାରେ ଇଂରାଜୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରଶ୍ନପତ୍ର ଆସିଥିଲା।
ତିନି ରଥର ୨୮ ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ
ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା ରଥ ସେବକମାନେ ତିନି ରଥର ମୋଟ ୨୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଗତକାଲି ତିନି ରଥଚାଳିକୁ କରତୀ ସେବକ ଯୋଗାଇଥିବା ମୋଟ ୪୦ ଗୋଟି ତୁମ୍ବ ଗଡ଼ରୁ ତିନି ରଥର ମହାରଣା ସେବକମାନେ ୬ଟି ଲେଖାଏଁ ମୋଟ ୧୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିଲେ। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ମହାରଣାମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଦେବୀ ରଥର ମହାରଣା ସେବକମାନେ ୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ୪୨ଟି ଚକ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ଥିବା ବେଳେ କରତୀ ସେବକମାନେ ଆଜି ସୁଦ୍ଧା ୪୧ଟି ତୁମ୍ବ ଗଡ଼ କରି ଯୋଗାଇଛନ୍ତି।
ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ
ସୁଧୁରୁନି ପାକିସ୍ତାନ । ଭାରତ-ପାକିସ୍ତାନ ସୀମା ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଲଗାତର ଏକାଦଶ ଦିନରେ ପାକିସ୍ତାନ ସେନା ଫାୟାରିଙ୍ଗ କରିଛି । ଗତ ରାତିରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ ହୋଇଛି । ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଗୋଟେ ପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ମୋଦୀ ସରକାର ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନ ବିରୋଧରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ତଥାପି ସୁଧୁରୁନି ପାକିସ୍ତାନ । ପ୍ରତିଦିନ ରାତିରେ ଏଲଓସିରେ ଗୁଳିବର୍ଷା କରୁଛି ।
ରାଜ୍ୟରେ ୧୦ ତାରିଖ ଯାଏ ବର୍ଷା ସମ୍ଭାବନା
ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି
ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି ଏନଆଇଏ। ତେବେ ତଦନ୍ତ ଭିତରେ ଗୁଇନ୍ଦା ରିପୋର୍ଟରେ ମିଳିଥିବା ସୂଚନା ସମସ୍ତଙ୍କୁ ଚମକାଇଦେଇଛି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ। ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ର ହାତ ରହିଛି। ଏହି ଘଟଣା ଏବେ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ପ୍ରଶ୍ନ ଉଠାଇଛି।
କାନପୁରରେ ଭୟଙ୍କର ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶ କାନପୁରର ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଜୋତା ଫ୍ୟାକ୍ଟ୍ରିରେ ନିଆଁ ଲାଗି ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କ ସହ ୩ ଛୁଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସଟ୍ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ୮ ଘଣ୍ଟାର ଅପରେସନ୍ ପରେ ମୃତଦେହ ଉଦ୍ଧାର ହୋଇଛି ।