Home >>Top 10 News

Top 10 News: ଆସନ୍ତାକାଲିଠୁ +2 ନାମଲେଖା ଆବେଦନ, ଶ୍ରୀମନ୍ଦିରରେ ଲାଗିବ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି, ପଢ଼ନ୍ତୁ ୧୦ ବଡ଼ ଖବର

Top 10 Odia News Headlines: ଓଡି଼ଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଘୋଷଣା କରିଛି ଯେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ମେ ୨୪ (ଶନିବାର) ଠାରୁ ଆରମ୍ଭ ହେବ ଓ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 Odia News Headlines 23 May 2025
Top 10 Odia News Headlines 23 May 2025
Jagdish Barik|Updated: May 23, 2025, 10:00 PM IST
Share

Top 10 Odia News Headlines 23 May 2025: H1. Plus II admission process to begin tomorrow: ଓଡିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଘୋଷଣା କରିଛି ଯେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ମେ ୨୪ (ଶନିବାର) ଠାରୁ ଆରମ୍ଭ ହେବ ଓ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ଆବେଦନ ପ୍ରକ୍ରିୟା ଅନଲାଇନରେ କରାଯିବ ଏବଂ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ (www.samsodisha.gov.in) ଆବେଦନ କରିପାରିବେ।

H2. Govt Reschedules Savitri Amavasya Holiday to May 26: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। 

H3. CM Reviews Works Projects For Bhubaneswar-Cuttack Twin City: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। 

H4. Anti-Drone Technology to Be Installed at Jagannath Temple: ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ କଡାକଡି କରିବା ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷା ଲାଗି ବ୍ୟବହାର ହେବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ଶ୍ରୀମନ୍ଦିର ଉପରେ କିମ୍ବା ଆଖପାଖରେ ଡ୍ରୋନ ଉଡ଼ିଲେ, ଏହାକୁ ଖସାଇ ଦେବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି। ଏଥିପାଇଁ ଆବଶ୍ୟକୀୟ ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

H5. Odisha weather update: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହା ସୃଷ୍ଟି ହେବାର ଦୁଇ ଦିନ ମଧ୍ୟରେ ତୀବ୍ର ହୋଇପାରେ। ଆଇଏମଡି ପୂର୍ବାନୁମାନ କରିଛି ଯେ ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବ୍ୟାପକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ମାଲକାନଗିରି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

H6. Anuj Kumar Das Pattanaik Posted Director Of I&PRD: ଓଡ଼ିଶା ସରକାର ଅନେକ ବରିଷ୍ଠ ଅମଲାଙ୍କ ପାଇଁ ବଦଳି ଏବଂ ପୋଷ୍ଟିଂ ଏକ ଆଦେଶ ଜାରି କରିଛନ୍ତି। ବର୍ତ୍ତମାନର ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଭାବରେ କାର୍ଯ୍ୟରତ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି।

H7. India to push FATF to add Pakistan to its grey list: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ବିରୋଧରେ ଭାରତ ପାଖରେ ଦୃଢ଼ ପ୍ରମାଣ ଅଛି। ଏବେ ଭାରତ ପାକିସ୍ତାନକୁ ପୁଣି ଥରେ ଗ୍ରେ ଲିଷ୍ଟରେ ରଖିବା ପାଇଁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ର ପରବର୍ତ୍ତୀ ବୈଠକରେ ଦୃଢ଼ ପ୍ରମାଣ ସହିତ ନିଜର ପକ୍ଷ ଉପସ୍ଥାପନ କରିବ। ପାକିସ୍ତାନ ମନି ଲଣ୍ଡରିଂ ରୋକିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ବନ୍ଦ କରିବାରେ ବିଫଳ ହୋଇଥିବାରୁ ଭାରତ ଏହି ପଦକ୍ଷେପ ନେବ। 

H8. Harvard University sues Trump administration: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ଏକ ମାମଲା ଦାୟର କରିଛି। ଟ୍ରମ୍ପ ପ୍ରଶାସନ ଏହାର ଏକ ନିଷ୍ପତ୍ତିରେ ହାର୍ଭାର୍ଡକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାମଲେଖା ଉପରେ ପ୍ରତିବନ୍ଧକ ଲଗାଇଛି। ହାର୍ଭାର୍ଡ ଟ୍ରମ୍ପ ପ୍ରଶାସନକୁ କୋର୍ଟକୁ ଟାଣିଛି, ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହିଛି। ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାର୍ଭାର୍ଡ ବୋଷ୍ଟନର ଫେଡେରାଲ୍ କୋର୍ଟରେ ଏକ ମାମଲା ଦାୟର କରିଛି।

H9. Angelo Mathews Retirement: ଆଉ ଜଣେ ଭେଟେରାନ୍ ଖେଳାଳି  ବର୍ତ୍ତମାନ ଟେଷ୍ଟ ଫର୍ମାଟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ପୂର୍ବତନ ଶ୍ରୀଲଙ୍କା ଦଳର ଅଧିନାୟକ ତଥା ଚମତ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍। ଜୁନ ମାସରେ ବାଂଲାଦେଶ ଦଳର ଶ୍ରୀଲଙ୍କା ଗସ୍ତ ସମୟରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବା ପରେ ୩୭ ବର୍ଷୀୟ ମାଥ୍ୟୁସ୍ ଏହି ଫର୍ମାଟକୁ ଅଲବିଦା କହିବେ।

H10. IPL 2025 RCB vs SRH Match:  ଶୁକ୍ରବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2025 ର ୬୫ତମ ମ୍ୟାଚ୍ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୨୩୧ ରନ କରିଛି। ହାଇଦ୍ରାବାଦ ଦଳ ପକ୍ଷରୁ ଇଶାନ କିଶାନ ସର୍ବାଧିକ ୯୪ ରନ କରିଥିଲେ।

Read More
{}{}