Top 10 News Headlines 9 July 2025: President Of India To Visit Odisha: ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି।
HC Grants Interim Relief To Ex-MP Rabindra Jena: ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ଓଡ଼ିଶା ହାଇକୋର୍ଟ ବିଜେଡି ନେତା ତଥା ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ସାମୟିକ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କୋର୍ଟ ନିଜ ଆଦେଶରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଜେନାଙ୍କ ବିରୁଦ୍ଧରେ କୌଣସି ଜବରଦଖଲମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
CM Majhi to attend eastern zonal council meeting: ଆସନ୍ତାକାଲି ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ । ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଞ୍ଚି ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ବୈଠକରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।
Pass-fail system for Odisha Class 5 & 8 students: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁହେଲା ପାସ୍ ଫେଲ୍ ବ୍ୟବସ୍ଥା। ଫେଲ୍ ହେଲେ ଆଉ ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିବର୍ଷ ପରି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ପରୀକ୍ଷାଫଳ ପ୍ରକାଶ ପାଇବାର ଦୁଇମାସ ମଧ୍ୟରେ ପରୀକ୍ଷା ହେବ। ଦ୍ଵିତୀୟ ପରୀକ୍ଷାରେ ମଧ୍ୟ ପାସ୍ କରି ନ ପାରିଲେ ସେମାନଙ୍କୁ ପୁନଃ ସେହି ଶ୍ରେଣୀରେ ପଢ଼ିବାକୁ ହେବ।
BJP Leader Jagannath Pradhan Walks Out Of Jail: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିବା ପରେ ଆଜି ଅପରାହ୍ନରେ ଝାରପଡ଼ା ଜେଲରୁ ମୁକ୍ତ କରାଯାଇଛି। ପ୍ରଧାନ ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଆତସବାଜି ଫୁଟାଇ ଏବଂ ମାଲ୍ୟାର୍ପଣ କରି ସ୍ୱାଗତ କରିଥିଲେ।
Odisha IPS reshuffle: ନକ୍ସଲ ଦମନ ପାଇଁ ରାଜ୍ୟ ସରକାର ନୂଆ ଟିମ୍ ଗଠନ କରିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲ ନିପାତ ପାଇଁ ଗୃହମନ୍ତ୍ରୀ ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ଟିକ୍ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଇଛି। ଏହି କ୍ରମରେ ପୁଲିସ ତାଲିମ ଏଡିଜି ତଥା ବିପିଏସ୍ପିଏ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍ର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୁଲିସ ଗୁଇନ୍ଦା ବିଭିାଗ ମୁଖ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ୪ଜଣ ଆଇପିଏସ୍ଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି।
Former Gondia Block Clerk Sentenced: ଢେଙ୍କାନାଳର ଗଁନ୍ଦିଆ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ କାର୍ଯ୍ୟାଳୟର ଜଣେ ପୂର୍ବତନ ବରିଷ୍ଠ କ୍ଲର୍କଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କହି ରଖୁଛୁ ଯେ ବରିଷ୍ଠ କ୍ଲର୍କ ଭାଗିରଥି ସାହୁ ଗଁନ୍ଦିଆ ବ୍ଲକରେ ମୁଖ୍ୟ କିରାଣୀ ଦାଇତ୍ୱରେ ଥିବାବେଳେ ଜଣେ ଅଧିକାରୀଙ୍କ ଅବସରକାଳୀନ ବେନିଫିଟ ଫାଇଲ କରିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
Mahua Moitra on Odisha Govt: କୃଷ୍ଣନଗରର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଦାବି କରିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀର ୨୩ ଜଣ କର୍ମୀଙ୍କୁ ଡକ୍ୟୁମେଣ୍ଟେସନ୍ ବାହାନାରେ ଓଡ଼ିଶାର ଏକ ପଚରାଉଚରା କେନ୍ଦ୍ରରେ ଅଟକ ରଖାଯାଇଛି। ଏକ ଭିଡିଓ ବାର୍ତ୍ତାରେ ମହୁଆ ମୈତ୍ର ଅଭିଯୋଗ କରିଛନ୍ତି ଯେ ଶ୍ରମିକମାନଙ୍କୁ ବେଆଇନ ଭାବରେ ବନ୍ଦୀ ରଖାଯାଇଛି ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।
Rajasthan Plane Crash: ବୁଧବାର ଦିନ ରାଜସ୍ଥାନର ଚୁରୁରେ ଏକ ଫାଇଟର୍ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭଗ୍ନାବଶେଷ ମଧ୍ୟରୁ ଦୁଇଟି ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଏହା ବାୟୁସେନାର ଦୁଇ ଆସନ ବିଶିଷ୍ଟ ଜାଗୁଆର ଫାଇଟର୍ ପ୍ଲେନ୍ ଥିଲା। ଫାଇଟର୍ ପ୍ଲେନଟି ସୁରତଗଡ଼ ଏୟାରବେସ୍ ରୁ ଉଡ଼ାଣ ଭରିଥିଲା ଓ ଏଥିରେ ଦୁଇଜଣ ପାଇଲଟ୍ ଥିଲେ।
Arvind Kejriwal Nobel Prize Remark: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କୁ ସୁଶାସନ ପାଇଁ ନୋବେଲ ପୁରସ୍କାର ମିଳିବା ଉଚିତ। ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଏଲଜିଙ୍କ ବାଧା ସତ୍ତ୍ୱେ ସେ ଯେଉଁ କାମ କରିଥିଲେ, ତାହା ପରେ ତାଙ୍କୁ ଶାସନ ଏବଂ ପ୍ରଶାସନ ପାଇଁ ନୋବେଲ ପୁରସ୍କାର ମିଳିବା ଉଚିତ।