Home >>Top 10 News

Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

ଅପରାହ୍ଣର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...

Advertisement
Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Narmada Behera|Updated: Jul 30, 2025, 03:52 PM IST
Share

1-ଦିଲ୍ଲୀ AIIMSରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି। ଏନେଇ ସୂଚନା ଦେଲେ ପୁରୀ SP ପିନାକ ମିଶ୍ର। ଏଥିସହ ଦିଲ୍ଲୀରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେବ। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇଛି। ଘଟଣା ପଛର କାରଣ ସାର୍ବଜନୀନ କରାଯିବ ବୋଲି ଏସପି କହିଛନ୍ତି।  ପୀଡ଼ିତାଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଇଛି । 

2-ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆଗଷ୍ଟ ମାସର ଏହି ଦିନ ଆସିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା । କେବଳ ସେତିକି ନୁହେଁ,ସୁଭଦ୍ରା କିସ୍ତି ଟଙ୍କା ଆସିବା ପରେ  ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍।  ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ପଞ୍ଜିକରଣ କରିବା ପାଇଁ ଖୋଲିବା ପାଇଁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍। ୨୧ ବର୍ଷ ହୋଇଥିଲେ ଯୁବତୀ/ମହିଳାମାନେ କରିପାରିବେ ଆବେଦନ। 

3-୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଭିଭାବକ ଓ ସାଧାରଣ ଲୋକ ଯାଇ ପରଖିବେ ଅଙ୍ଗନବାଡ଼ି କେନ୍ଦ୍ର। AWESOME ଆପ୍‌ ଜରିଆରେ ବିଭିନ୍ନ ବିଷୟରେ ଫିଡ୍‌ବ୍ୟାକ ଦେବେ। ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ । 

4-ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ବୁଲି ଦେଖିଲେ । ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ୩ଟି ଜିଲ୍ଲାର ୮ଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

5-ଲାଓସ୍‌ରେ ୪ ଓଡ଼ିଆ ଯୁବକଙ୍କୁ ନିର୍ଯାତନା ଅଭିଯୋଗ ଆସିଛି। ଦରମା ମାଗିବାରୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ଠାରୁ ଭିସା ଓ ପାସପୋର୍ଟ ମଧ୍ୟ ଛଡାଇ ନିଆଯାଇଛି।ଫେରାଇ ଆଣିବାକୁ ଭିଡିଓ ଜରିଆରେ ୪ ଓଡ଼ିଆଙ୍କ ନିବେଦନ କରିଛନ୍ତି। ସମସ୍ତେ କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜକନିକା ଥାନା ଅଞ୍ଚଳର ସୂଚନା ମିଳିଛି।

6-OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। ବୋର୍ଡ ଅଫିସ୍‌ର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। କ୍ରାଇମ୍‌ବ୍ରାଞ୍ଚ ବୋର୍ଡ ଅଫିସ୍‌ର କର୍ମଚାରୀଙ୍କୁ ଜେରା କରୁଥିବା ସୂଚନା। ଗତକାଲି ରାୟଗଡ଼ା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ ।

7-ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା। ଭୁବନେଶ୍ବର R&B ଡିଭିଜନ୍‌-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା।ଆଜି ଭିଜିଲାନ୍ସ ଟିମ ପକ୍ଷରୁ ଯନ୍ତ୍ର ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍‌ । ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ। ହେଲେ ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା।

8-ସମ୍ବଲପୁରରେ କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର। ଆଉ ୪ ଗେଟ୍‌ ବନ୍ଦ ହୋଇଛି। ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ହୀରାକୁଦ ଡ୍ୟାମ୍‌ ଜଳ ନିଷ୍କାସିତ ହେଉଛି। 

9-ରୁଷରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆତଙ୍କ। କାମ୍‌ଚାଟକା ଉପକୂଳରେ ମାଡ଼ି ଆସିଲା ସୁନାମୀ। ଉପକୂଳକୁ ମାଡ଼ି ଆସିଲା ୧୫ ଫୁଟ୍‌ ଉଚ୍ଚର ଜୁଆର। ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା ମିଳିଛି। 

10- ବଡ଼ , ଖବର। ସ୍ଥଗିତ ହେଲା ଅମରନାଥ ଯାତ୍ରା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି। କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବିଭାଗୀୟ କର୍ତ୍ତୃପକ୍ଷ ଆଜିଠାରୁ ପହଲଗମା ଏବଂ ବାଲତାଲ ଉଭୟ ରୁଟରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଏନେଇ ଜମ୍ମୁ ଏବଂ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ‘X’ ରେ ଏକ ‘ପୋଷ୍ଟ’ ସେୟାର କରି ସୂଚନା ଦେଇଛି।

Read More
{}{}