Home >>Top 10 News

Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

ଅପରାହ୍ଣର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...

Advertisement
 Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Narmada Behera|Updated: Jul 31, 2025, 03:45 PM IST
Share

1-OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। କଳାହାଣ୍ଡିରୁ ଜଣେ, କୋରାପୁଟରୁ ୨ ଜଣଙ୍କୁ ଉଠାଇ ଆଣି ପଚରାଉଚରା। 

2-OTET ପ୍ରଶ୍ନପତ୍ର ଲିକ୍‌ ଘଟଣା ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ,ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଶିକ୍ଷକ କି ଯେତେ ବଡ଼  ଲୋକ ହୁଅନ୍ତୁ,କାର୍ଯ୍ୟାନୁଷ୍ଠାନ ହେବ। ଆଗାମୀ ଦିନରେ କିପରି ସ୍ବଚ୍ଛତାର ସହ ପରୀକ୍ଷା ହେବ ଗୁରୁତ୍ବ ଦେଉଛୁ। ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ। 

3-ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ। ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ। ଗତକାଲି ତଦନ୍ତର ଶେଷ ତାରିଖ ଥିଲା, ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ । 

4-ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ପୁରୀକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

5-ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ପୁନଃ ଆବେଦନ ଅନାବଶ୍ୟକ। ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ତଥ୍ୟ ଯାଞ୍ଚ ଚାଲିଛି, ଯୋଗ୍ୟ ହେଲେ ସୁଭଦ୍ରା ଟଙ୍କା ଦେବେ ସରକାର। କାଲି ସୁଦ୍ଧା ୭ ହଜାର ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି। ମାସେ ଭିତରେ ୨୨ ହଜାର ହିତାଧିକାରୀଙ୍କ ମତାମତ ଆମର ଟାର୍ଗେଟ। ଆହୁରି ୧୮ ଦିନ ସମୟ ଅଛି,ଠିକ୍ ସମୟରେ ଟାର୍ଗେଟ୍ ପୂରା ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 

6-OAS ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ। ସ୍ବାମୀଙ୍କ ନିକଟରେ ମାନବିକତା ନାହିଁ କହିଲେ ପତ୍ନୀ ଅର୍ଚ୍ଚନା ଦାସ। ହସ୍ପିଟାଲରେ ଥିଲାବେଳେ ମୋ କିମ୍ବା ଛୁଆ ବିଷୟରେ କିଛି ପଚାରି ବୁଝିଲେନି। ଛୁଆ ପାଇଁ କଣ ତାଙ୍କର କିଛି କର୍ତ୍ତବ୍ୟ ନାହିଁ ପଚାରିଲେ ଅର୍ଚ୍ଚନା। ସ୍ତ୍ରୀ ଯେତେ ଖରାପ ହେଲେ ବି ଛୁଆଟା ତ ତୁମର ବୋଲି କହିଛନ୍ତି ଅର୍ଚ୍ଚନା। ତାଙ୍କ ଅଫିସ୍ ଷ୍ଟାଫ୍, ବନ୍ଧୁବାନ୍ଧବ, ସଂପର୍କୀୟଙ୍କ ମାଧ୍ୟମରେ ଯୋଗାଯୋଗ ଉଦ୍ୟମ କରିଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପଟୁ କୌଣସି ଉତ୍ତର ମିଳିନାହିଁ ବୋଲି ସେ କହିଛନ୍ତି। 

7-ପାଣି ବଦଳରେ ପିଅନ ପରିସ୍ରା ପିଆଇ ଦେଇଥିବା ଯନ୍ତ୍ରୀଙ୍କ ଅଭିଯୋଗ। ଆର୍. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ। ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିସ୍ରା ଦେଇଥିବା ଅଭିଯୋଗ। ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ।

8-ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ।ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା ।  ଗତ ମେ’ ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା ।  

9-NIA କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ ସ୍ବାଧ୍ବୀ ପ୍ରଜ୍ଞା। ଶେଷରେ ନ୍ୟାୟ ମିଳିଲା କହିଲେ ସ୍ବାଧ୍ବୀ ପ୍ରଜ୍ଞା। ହିନ୍ଦୁତ୍ବ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଥିଲା, ଶେଷରେ ନ୍ୟାୟ ମିଳିଲା।
ତଦନ୍ତକାରୀ ସଂସ୍ଥା ଦ୍ବାରା ମୁଁ ବହୁତ ନିର୍ଯାତିତ ହୋଇଛି। ୧୭ ବର୍ଷ ଧରି ଅପମାନିତ ହୋଇଛି, ଜୀବନକୁ ବରବାଦ୍ କରି ଦିଆଯାଇଛି। ଯେଉଁମାନେ ଦୋଷୀ, ଭଗବାନ ସେମାନଙ୍କୁ ଶାସ୍ତି ଦେବେ। 

10-F-35 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଲିଫର୍ଣ୍ଣିଆର ଲେମୋର ନୌସେନା ବିମାନ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ପାଇଟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। F-35 ଶତ୍ରୁ ପକ୍ଷର ବିମାନକୁ ଆକାଶ ଓ ଭୁମିରେ ମଧ୍ୟ ପ୍ରତିହତ କରି ପାରିବାର କ୍ଷମତା ରଖେ।

 

Read More
{}{}