Hindi News >>Home >>Odisha Trending

BJP Candidate List: ଜମ୍ମୁ କାଶ୍ମୀର ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ତାଲିକା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ୧୦ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ଲୋକସଭା ନିର୍ବାଚନରେ ​​କାଶ୍ମୀରରେ ବିଜେପିର କୌଣସି ପ୍ରାର୍ଥୀ ନଥିବାବେଳେ ଉପତ୍ୟକାର ୧୪ଟି ଆସନରେ ମୁସଲମାନ ପ୍ରାର୍ଥୀ ଦେଇ ବିଜେପି ଖେଳକୁ

Advertisement
BJP Candidate List: ଜମ୍ମୁ କାଶ୍ମୀର ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ତାଲିକା
Prabhudatta Moharana|Updated: Aug 26, 2024, 12:04 PM IST
Share

BJP Candidate List: ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ୧୦ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ଲୋକସଭା ନିର୍ବାଚନରେ ​​କାଶ୍ମୀରରେ ବିଜେପିର କୌଣସି ପ୍ରାର୍ଥୀ ନଥିବାବେଳେ ଉପତ୍ୟକାର ୧୪ଟି ଆସନରେ ମୁସଲମାନ ପ୍ରାର୍ଥୀ ଦେଇ ବିଜେପି ଖେଳକୁ ଆକର୍ଷଣୀୟ କରିଛି।

ଜାରି କରିଥିବା ତାଲିକା ଅନୁଯାୟୀ ପାମ୍ପୋରରୁ ଇଞ୍ଜିନିୟର ସୈଦ ଶୌକତ ଗୟୁର ଅନ୍ଦ୍ରାବୀ, ରାଜପୋରାରୁ ଅର୍ଶଦ ଭଟ୍ଟ, ଶୋପିଆନରୁ ଜାଭେଦ ଅହମ୍ମଦ କାଦରୀ, ପଶ୍ଚିମ ଅନନ୍ତନାଗରୁ ମହମ୍ମଦ ରଫିକ ବାଣୀ, ଅନନ୍ତନାଗରୁ ଅଧିବକ୍ତା ସୈଦ ୱଜାହତ, ଶ୍ରୀଗୁଫୱାଡା ବିଜବେହରା ସେ ସୌଫି ୟୁସୁଫ, ଇନ୍ଦରୱଲରୁ ତାରିକ କିନ, ବନିହାଲରୁ ସଲିମ ଭଟ୍ଟ, ସଂରକ୍ଷିତ ଆସନ ଗୁଲାବଗଡ଼ରୁ ମହମ୍ମଦ ଅକରମ ଚୌଧୂରୀ, ବୁଧଲରୁ ଚୌଧୂରୀ ଜୁଲଫିକର ଅଲ୍ଲୀ, ଥନ୍ନାମଣ୍ଡିରୁ ମହମ୍ମଦ ଇକବାଲ ମଲ୍ଲିକ, ସୁରନକୋଟେରୁ ସୟଦ ମୁସ୍ତାକ ଅହମ୍ମଦ ବୁଖାରୀ, ପୁଞ୍ଚ ହୱେଲୀରୁ ଚୌଧୂରୀ ଅବ୍ଦୁଲ ଗନୀ, ମେ୍ଡରୁ ମୁର୍ତ୍ତଜା ଖାନଙ୍କୁ ବିଜେପି ପ୍ରାର୍ଥୀ କରିଛି। 

ସେହିପରି ବିଜେପି ଜାରି କରିଥିବା ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। କିସ୍ତୱାଡାରୁ ଶଗୁନ ପରିହାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ଶ୍ରୀମାତା ବୈଷ୍ଣବ ଦେବୀ ଆସନରୁ ରୋହିତ ଦୁବେଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ବିଜେପି ନାଗରୋଟା ଆସନରୁ ଡ. ଦେବିନ୍ଦର ସିଂହ ରାଣାଙ୍କୁ ଟିକେଟ ଦେଇଛି। ଫାରୁଖ ଅବ୍ଦୁଲ୍ଲାଙ୍କ ପାର୍ଟି ନ୍ୟାସନାଲ କନଫରେନ୍ସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ ଶ୍ରୀ ରାଣା। 

ଏଠାରେ କହି ରଖୁ କି ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ ଜଣ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେପି ଜମ୍ମୁ କାଶ୍ମୀର ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ତଥା ଡେପୁଟି ସିଏମ ଡ. ନିର୍ମଳ ସିଂହଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି। ସେହିପରି କବିନ୍ଦ୍ର ଗୁପ୍ତାଙ୍କ ନାଁ ମଧ୍ୟ ତାଲିକାରେ ସାମିଲ ନାହିଁ। ସେହିପରି ଦୁଇ କାଶ୍ମୀର ପଣ୍ଡିତଙ୍କୁ ଟିକେଟ ଦେଇଛି ବିଜେପି। ଏମାନଙ୍କ ମଧ୍ୟରେ ସଂଗସ ଅନନ୍ତନଗର ପୂର୍ବରୁ ବୀର ସରାଫ ଓ ହବ୍ବାକଦଲରୁ ଅଶୋକ ଭଟ୍ଟଙ୍କୁ ଟିକେଟ ଦେଇଛି ଦଳ। 

Read More
{}{}